ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୧୯ତମ ମାସିକିଆ ମାଗଣା ହାଟ ସମ୍ପନ୍ନ 

୧୧୯ତମ ମାସିକିଆ ମାଗଣା ହାଟ ସମ୍ପନ୍ନ 

ରାଉରକେଲା: ସାମାଜିକ ଅନୁଷ୍ଠାନ ଅନ୍ୟେଷା ତରଫରୁ ୧୧୯ ତମ ମାସିକିଆ ମାଗଣା ହାଟ ଦେଓଗାଁ ସ୍ଥିତ କୁଷ୍ଠ ବସ୍ତି ଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସୂଚନାଯୋଗ୍ୟ ଯେ ୨୦୧୫ ମସିହାରୁ ନିରନ୍ତର ଭାବେ ଅନୁଷ୍ଠାନ ତରଫରୁ ଅସହାୟ, ଗରିବ ଓ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ମାନବିକ ସେବା ପ୍ରଦାନ କରିଆସୁଛି। ମାନବ ସେବା ହିଁ ମାଧବ ସେବା ଓ ପ୍ରତ୍ୟେକ ମଣିଷ ମୁହଁରେ ହସ ଫୁଟାଇବା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇ ଆସୁଛି । ଏହି କାର୍ଯ୍ୟକ୍ରମ ଅପରାହ୍ନ ୩ଟାରୁ ଆରମ୍ଭ କରାଯାଇଥିଲା । ଏଥିରେ ନୂଆ ଓ ପୁରୁଣା ବସ୍ତ୍ର, ଘରୋଇ ସାମଗ୍ରୀ, ଛତା, ବର୍ଷାକୋଟ୍, ବ୍ଲାଙ୍କେଟ୍ ସହ ଅନ୍ୟାନ୍ୟ ପ୍ରୟୋଜନୀୟ ଜିନିଷକୁ ସେଠାକାର ବସ୍ତି ବାସିନ୍ଦା ମାନେ ନିଜ ଭିତରେ ବାଣ୍ଟି ନେଇଥିଲେ। ଅନୁଷ୍ଠାନ ତରଫରୁ ଅର୍ଚ୍ଚନା ଦେବତା,ରଶ୍ମିତା ପଣ୍ଡା,ଡ଼ଃ ରାଜେନ୍ଦ୍ର ପ୍ରସାଦ ପଣ୍ଡା,ରଞ୍ଜନ ସାହୁ, ଶିନ୍ ଆନନ୍ଦ, ପୁନମ୍ ସିଂହ,ପୁଜା ସିଂହ, ଦିବ୍ୟା ସିଂହ, ବିନାୟକ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚିଲିଚିଲା ଠାରେ ନୂତନ ପ୍ରାଥମିକ କୃଷି ସେବା ସମବାୟ ସମିତି (ପେକ୍ସ) ଉଦଘାଟିତ

Sunil Chandra Nayak

ଥମୁନି ଦାଦନ ଶ୍ରମିକଙ୍କ ଦୁଃଖ, ଠିକାଦାର ଙ୍କ ବର୍ବରତା, ଅଧରାତିରେ ଘରୁ ଉଠାଇ ନେବା ଅଭିଯୋଗ

masiha

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା,ଜଣେ ମୃତ, ଜଣେ ଗୁରୁତର

Leave a Comment

error: Content is protected !!