ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାତୃଦିବସ୍‌ ଦିନେ ମାଆଁର୍‌ ପଦେ

ମାତୃଦିବସ୍‌ ଦିନେ ମାଆଁର୍‌ ପଦେ

ମାଆଁର୍‌ ଆଶୀର୍ବାଦୁଁ ପୁଓମାନେ ତାର୍‌

କମାଲେ ରହି ବିଦେଶେଁ

ମାଆଁ ବୁପ୍‌ରି କେଡ଼େ ଭାଏଗ୍‌ବତୀ 

ରହିଛେ ଜରା ନିବାସେଁ। ୧

 

ବଛର୍‌କ ଥରେ ଆଏସନ୍‌ ପୁଓ ବହ

ଲଂବା କେଁଛୋ କାର୍‌ ଚଢ଼ି

ସମିଆ ନି’ଥାଏ କେଭେଁ ତାକଁର୍‌ ପାଖେଁ

ଟର୍‌କି ଦେସନ୍‌ ଚେକ୍‌ ଫାଡ଼ି।୨

 

ଆଏଁଖ୍‌ ଫାଡ଼ିଫାଡ଼ି ଦେଖୁଥିସି ବହ

କେତେ ଦିଆଗଲା ବଏନା

“ବୁଢ଼ୀ ହେଇକରି ସାଧୁଛେ ରାଆଁଡ଼ି 

ମର୍‌ଲେଁ ଫାବ୍‌ତୁଁ ସିନା”।୩

 

ବୁଢ଼ାବୁଢ଼ୀ ହେଇ ଜିଇଁବାଟା ମୋର୍‌ 

ସତେଁ କାଣା ଆଏ ପାପ୍‌

ହାତ୍‌ଗୋଡ଼୍‌ ମାନେ ହଦ୍‌ରିଦେଲେ ବଲି

ବସିଥିସିଁ ଚୁପ୍‌ଚାପ୍‌।୪

 

ଧନ୍‌ ଧଂଗରାପନ୍‌ ନି’ରହେ ସବୁଦିନେ

ଜିଇଁଥିଲେଁ ହେମା ବୁଢ଼ାବୁଢ଼ୀ 

ଜିଇଁଲେଁ ସାଧ୍‌ବେ, ମଲେଁ ସମାଧି ବନାବେ

ଶିଖ୍‌ଲେ ଛୁଏ ଜହ ପଢ଼ି।୫

 

ସମାଧିଥିଁ ରହି ଶାଂତି ମିଲ୍‌ବା ପଛେ

ସାଧିହେଇ କାଣା ଲାଭ୍‌

କେନ୍‌ତେହିଁ ବୁଝାମି ଜନମ୍‌କଲା ଛୁଆକୁଁ

ନାଇଁ ବୁଝନ୍‌ ମନର୍‌ ଭାବ୍‌।୬

ଗଅଁଲିଆ କବି ସୁଧୀର୍‌ ପଁଡ଼ା

Related posts

ଡେଙ୍ଗାଗୁଡା ଠାରେ ନାଭାଲ ଏନସିସି ଦିବସ ପାଳନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଝରାଫୁଲ

Sunil Chandra Nayak

ତେନ୍ତୁଳିଖୁଣ୍ଟି ରେ ଖସିଲେ କୋଷାଗୂମୁଡ଼ା ରେ ଫସିଲେ, ବିଡ଼ିଓ ଅକ୍ଷମିତା କାର୍ତ୍ତିକ ?

Sunil Chandra Nayak

Leave a Comment

error: Content is protected !!