ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା ବ୍ଲକ କୃଷକ ସାଥି ଉତ୍ପାଦକ କମ୍ପାନୀର ୩ୟ ବାର୍ଷିକ ସାଧାରଣ ସଭା 

କର୍ଲାମୁଣ୍ଡା ବ୍ଲକ କୃଷକ ସାଥି ଉତ୍ପାଦକ କମ୍ପାନୀର ୩ୟ ବାର୍ଷିକ ସାଧାରଣ ସଭା 

କର୍ଲାମୁଣ୍ଡା: (ସୁଶାନ୍ତ ରଣା) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ତୃତୀୟ ବାର୍ଷିକ ସାଧାରଣ ସଭା କମ୍ପାନୀ ର କ୍ଷେତ୍ର କାର୍ଯ୍ୟାଳୟ ବିଜାପାଟି ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ର ପରିଚାଳନା ନିର୍ଦେଶକ ତୀରଞ୍ଜି ମେର୍ଲି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ରେଗଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପ୍ତି ମୟୀ ସାହୁ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଭାସ୍କର ମିଶ୍ର, କୃଷି ବିଭାଗ ର ଏଟିଏମ୍ ମିଲନ କୁମାର ଗୋଛୟତ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ମୃତ୍ତିକା ସରକ୍ଷନ ବିଭାଗ ରୁ ଯଶୋବନ୍ତି ହାତୀ, ବନ ବିଭାଗ ସାଇ ଚରଣ ନାଏକ, ଗ୍ରାମ୍ୟ କୃଷି କର୍ମି ସନ୍ତୋସିନୀ ବରାହ ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମ୍ପାନୀ ର ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ପ୍ରଦୀପ ସାହୁ, କ୍ଷୀର ସାଗର କୁମାର, ଭୁପିନ୍ଦର ଚୌଧୁରୀ, ବିରେନ୍ଦ୍ର ସାହୁ,ଯତୀନ୍ଦ୍ର ସାହୁ,ଜୀବରଧନ ସାହୁ,ବାଲ୍ମୀକି ଛତ୍ରୀଆ, ଗୌରୀ ଦୀପ, ଦ୍ରୋଣ ସାହୁ ଙ୍କ ସମେତ ଅଂଶ ଧନ କାରୀ ମାନେ ସହଯୋଗ କରିଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କର୍ମଶାଳା 

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ହିନ୍ଦୀ ପକ୍ଷ -୨୦୨୫ ଓ ଦିବସ ଉଦ୍ ଯାପିତ

Sunil Chandra Nayak

ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!