ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାତ୍ରା ଜଗତର ଆଗଧାଡିର ନୃତ୍ୟ ଶିଳ୍ପୀ ଦୀପକ ନାୟକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା ଉତ୍କଳ କଳାକାର ଏକାଡେମୀ

ଯାତ୍ରା ଜଗତର ଆଗଧାଡିର ନୃତ୍ୟ ଶିଳ୍ପୀ ଦୀପକ ନାୟକଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା ଉତ୍କଳ କଳାକାର ଏକାଡେମୀ

ରାଉରକେଲା /କଟକ: ଦର୍ଶକ ମାନଙ୍କୁ ମନୋରଞ୍ଜନ ଦେବା ଯାହାର ଆନନ୍ଦ , ସେଇ ଭଳି ଜଣେ ଆଗ ଧାଡ଼ିର ନୃତ୍ୟ କଳାକାର ଦୀପକ ନାୟକ ଆଜକୁ ୬ ବର୍ଷ ହେବ କିଡନୀ ରୋଗ ରେ ପୀଡ଼ିତ ଅଛନ୍ତି। ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇଯାଇ ଥିବାର ଡାକ୍ତରଙ୍କ ପାଖରୁ ସୂଚନା ମିଳିଛି । ସେ ଏବେ ଟାଙ୍ଗୀ ର ପଦ୍ମିନୀ କେୟାର ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି।ଡାକ୍ତର ଙ୍କ କହିବା ଅନୁସାରେ ଗୋଟିଏ ଇଞ୍ଜେକସନ ବାବଦକୁ ୨୦ ହଜାର ଟଙ୍କା ଆବଶ୍ୟକ । ତାଙ୍କର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ଶ୍ରୀ ନାୟକଙ୍କ ସ୍ତ୍ରୀ ଉତ୍କଳ କଳାକାର ଏକାଡେମୀ କୁ ନିବେଦନ କରିଥିଲେ। ଉତ୍କଳ କଳାକାର ଏକାଡେମୀ ର ପ୍ରତିଷ୍ଠାତା କୈଳାସ ନାୟକ ଉତ୍କଳ କଳାକାର ଏକାଡେମୀ ର ୱେଲଫେୟାର କମିଟି ଏସମ୍ପର୍କରେ ଜଣାଇଥିଲେ। କମିଟିର ସଦସ୍ୟ ସଦସ୍ୟାଙ୍କ ମଧ୍ୟରୁ ସମାଜସେବୀ ଜିତା ପଟ୍ଟନାୟକ, ସରସ୍ଵତୀ ଜେନା, ପ୍ରିୟରଞ୍ଜନ ନାୟକ, ହିମାଂଶୁ କୁମାର ନାୟକ,ସୀତାରାମ ବେଗମ, କୁନି ପଟେଲ, ମୀନକେତନ ଦାସ, ସ୍ମିତା ମହାନ୍ତି,ମଧୁ ପ୍ରଧାନ, ଗୀତାଞ୍ଜଳି ବାରିକ, ଶିବାନନ୍ଦ ଆଚାର୍ଯ୍ୟ, ଝରଣା ବେହେରା, ମାନିନୀ ଜେନା,ମହୁଆ ଧଵନ, ଆରତୀ ପରିଡ଼ା,ମାନସ ବେହେରା, କଳ୍ପନା ସିଂ, ରବିନ୍ଦ୍ର ଜେନା, ରାଜୁ ପ୍ରମୁଖ ଭାଇ ଓ ଭଉଣୀ ମାନେ କମିଟି ତରଫରୁ ୧୪,୨୦୨ ଟଙ୍କା ଅର୍ଥ ରାଶି ସହାୟତା କରିଥିଲେ । ଏକାଡେମୀ ର ସାଂସ୍କୃତିକ ସମ୍ପାଦକ ନିସ୍ତାରିଣୀ ଦତ୍ତ, ସଙ୍ଗଠନ ସମ୍ପାଦିକା ସ୍ମିତା ମହାନ୍ତି, ସମାଜସେବୀ ସ୍ୱାଗତିକା ରାଓ ଏବଂ ପ୍ରତିଷ୍ଠାତା ଶ୍ରୀ ନାୟକ ପଦ୍ମିନୀ କେୟାର ରେ ଉପସ୍ଥିତ ରହି ଡାକ୍ତରଙ୍କ ଠାରୁ ଦୀପକଙ୍କ ର ସ୍ୱାସ୍ଥ୍ୟ ସମ୍ବନ୍ଧରେ ପରାମର୍ଶ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ରେ”ଏକ୍ ପେଡ୍ ମା କେ ନାମ” ସାମୁହିକ ବୃକ୍ଷ ଚାରା ରୋପଣ 

Sunil Chandra Nayak

ଜାତୀୟ ସେବା ଯୋଜନା ଦିବସ ପାଳିତ

masiha

ରାଉରକେଲା ରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ଉଛ୍ଛସ୍ବିତ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!