ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜଗାଙ୍ଗପୁର ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ପାଳିତ

ରାଜଗାଙ୍ଗପୁର ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ପାଳିତ

ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ସହର ରେ ମିଡ଼ିଆ କ୍ଲବ ପକ୍ଷରୁ 77 ତମ ଗଣତନ୍ତ୍ର ଦିବସ ଧୂମଧାମ ରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ରେ ପାଳନ କରାଯାଇଥିଲା, ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ପି. ଏନ. ସାମଲ ଯୋଗ ଦେଇଥିଲେ, କାର୍ଯ୍ୟକାରି ଅଧ୍ୟକ୍ଷ ରମେଶ କେଶରୀ ତାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣେଇ ଥିଲେ, ଏହା ପରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଧ୍ବଜା ଆରୋହଣ କରାଯାଇଥିଲା, ଧ୍ବଜା ରୋହଣ ପରେ ସାମୁହିକ ରାଷ୍ଟ୍ରୀୟ ଗାନ ବନ୍ଦନ କରାଯାଇଥିଲା, କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସାମାଜିକ କାର୍ଯ୍ୟକର୍ତା ସୁଭାଷ ଶତପଥୀ ଓ ଅବସର ପ୍ରାପ୍ତ ଶିକ୍ଷକ ଅଭିରାମ ଶୁଦ୍ରରାୟ ଯୋଗ ଦେଇଥିଲେ, ନିଜ ବ୍ୟକ୍ତବ୍ୟ ରେ ମୁଖ୍ୟ ଅତିଥି କହିଥିଲେ ଯେ ସାରା ବିଶ୍ୱ ରେ କେବଳ ଭାରତ ବର୍ଷ ରେ ଗଣତନ୍ତ୍ରିକ ପ୍ରକ୍ରିୟା ରେ ଦେଶ ପରିଚାଳିତ ହୁଏ, ଏହା ଆମ ସମସ୍ତଙ୍କ ପାଇ ଗୌରବ ର କଥା, ଆମେ ସମସ୍ତେ ନିଜକୁ ଧନ୍ୟ ମନେ କରିବା କଥା ଯେ ଆମେ ଭାରତୀୟ, ସମ୍ମାନିତ ଅଥିତି ସୁଭାଷ ଶତପଥୀ ନିଜ ବ୍ୟକ୍ତବ୍ୟ ରେ କହିଲେ ଯେ ସମସ୍ତେ ମିଳିମିଶି କି ଭାଇଚାରା ବଜାୟ ରଖି ରହିବା ଦ୍ୱାରା ଭାରତୀୟ ଙ୍କ ନାମ ସମଗ୍ର ବିଶ୍ୱ ରେ ଉଜ୍ୱଳ ହୋଇ ରହିବ, ମଞ୍ଚ ପରିଚାଳନା କାର୍ଯକାରୀ ସଭାପତି ରମେଶ କେଶରୀ କରିଥିଲେ, କାର୍ଯ୍ୟକ୍ରମ ରେ ମିଡ଼ିଆ କ୍ଲବ ସଭାପତି ପ୍ରଫୁଲ୍ଲ ସାହୁ ସମସ୍ତ ମିଡ଼ିଆ ଭାଇ ମାନଙ୍କୁ ଦେଶ ର ଉନ୍ନତି ରେ ଚତୃର୍ଥ ସ୍ଥମ୍ଭ ର ବିଶେଷ ଭୂମିକା ରହୁଛି ବୋଲି କହିଥିଲେ, କାର୍ଯ୍ୟକ୍ରମ ରେ ସମ୍ପାଦକ ଗିରିଜା ସାମଲ, ଯୁଗ୍ନ ସମ୍ପାଦକ ସୁବାଷ ବେହରା, ସହ ଯୁଗ୍ନ ସମ୍ପାଦକ ନମି ସନ୍ୟାସୀ,କୋଷାଧକ୍ଷ ଅମୀୟ ରଞ୍ଜନ ଦାସ, ମନୋଜ କୁମାର ଗୌଡ଼ ବିଶ୍ୱଜିତ ଶତପଥୀ,ବିକାଶ ରଞ୍ଜନ ନାୟକ, ମନୋଜ ତନ୍ତି ଦୀପ୍ତି ଲୁହା, ଏବଂ ଅନାନ୍ୟୟ ସଦସ୍ୟ ସହ ବହୁ ସଂଖ୍ୟା ରେ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ, ସଭା ସମାପ୍ତି ପୂର୍ବେ ସହ ସମ୍ପାଦକ ସୁଭାଷ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣେଇବା ସହ କାର୍ଯ୍ୟକ୍ରମ ର ସମାପନ କରିଥିଲେ!

ରାଜଗାଙ୍ଗପୁର ରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ ଙ୍କ ରିପୋର୍ଟ

Related posts

ହରମୋହନ ମିଶ୍ର ଙ୍କ ଲିଖିତ ପୁସ୍ତକ ସ୍ପର୍ଶ ଉନ୍ମୋଚିତ

masiha

ନୂଆଗାଁ ର ହୁଟୁବ ସାହି ରାସ୍ତା କାଦୁଅ ପଚ ପଚ/ ନେତା ମାଳ ମାଳ କାମ ଦୁର୍ବଳ

Sunil Chandra Nayak

୮ଦଫା ଦାବି ପୁରଣ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣା ବସିଥିଲେ ଅନଙ୍ଗୱାଡ଼ି କର୍ମୀ

Sunil Chandra Nayak

Leave a Comment

error: Content is protected !!