ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ 

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ 

କର୍ଲାମୁଣ୍ଡା, ୨୮/୦୧ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ ବୁଧବାର ହୋଇଯାଇଛି। ଏଥିରେ କମିଟୀ କୋଷାଧ୍ୟକ୍ଷ ରାକେଶ କେଡ଼ିଆ ଓ ତାଙ୍କ ଧର୍ମପତ୍ନୀ ଯଜ୍ଞକର୍ତ୍ତା ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସମ୍ପାଦନ କରଥିଲେ। ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବମନ୍ଦିର ପରିଚାଳନା କମିଟୀ ସଭାପତି ମଙ୍ଗଳ ମାଝୀ, ଉପସଭାପତି ରାଜ କୁମାର ରଣା, ସଂପାଦକ ବସନ୍ତ କୁମାର ସାହୁ, ସହ ସଂପାଦକ ମନୋଜ କୁମାର ରଣା, ନାଗବାଚା କମିଟୀ ସଭାପତି ଯଶୋବନ୍ତ ଭୋଇ, ସଂପାଦକ ମୋତିଲାଲ ରଣା, ମନ୍ଦିର ପୂଜକ ରୁଦ୍ର ଭୋଇ, ବଳରାମ ଭୋଇ, ସମସ୍ତ ସଦସ୍ୟଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ଆସନ୍ତା ୪ ରୁ ୧୦ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ୪ଦିନ ବ୍ୟାପୀ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧର ରାଜ ଦରବାର ଓ ରାତ୍ରିରେ ଖୋଲା ମଞ୍ଚ ଅପେରା ମଞ୍ଚସ୍ଥ ହେବ। ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଶେଷ ଆକର୍ଷଣ ମୀନାବଜାର ରହିଥିବା ଜଣାଯାଏ।

Related posts

ପର୍ଯ୍ୟଟନ ସ୍ଥଳୀ ଅଶୁରଘାଟୀ‌ ଜଳପ୍ରପାତକୁ ସ୍ବଚ୍ଛତା ଓ ପ୍ଳାଷ୍ଟିକ ବର୍ଜନ ନେଇ ସଚେତନତା

masiha

ବୈଦିକ ବ୍ରାହ୍ମଣ ପରିଷଦର ଦ୍ୱିତୀୟ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଉତ୍ସବ ପାଇଁ ଧର୍ମଗଡ ରେ ମଶାଲ ଯାତ୍ରା

masiha

Leave a Comment

error: Content is protected !!