ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫେରାର୍ ଉଦ୍ୟମ ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ।୨୦ ଗୋରୁ ଉଦ୍ଧାର,ଚାଳକ ଫେରାର୍ 

ଫେରାର୍ ଉଦ୍ୟମ ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ।୨୦ ଗୋରୁ ଉଦ୍ଧାର,ଚାଳକ ଫେରାର୍ 

ଢେଙ୍କାନାଳ (ମନିସ)1/12/25 — ପୁଲିସ୍‌କୁ ଚକ୍ରମା ଦେଇ ଖସିଯିବାକୁ ଉଦ୍ୟମ ବେଳେ ଗୋରୁ ରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି I ଡ୍ରାଇଭର୍ ଚଳନ୍ତା ଗାଡ଼ିରୁ ଡେଇଁ ଫେରାର୍ ହୋଇଯାଇଛି। ୫୫ ନମ୍ବର ଜାତୀୟ ରାଜପଥ ସଦର ଥାନା ସିମିନଈ କଲେଜ ଛକ ଠାରେ ରବିବାର ସକାଳେ ଏଭଳି ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ୨୦ଟି ଗୋରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ,ଟ୍ରକ୍‌ଟି ଖୋଦ୍ଧା,ନୟାଗଡ଼ ଅଞ୍ଚଳରୁ ଗୋରୁ ନେଇ ନେଇ କଲିକତା ଅଭିମୁଖେ ଯାଉଥିଲା। ବଡ଼ମ୍ବା ଟି-ବ୍ରିଜ୍ ନିକଟରୁ ବଡ଼ମ୍ବା ପୋଲିସ୍ ଟ୍ରକ୍‌କୁ ପିଛା କରିଥିଲା। ବାଟରେ ମାଣିଆବନ୍ଧ ଓ ତିଗିରିଆ ପୋଲିସ୍‌ର ବାରିକେଡ୍ କରି ଅଟକାଇବାକୁ ଚେଷ୍ଟା କରିଥିଲେ ବି ବାରିକେଡ୍ ଭାଙ୍ଗି ଟ୍ରକ୍ ଦ୍ରୁତଗତିରେ ପଳାଇ ଆସିଥିଲା। ଛଗାଁ ଦେଇ ଶଙ୍କରପୁର,ମହିଷାପାଟ ଛକରେ ୫୫ନଂ ଜାତୀୟ ରାଜପଥକୁ ଟ୍ରକ୍ ଉଠି ଦ୍ରୁତ ଗତିରେ ପଳାଉଥିଲା। ବଡ଼ମ୍ବା ଓ ଆଠଗଡ଼ ପୋଲିସ୍ ଟ୍ରକ୍‌କୁ ଗୋଡ଼ାଇଥିଲେ। ଟ୍ରକ୍‌କୁ ଏକ ଚାରିଚକିଆ ଗାଡ଼ି ଏସ୍କଟ୍ କରି ନେଉଥିଲା। ସିମିନଇ କଲେଜ ଛକ ଠାରେ ଟ୍ରକ୍‌ଟି ଭାରସାମ୍ୟ ହରାଇଥିଲା। ଡ୍ରାଇଭର ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ି ଫେରାର୍ ହୋଇଯାଇଥିଲା। ଟ୍ରକ୍‌ଟି ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପଟି ହୋଇ ଯାଇଥିଲା। ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଟ୍ରକ୍‌ରେ ଝୁଲି ରହିଥିଲା। ଖବରପାଇ ବିଦ୍ୟୁତ୍ କର୍ମଚାରୀ ପହଞ୍ଚି ବିଦ୍ୟୁତ୍ ସଂଯୋଗ କାଟିବା ପରେ ଗାଡ଼ିରୁ ୨୦ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ଗୋଶାଳାରେ ଗୋରୁ ଗୁଡ଼ିକୁ ଛଡ଼ା ଯାଇଥିବା ଜଣାଯାଇଛି। ପୋଲିସ୍ ଟ୍ରକ୍ ଜବତ କରି ତଦନ୍ତ କରୁଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋକସରା ଠାରେ ସାଇନିଂ ୱାର୍ଲଡ଼ ଇଂରାଜୀ ମିଡିୟମ ସ୍କୁଲ ଉଦଘାଟନ ସମାରୋହ

Sunil Chandra Nayak

ଜୁନାଗଡ଼ରେ ଚୈତ୍ର ପର୍ବ ଓ ଘଟ ଯାତ୍ରା ସମ୍ପନ

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ     

masiha

Leave a Comment

error: Content is protected !!