ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଂସାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

କଂସାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡ଼ା, :କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ ଯୋଗଦେଇ ପଞ୍ଚାୟତବାସୀ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। ଏଥିସହିତ ୧୫୦ଟି ଅଭିଯୋଗ ମଧ୍ୟରୁ ୫୦ଟିର ସମାଧାନ କରିଥିଲେ। ୩୮ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। ରାଜସ୍ୱ ନିରୀକ୍ଷକ ଅରକ୍ଷ ଖିଲାର, ବରିଷ୍ଠ ରାଜସ୍ୱ ସହାୟକ ପ୍ରଦୀପ କୁମାର ଦାସ, ଆର ପି ସୈାମ୍ୟଜିତ ପଟ୍ଟନାୟକ, ଓ. ଏଲ. ର. ସ୍ୱେତପଦ୍ମା ବେହେରା, ଡି ଇ ଓ ରଞ୍ଜନ କୁମାର ଦାସ, ରେକର୍ଡକିପର ତୃପ୍ତିରେଖା ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଂସାର ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜିନୀ ନାୟକ, ୱାର୍ଡ ସଭ୍ୟ ନିତ୍ୟାନନ୍ଦ ମହାନ୍ତି, ପଦନ ବେହେରା, ଗଜେନ୍ଦ୍ର ପରିଡା, ସମାଜ ସେବୀ ମନୋଜ ନାୟକ, ରାଜେନ୍ଦ୍ର ବିଶ୍ୱାଳ, ବବୁଲ ଜେନା, ଲାଲୁପ୍ରସାଦ ଜେନା, ବଂଶୀଧର ସାମଲ, ଉତ୍ତମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ବହୁଜନ ସମାଜ ପାର୍ଟି ତରଫରୁ ଆମ୍ବେଦକର ଜନ୍ମଜୟନ୍ତୀ ଅନୁଷ୍ଠିତ

masiha

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

ଏସପିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ ,ବସ୍ତାର ସମସ୍ୟା ସମାଧାନ ହେଉ

masiha

Leave a Comment

error: Content is protected !!