ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ର ଏଡ୍ସ ସଚେତନତା କାର୍ଯ୍ୟକ୍ରମ

ଜୁନାଗଡ଼ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ର ଏଡ୍ସ ସଚେତନତା କାର୍ଯ୍ୟକ୍ରମ

ଜୁନାଗଡ଼,୧/୧୨(ମନୀସ)ଜୁନାଗଡ଼ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ନିର୍ଦ୍ଧେଶକ ଗୁଣନିଧି ଧ ଙ୍ଗଡ଼ା ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଅନୁଷ୍ଠାନର ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ର ସ୍ଥାନୀୟ କଲମପୁର ଛକରୁ ବାହାରି ମୁଖ୍ୟ ରାସ୍ତା ହୋଇ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲା ସେଠାରେ ଲୋକଙ୍କୁ ବିଶ୍ୱ ମହାମାରୀ ଏଡ୍ସ ର ଭୟାଭୟତା ନେଇ ବିଭିନ୍ନ ବାର୍ତା ମାଧ୍ୟମରେ ସଚେତନ କରାଯାଇଥିଲା।ଏହାପରେ ନୂଆ ବସଷ୍ଟାଣ୍ଡ ଡ଼। ଆମ୍ବେଦକର ଷ୍ଟେଚୁ ସବୁଖରେ ଛାତ୍ରଛାତ୍ରୀ ମାନେ ଏକ ସଚେତନତା ନାଟକ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପାଳ ସୁନି କର, ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ଭଗବାନ ପଣ୍ଡା ପିଇଏଚଓ ଭାରତୀ ବ୍ରହ୍ମା, ଏମପି ଏଚ ଏସ ପଦ୍ମନାଭ ମେହେର, ଦତ୍ୱବାଧାନ କରିଥିବା ବେଳେ ଟିଉଟର ଷ୍ଟାଫ ଜ୍ୟୋସ୍ନା ନିଆଲ, ଲିପ୍ସ।ର।ଣି ଦୁର୍ଗା କଲେଜ ଷ୍ଟାଫ ଲିପନ କର,ଧର୍ମେସ ବାଗ ଓ ସମସ୍ତ ଛାତ୍ର ଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୋଟରସାଇକେଲ – କାର ଦୁର୍ଘଟଣା ୨ ଗୁରୁତ୍ତର,୧ ଆହତ

masiha

କଳା ଓ କଳାକାର ହିତୈଷୀ ଦାବି ନେଇ ରାଜରାସ୍ତାକୁ ଓଲ୍ହେଇବା ପାଇଁ ବରିଷ୍ଠ କଳାକାର ମହାସଂଘର ସଜବାଜ

Sunil Chandra Nayak

ଅନ୍ବେଷା ର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ 

masiha

Leave a Comment

error: Content is protected !!