ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାଜୁ ଗଛରୁ ନିଖୋଜ ମହିଳାଙ୍କ ଗଳିତ ଶବ ଠାବ

କାଜୁ ଗଛରୁ ନିଖୋଜ ମହିଳାଙ୍କ ଗଳିତ ଶବ ଠାବ

କନ୍ଧମାଳ,ତା, ୨୮/୦୧: (ମନିସ): ନିଖୋଜ ମହିଳାଙ୍କ ଗଳିତ ଶବ ଠାବ । ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ମୃତ ମହିଳା ଜଣକ ରାୟଗଡ଼ା ଜିଲ୍ଲାର ଡିମିରିଗୁଡ଼ା ଗ୍ରାମର ସମ୍ବରୀ ମାଝୀ ହେଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଗତ ତିନିବର୍ଷ ତଳେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଝିରିପାଣି ପଞ୍ଚାୟତର ଦେସୁଘାଟୀ ଗ୍ରାମର ପ୍ରକାଶ ଜାନିଙ୍କୁ ବିବାହ କରିଥିଲେ ସମ୍ବରୀ l ଗତ ୧୧ ତାରିଖ ଦିନ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରରୁ ବଚସା ହେବାପରେ ସମ୍ବରୀ ରାଗିଯାଇ ଘରଛାଡ଼ି କୁଆଡ଼େ ପଳେଇ ଯାଇଥିଲେ । ଦୀର୍ଘ ସମୟଧରି ଘରକୁ ନଫେରିବାରୁ ସ୍ବାମୀ ଓ ସମ୍ପର୍କୀୟ ବହୁ ଖୋଜା ଖୋଜି କରିବା ପରେ ସମ୍ବରୀଙ୍କ କୌଣସି ସନ୍ଧାନ ନପାଇ ଜାନୁଆରୀ ୧୮ ତାରିଖରେ ବେଲଘର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ସ୍ୱାମୀ ପ୍ରକାଶ ଜାନୀ । ମଙ୍ଗଳବାର ସନ୍ଧ୍ୟାରେ ଗାଁ ନିକଟସ୍ଥ ଜଙ୍ଗଲର ଏକ କାଜୁ ଗଛରେ ସମ୍ବରୀଙ୍କ ଝୁଲନ୍ତା ଗଳିତ ମୃତଦେହ ଦେଖିବା ପରେ ଗାଁ ଲୋକଙ୍କୁ ଜଣାଇବା ସହ ବେଲଘର ପୋଲିସକୁ ଜଣାଇଥିଲେ ପ୍ରକାଶ ଜାନୀ । ଖବରପାଇ ବୁଧବାର ଘଟଣାସ୍ଥଳରେ ବେଲଘର ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଏହା ଆତ୍ମହତ୍ୟା ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ମୃତ ମହିଳାଙ୍କ ସ୍ବାମୀ ପ୍ରକାଶ ଜାନୀ ।

Related posts

ଶାମୁକା ଚୋରି ବିରୋଧରେ ଏକ ହେଲେ ଗ୍ରାମବାସୀ

Sunil Chandra Nayak

ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟଣା ; କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ 

masiha

୭ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ,ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ହୋଇଥିଲା ମୃତ୍ୟୁ,ସ୍ୱୀକାର କଲେ ଅଭିଯୁକ୍ତ ୨ ଶିକାରୀ

Sunil Chandra Nayak

Leave a Comment

error: Content is protected !!