ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟି ଅତଡ଼ା ଖସି ନାବାଳିକା ମୃତ, ଅନ୍ୟ ଜଣେ ଗୁରୁତର 

ଅଳ୍ପକେ ବର୍ତିଲେ ତିନି ନାବାଳିକା 

ରାଇଘର (ମ ନି ସ)୨୯/୧୨ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ନାକଟିସିମୋଡା ଗ୍ରାମର ପାଞ୍ଚ ଜଣ ନାବାଳିକା ଗୁରୁବାର ସକାଳେ ନିକଟସ୍ଥ ଜଂଗଲ ମଧ୍ୟରେ ଘର ଲିପିବା ନିମନ୍ତେ ମାଟି ସଂଗ୍ରହ ନିମନ୍ତେ ବାହାରିଥିବା ବେଳେ ଜଂଗଲ ମଧ୍ୟରେ ସରକାରୀ ଜଂଗଲ ମଧ୍ୟରେ ପାହାଡ ନିକଟରୁ ମାଟି ସଂଗ୍ରହ ଆରମ୍ଭ କରିଥିଲେ l ତେବେ ୬ରୁ୭ ଫୁଟ୍ ତଳେ ମାଟି ସଂଗ୍ରହ ଆରମ୍ଭ କଲେ ପାଞ୍ଚ ଜଣ ନାବାଳିକା ମଧ୍ୟରୁ ବୁଦିନି ଗଣ୍ଡ ଓ ଶିବ ରାତ୍ରୀ ଗଣ୍ଡ ଭିତରକୁ ଯାଇଥିବା ମାଟି ସଂଗ୍ରହ ଆରମ୍ଭ କରିଥିଲେ l ବାହାରେ ସବିତା ଗଣ୍ଡ,ବୁରି ଗଣ୍ଡ ଓ ଗୁଡ଼ି ଗଣ୍ଡ ତିନି ଜଣ ରହି ବାହାରେ ମାଟି ରଖୁଥିଲେ l ମାଟି ଖୋଳିବା ସମୟରେ ହଠାତ୍ ମାଟି ଅତଡ଼ା ଖସି ପଡ଼ିବାରୁ ବାହାରେ ଥିବା ତିନି ଜଣ ଅଳ୍ପକେ ବର୍ତି ଯାଇଥିବା ବେଳେ ବୁଦୁନି ଗଣ୍ଡ ଓ ଶିବ ରାତ୍ରୀ ଗଣ୍ଡ ଭିତରେ ଫଶି ଯାଇଥିଲେ l ଘଟଣା ଘଟିବା ପରେ ତିନି ଜଣ ନିକଟସ୍ଥ ସରଗିପାରା ଗ୍ରାମକୁ ଦୌଡି ଦୌଡି ଯାଇ ଗ୍ରାମବାସୀ କୁ ଖବର ଦେବା ସହ ଫୋନ ଯୋଗେ ଘର ଲୋକକୁ ଖବର ଦେଇଥିଲେ l ସଙ୍ଗେ ସଙ୍ଗେ ସରଗିପାରା ଗ୍ରାମବାସୀ ପହଞ୍ଚି ଭିତରେ ଫସି ଥିବା ଦୁଇ ନାବାଳିକା କୁ ଉଦ୍ଧାର କରିଥିଲେ l ଉଦ୍ଧାର ପରେ ଗ୍ରାମର ରୁମା ଗଣ୍ଡଙ୍କ ଝିଅ ବୁଦୁନି ଗଣ୍ଡ (୧୪) ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଶିବ ରାତ୍ରୀ ଗଣ୍ଡ (୧୩) ଗୁରୁତର ଅବସ୍ଥାରେ ପ୍ରଥମେ ଜୋଡିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତି କରିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଉମରକୋଟ ସ୍ଥାନାନ୍ତରିତ କରାଯାଇଛି l ଖବର ପାଇ ସ୍ଥାନିୟ ପୋଲିସ୍,ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିବା ବେଳେ କଂଗ୍ରେସ ବିଧାୟକ ପାର୍ଥି ସନରାଜ୍ ଗଣ୍ଡ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ମୃତକ ପରିବାରବର୍ଗ ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ମୃତକ ପରିବାରକୁ କ୍ଷତି ପୂରଣ ଦାବୀ କରିଥିଲେ l ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳର ପାହାଡ ସ୍ଥିତି ସଂପର୍କରେ ରିପୋର୍ଟ ସଂଗ୍ରହ କରି ତହସିଲଦାରଙ୍କୁ ପ୍ରଦାନ କରିଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଜୁନାଗଡ଼ ଫୁଲବାରି ପଡ଼ାକୁ ରାସ୍ତା ନାହିଁ ଲତା ବୁଦା ହୁଡା ଦେଇ ଯିବା ଆସିବା କରନ୍ତି ପଡ଼ାବାସୀ

masiha

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ

masiha

Leave a Comment

error: Content is protected !!