ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮ଦଫା ଦାବୀ ନେଇ ଭୁବନେଶ୍ୱର ଅଭିମୁଖେ ସାଇକେଲ ଯାତ୍ରା

୮ଦଫା ଦାବୀ ନେଇ ଭୁବନେଶ୍ୱର ଅଭିମୁଖେ ସାଇକେଲ ଯାତ୍ରା

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସମସ୍ୟା ନେଇ ଜନ ସଂଗ୍ରାମ ସମିତି ଆବାହକ ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ରବିବାର ଦିନ ଭୁବନେଶ୍ୱର ଅଭିମୁଖେ ସାଇକେଲ ଯାତ୍ରା ଆରମ୍ଭ ହୋଇଯାଇଛି। ଗୋଲାମୁଣ୍ଡା ଗ୍ରାମ ଦେବୀ ମାଁ ଠାକୁରାଣୀ ଓ ସର୍ଵମଙ୍ଗଳା ମନ୍ଦିର ରୁ ଯାତ୍ରା ଆରମ୍ଭ ଦୀର୍ଘ ୫୫୦କିମି ଭୁବନେଶ୍ୱର ଠାରେ ପରିସମାପ୍ତ ଘଟିବ। ସେଠାରେ ଓଡିଶା ରାଜ୍ୟପାଳ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ୮ଦଫା ଦାବୀ ପ୍ରଦାନ କରାଯିବ। ଦାବୀ ଗୁଡିକ ମଧ୍ୟରେ ଗୋଳାମୁଣ୍ଡା ବ୍ଲକ ୨୦୨୪-୨୫ ମସିହାର ରବି ଋତୁ ମୁଗ ଚାଷୀ ଙ୍କ ଇନ୍ସୁରାନ୍ସ ଟଙ୍କା ପ୍ରଦାନ,ଉଦନ୍ତୀ ନଦୀ ରେ ଏକ ବ୍ରିଜ ନିର୍ମାଣ,ମେଘା ଲିଫ୍ଟ ଜଳ ଯୋଗାଣ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା,ଗୋଲାମୁଣ୍ଡା ବ୍ଲକ ରେ ଧନ୍ଦା ମୂଳକ କଲେଜ ସ୍ଥାପନ,ରବି ଋତୁ ଚାଷ ପାଇଁ କେନାଲ ରେ ଜଳ ଯୋଗାଣ,ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି,ଗୋଲାମୁଣ୍ଡା ଠାରେ ଏମଏସଏମଇ ଓ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ସାଙ୍ଗକୁ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶବ ବ୍ୟବଚ୍ଛେଦ ଗୃହ ଓ ବ୍ଲକ ରେ ଏକ ଶୀତଳ ଭଣ୍ଡାର ସ୍ଥାପନ ଆଦି ଦାବୀ ରେ ଉଲ୍ଲେଖ ରହିଛି। ତେବେ ଏହି ପ୍ରମୁଖ ଦାବୀ ଗୁଡିକ ବାରମ୍ବାର ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱ ରେ ସରକାର ଠାରେ ଉପସ୍ଥାପନ ପୂର୍ବ ରୁ କରାଯାଇଛି। ବିଭିନ୍ନ ସମୟରେ ଆନ୍ଦୋଳନ ଧର୍ମଘଟ ହୋଇଥିଲେ ହିଁ ସରକାର କର୍ଣ୍ଣପାତ କରି ନଥିବା କୁହାଯାଏ। ଏହି ସାଇକେଲ ଯାତ୍ରା ରେ ଅଞ୍ଚଳର ୫୦ଜଣ ସାଇକେଲ ଯାତ୍ରୀ ସାମିଲ ହୋଇଛନ୍ତି ।ଶେଷରେ ଦୀର୍ଘ ୫୫୦ କିମି ଦୂର ଯାଏ ସାଇକେଲ ଯାତ୍ରା ଆରମ୍ଭ କରି ଦାବୀ ଜଣାଇବା କୁ ଏକ ଭିନ୍ନ ପ୍ରୟାସ କରାଯାଇଛି। ପୂର୍ବରୁ ମଧ୍ୟ ଗୋଲାମୁଣ୍ଡା ଠାରୁ ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ୫୫୦କିମି ପଦ ଯାତ୍ରା କରିଥିଲେ । ସରକାର ଦାବି ଗୁଡିକୁ ନିଶ୍ଚିତ ଭାବେ ଗ୍ରହଣ କରି କାର୍ଯ୍ୟକ୍ଷମ କରିବେ ବୋଲି ଶ୍ରୀ ମଙ୍ଗରାଜ ଆଶା ବାନ୍ଧିଥିବା ପ୍ରକାଶ କରିଛନ୍ତି।

ଜଗଜ୍ଜୀବନ ସାଙ୍କ ରିପୋର୍ଟ

 

Related posts

ବନ୍ଧୁଗାଁ ବ୍ଲକ ସରପଞ୍ଚଙ୍କ ୧୫ ଦଫା ଦାବିକୁ ନେଇ ବିଭିନ୍ନ କାର୍ଯ୍ୟରେ ଅସହଯୋଗ ଆନ୍ଦୋଳନ

masiha

ଷୋଳପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ପାୟଲ ର ୩୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୧ ରେ……

masiha

Leave a Comment

error: Content is protected !!