ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ

ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୨/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମିସନଶକ୍ତି ସମ୍ମିଳନୀ କକ୍ଷଠାରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଭିନ୍ନ ପ୍ରକାର କମିଟି ଗଠନ, ଦୁଲ୍ଲାରଦେଇ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ମଣ୍ଡେଇ ମଞ୍ଚ ପର୍ଯ୍ୟନ୍ତ ଆସିବ, ୧୨ ଟି ପଞ୍ଚାୟତରେ ଥିବା ଆଦିବାସୀ ନୃତ୍ୟ ଦଳ ଗୁଡିକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ଓ କିପରି ବ୍ଲକ ସ୍ତରୀୟ ମଣ୍ଡେଇ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ନେଇ ଉକ୍ତ ବୈଠକରେ ଆଲୋଚନା କରଯାଇଥିଲା | ଚଳିତ ମାସ ୧୧ ତାରିଖ ଦିନ ବ୍ଲକ ସ୍ତରୀୟ ମଣ୍ଡେଇ ପାଳନ ନେଇ ନିଷ୍ପତି ନିଆଯାଇଥିଲା | ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଭାଜପାର ବିଶ୍ଵନାଥ ମାଝି, ବିଡିଓ ଶରତ ମାଝି, ସହକାରୀ ନିର୍ବାହୀ ଯନ୍ତ୍ରୀ ସଙ୍କେତ ନାୟକ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ ଓ ଦିଲ୍ଲୀପ ଦୀପକ ମିଶ୍ର, ଯୋଗାଣ ନିରିକ୍ଷକ ସିପ୍ରା ସାମଲ, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣା ଧଳ, ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, ପ୍ରାଣୀ ଚିକିତ୍ସକ ଏଲ. ଲୋକନାଥ ରେଡ୍ଡୀ, ବନପାଳ ଉମାକାନ୍ତ ପଟ୍ଟନାୟକ ଓ ସମସ୍ତ ସରପଞ୍ଚ ମାନେ ଉପସ୍ଥିତ ଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉତ୍କଳ ଦିବସ ପାଳନ କରିଛି ଡାଲମିଆ ସିମେଂଟ, ଓଡିଶାର ଐତିହ୍ୟକୁ ସମ୍ମାନ ଜଣାଇବା ସହ ସମୁଦାୟ ପ୍ରତିବଦ୍ଧତାକୁ ସୁଦୃଢ କରିଛି

Sunil Chandra Nayak

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

masiha

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!