ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

 କାଶୀପୁର ରୁ ବୈକୁଣ୍ଠ ଦୁରିଆ :-ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକିରି ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୪୪-ତମ ବାର୍ଷିକ କ୍ରୀଡା ପ୍ରତିଯାେଗିତା ଉଦଯାପିତ ହୋଇଯାଇଛି ।

         ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ବକୁଳାରାଣୀ ଦାସଙ୍କ ତତ୍ତ୍ବାବଧାନରେ କ୍ରୀଡା ଶିକ୍ଷକ ଶ୍ରୀ ରାଜେନ୍ଦ୍ର ମହାନ୍ତ ଖେଳ ପରିଚାଳନା କରିଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ପବିତ୍ର ମୋହନ ନାୟକ ଯାେଗ ଦେଇ ପାଠପଢା ସହିତ କ୍ରୀଡା ଏବଂ କ୍ରୀଡା ମାଧ୍ୟମରେ ଶିକ୍ଷାର ବିକାଶ ହୋଇପାରିବ ବୋଲି ମନ୍ତବ୍ୟ ଦେଇଥିଲେ । ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସୁରେଶ କିମାର ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି କ୍ରୀଡା ମଣିଷକୁ ଦୃଢ, ନିଷ୍ଠାବାନ ଓ ସଫଳ କରିବା ସହ ଶରୀରକୁ ସୁସ୍ଥ ଓ ମନକୁ ସବଳ କରେ । ଏଥି ସହିତ କ୍ରୀଡା ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଓ ମାନସିକ ବିକାଶ କରେ ବୋଲି ମନ୍ତବ୍ୟ ଦେଇଥିଲେ । ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସର୍ବକନିଷ୍ଠ, କନିଷ୍ଠ ଓ ବରିଷ୍ଠ ଦଳରେ ୧୬ ଟି ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକା, ଅଧ୍ୟାପିକା ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନନୀୟ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା ।ଶେଷରେ ସହକାରୀ ଶିକ୍ଷକ ଶ୍ରୀ ରଞ୍ଜିତ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୪୮ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ପ୍ରଥମ ପୁରାଣ ସାହିତ୍ୟ ମାତୃକୃପା ସମ୍ମିଳନୀ

masiha

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ

masiha

Leave a Comment

error: Content is protected !!