ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ବନ୍ଦ ଡାକରା ଯୋଗୁଁ ଥୁଆମୂଲ ରାମପୁର ଅଞ୍ଚଳବାସୀ ଯାତାୟାତ ବାଧାପ୍ରାପ୍ତ

ଓଡ଼ିଶା ବନ୍ଦ ଡାକରା ଯୋଗୁଁ ଥୁଆମୂଲ ରାମପୁର ଅଞ୍ଚଳବାସୀ ଯାତାୟାତ ବାଧାପ୍ରାପ୍ତ

ଥୁଆମୂଲରାମପୁର :- ୨୮/୧ (ମସିହା) ରାଜ୍ୟରେ ଧାନମଣ୍ଡି ଓ ଧାନ ବିକ୍ରିର ଅ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ସମସ୍ୟା ଆଜି ଚାଷୀ ହତାଶ। ରାଜ୍ଯର ଧାନ ମଣ୍ଡିମାନଙ୍କରେ ଅବ୍ୟବସ୍ଥା, ଏଫ.ଏ.କ୍ୟୁ. ନାମରେ ୫କେଜିରୁ ୧୦କେଜି ପର୍ଯ୍ୟନ୍ତ କଟନି ଛଟନି, ବିକ୍ରି ହୋଇଥିବା ଧାନର ଟଙ୍କା ଠିକ୍ ସମୟରେ ଚାଷୀଙ୍କୁ ନ ମିଳିବା, ୧୫୦କ୍ୱିଣ୍ଟାଲର ଅଧିକ ଧାନ ପାଇଁ ଇନପୁଟ୍ ସହାୟତା ୮୦୦ଟଙ୍କା ନ ଦିଆଯିବା, ପ୍ରଦୂଷଣ ନାମରେ ୩୫ଲକ୍ଷ ଲୋକଙ୍କ ଠାରୁ ୧୩୦୦କୋଟି ଟଙ୍କା ଆଦାୟ କରିବା ପାଇଁ ସାଧାରଣ ବ୍ୟକ୍ତିଙ୍କ ଠାରୁ ହଜାର ହଜାର ଟଙ୍କାର ଜୋରିମାନା ନେବା, ବକେୟା ଟଙ୍କା ଆଦାୟ ଆଳରେ ଟାଟା ପାୱାରର ବିଦ୍ଯୁତ ଉପଭୋକ୍ତାଙ୍କ ପ୍ରତି ଜୁଲୁମ, ସ୍ମାର୍ଟ ମିଟର ନାମରେ ଲୋକଙ୍କୁ ଶୋଷଣ କରିବା ବିରୋଧରେ ନବନିର୍ମାଣ କୃଷକ ସଂଗଠନ ଆଜି ସକାଳ ୬ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦେଇଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ବ୍ଲକ ମଧ୍ଯ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ନବନିର୍ମାଣ କୃଷକ ସଂଗଠନ ର ଜିଲ୍ଲା ଯୁବ ସଭାପତି ହିତେଶ କୁମାର ନାଏକ , ବ୍ଲକ ସଭାପତି ବୃନ୍ଦାବନ ନାଏକ , ବ୍ଲକ ଉପ ସଭାପତି ବସନ୍ତ ନାଏକ , ବ୍ଲକ ଯୁବସଭାପତି ଗମୟରଞ୍ଜନ ନାଏକ, ସମ୍ପାଦକ ଶାନ୍ତି ନାଏକ, ସହ ସଂପାଦକ ଅମ୍ବିନାଏକ , ମଳୟ ନାଏକ , ପ୍ରଦୀପ ନାଏକ, ଅନନ୍ତ ନାଏକ ସହ ସମସ୍ତ ନେତୃବୃନ୍ଦ ଓ ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳ ରାସ୍ତା ଅବରୋଧ କରି ଚକା ଯାମ କରିଥିଲେ। ବସ୍, ଟ୍ରକ, ଚାରିଚକିଆ ବାହାନ ଚଳାଚଳ, ଦୋକାନ ବଜାର ବନ୍ଦ ରହିଥିଲା ।, , କଂଗ୍ରେସ ଦଳ ,ଚାଷୀ, ବୁଦ୍ଧିଜିବୀ ବିଭିନ୍ନ ସଙ୍ଗଠନ ସାମିଲ ହୋଇ ବନ୍ଦକୁ ସଫଳ କରିଥିଲେ।

ରବି ନାରାୟଣ ସିଂହଙ୍କ ରିପୋର୍ଟ ମସିହା ନ୍ୟୁଜ।

Related posts

ପ୍ରଥମ ଏଜୁକେସନ ଫୋୖଣ୍ଡସନ ତରଫ ରୁ ଦଶମ ଶ୍ରେଣୀ ଛାତ୍ରୀ ଙ୍କୁ ସାଟିଫିକେଟ ପ୍ରଦାନ

Sunil Chandra Nayak

ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା : ସ୍କୁଲର କୋଠା ସରିଲା ଵିଲ୍ ହେଲା ,ମାସକମଧ୍ୟରେ ଘର ଛାତରୁ ପାଣି ଗଳିଲା

Sunil Chandra Nayak

ବହୁ ଚର୍ଚ୍ଚିତ କୋଏଲ ବାରେଜ ପରିଦର୍ଶନ କଲେ ବିଧାୟକ ଦୂର୍ଗା ଚରଣ ତନ୍ତୀ 

masiha

Leave a Comment

error: Content is protected !!