ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ସହକାରୀ କୃଷି ଅଧିକାରୀ ରିଟେଲରଙ୍କ ଦୋକାନ ଚେକିଂ 

ଡାବୁଗାଁ ସହକାରୀ କୃଷି ଅଧିକାରୀ ରିଟେଲରଙ୍କ ଦୋକାନ ଚେକିଂ 

ନବରଙ୍ଗପୁର:(୨୨|୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୃଷି ଅଧିକାରୀ କାର୍ଯ୍ୟାଳୟ ରୁ ଏକ ଟିମ୍ ଡାବୁଗାଁରେ ଥିବା ବିଭିନ୍ନ ସାର ବିକ୍ରେତାଙ୍କ ଦୋକାନ ବୁଲି ସୋମବାର ଚେକିଂ କରିଥିଲେ । ସାର ବିକ୍ରେତା ଚଢା ଦରରେ ଡି ଏ ପି ସାର ବିକ୍ରି କରୁଥିବା କୃଷି ବିଭାଗ କୌଣସି ସୁତ୍ରରୁ ଖବର ପାଇ ଏଭଳି ଚେକିଂ କରାଯାଇଥିଲା l କୃଷି ବିଭାଗ ଆଜି ବିଭିନ୍ନ ସାର ବିକ୍ରେତାଙ୍କ ଦୋକାନକୁ ଯାଇ ଡିଏପି ୧୮:୪୬:୦ , ୨୦:୨୦:୦:୧୩ , ୨୮:୨୮:୦ ଓ ୧୪:୩୫:୧୪ ର ବିକ୍ରି କରୁଥିବା ଦର ଓ ତାହାର ରେଜିଷ୍ଟରର ଯାଞ୍ଚ କରିଥିଲେ । ଡ଼ିଏପିର ବ୍ୟଗ ରେ ଥିବା ମୂଲ୍ୟରେ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନରେ ଡାବୁଗାଁ ର ସମସ୍ତ ସାର ଦୋକାନ ଓ ରିଟେଲର ମାନଙ୍କ ଦୋକାନର ଚେକିଂ କରାଯିବା ସହ ରେଜିଷ୍ଟର ଯାଞ୍ଚ କରାଯିବ ବୋଲି ସହକାରୀ କୃଷି ଅଧିକାରୀ ଜ୍ୟୋତିର୍ମୟୀ ତାଡ଼ିଙ୍ଗୀ କହିଥିଲେ । ଚେକିଂରେ କୃଷି ଅଧି ଦର୍ଶକ ଦିଲୀପ ମାଝୀ ସହକାରୀ କୃଷି ଅଧିକାରୀ ଙ୍କୁ ସହଯୋଗ କରିଥିଲେ l ଏଭଳି ଚେକିଂ ବାରମ୍ବାର ହେବା ଦ୍ଵାରା ଚଢା ଦରରେ ବିକ୍ରି କରୁଥିବା ବ୍ୟବସାୟୀମାନେ ସଜାଗ ରହି ଚାଷୀ ମାନଙ୍କୁ ଉଚିତ୍ ଦାମରେ ବିକ୍ରି କରିଲେ ଚାଷୀ ଉପକୃତ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଛି l ଚେକିଂ ହୋଇଥିବାରୁ ଚାଷୀମାନେ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି l ଅଧିକ ମୂଲ୍ୟରେ ବିକ୍ରି କରୁଥିବା ସାର ବ୍ୟବସାୟୀଙ୍କ ମନରେ ଛନକା ପଶିଯାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଛତା ମହୁଲ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

Sunil Chandra Nayak

ତ୍ରିନାଥ ସିଂହଙ୍କୁ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ

masiha

ନୁଆପଡ଼ା ଜିଲ୍ଲାର ସୁନାବେଡ଼ା ଠାରେ ନୁଆପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୁଦନ ଦାଶ ଙ୍କ ଦ୍ୱାରା ବଣଜାତ ମହୁ ପ୍ରକ୍ରିୟାକରଣ କେନ୍ଦ୍ର’ର ଉଦ୍ଘାଟନ

Sunil Chandra Nayak

Leave a Comment

error: Content is protected !!