ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରୁ ପଞ୍ଚାୟତରେ ମିଳିତ ଜନ ଶୁଣାଣିରେ ସର୍ବାଧିକ ରାସନକାର୍ଡ ରହିଛି 

ସାରୁ ପଞ୍ଚାୟତରେ ମିଳିତ ଜନ ଶୁଣାଣିରେ ସର୍ବାଧିକ ରାସନକାର୍ଡ ରହିଛି 

ହିଞ୍ଜିଳିକାଟୁ ;-୨୮/୦୧ ପଞ୍ଚାୟତ ବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗକୁ ନେଇ ସୋମବାର ଦିନ ସାଧାରଣତନ୍ତ୍ର ଦିବସ ପାଳିତ ହେତୁ ମଙ୍ଗଳବାର ଦିନ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁ ପଞ୍ଚାୟତ ପରିସରରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବୈଷ୍ଣବ ମଣ୍ଡଳ ପରିଚାଳନା କରିଥିବା ବେଳେ ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେଣୀଆ,ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ,ବ୍ଳକ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ,ସରପଞ୍ଚ ନିଳାଞ୍ଚଳ ସାହୁ,ସମିତି ସଭ୍ୟା ଶକୁନ୍ତଳା ଦାସ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ବାସୀଙ୍କ ଶାନ୍ତିପୂର୍ଣ୍ଣ ଭାବେ ଅଭିଯୋଗ ଶୁଣିଥିଲେ । ସାରୁ ପଞ୍ଚାୟତରେ ବିଭିନ୍ନ ଅଭିଯୋଗକୁ ନେଇ ସର୍ବମୋଟ ୨୫୫ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ସେଥି ମଧ୍ୟରୁ ରାସନ କାର୍ଡ ସର୍ବାଧିକ ୧୭୦ଟି,ବାର୍ଦ୍ଧକ୍ୟ ଭତ୍ତା ୨୯ଟି, ଗ୍ରାମୀଣ ଆବାସ ଯୋଜନା ୧୭ଟି, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ୦୧,ରାଜସ୍ବ ତହସିଲ ୨୭ଟି,ବିକାଶ ଉନ୍ନୟନ ୦୨ ଟି,ସୁଭଦ୍ରା ଯୋଜନା ୦୬ଟି ଅନ୍ୟାନ୍ୟ ସମସ୍ୟା ଗୋଟିଏ ଅଭିଯୋଗ ରହିଥିଲା । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗାଣ ନୀରିକ୍ଷକ ସ୍ନେହାଞ୍ଜଳି ସ୍ବାଇଁ,ବ୍ଳକ ସାମାଜିକ ନିରାପତ୍ତା ଅଧିକାରୀ ଶୁଭଶ୍ରୀ ବେହେରା, କଲ୍ୟାଣ ସାମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ପ୍ରଧାନ,ଜଳସମ୍ପଦ ସହକାରୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ, କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ ବିନ୍ଦୁସାଗର ପଣ୍ଡା,ରାଜସ୍ୱ ନିରୀକ୍ଷକ ଗୌତମ ରାଉତ, ଅମିନ ଅରୁନ୍ଧତୀ ପାଣିଗ୍ରାହୀ, ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଗିରିଶ ନାୟକ,ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ ଭଜ ରାମ ସାହୁ,ଜିପିଇଓ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ବ୍ୟାଙ୍କ୍,ବିଦ୍ୟୁତ୍,ସ୍ବାସ୍ଥ୍ୟ ,ଜଙ୍ଗଲ ଏବଂ ଅନ୍ୟାନ୍ୟ ବ୍ଲକ ବିଭାଗୀୟ ଅଧିକାରୀଙ୍କ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ସମସ୍ତ ପଞ୍ଚାୟତ ନିର୍ବାହୀ ,ସହକାରୀ ଯନ୍ତ୍ରୀ,ଏଡିଇଓ ଘନଶ୍ୟାମ ସେଠୀ, ବିଏଫଟି ପ୍ରକାଶ ଦାସଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts

ଗୁଣ୍ଡୁରିଆ ଶହୀଦ ଦିଵସରେ ବିଜେଡି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି

masiha

ସାମାଜିକ କର୍ମୀ ଶୈଳରାଜ ପାଣିଙ୍କ ନେତୃତ୍ୱରେ ପଶୁପକ୍ଷୀଙ୍କ ପାଇଁ ଜଳଦାନ ସେବା 

masiha

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!