ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସିନ୍ଧେକେଲା ଅଞ୍ଚଳରେ ବଢ଼ୁଛି ବାଲି ମାଫିଆଙ୍କ ଦୌରତ୍ମ୍ୟ, ପ୍ରଶାସନୀୟ ନିରବତାକୁ ନେଇ ଅସନ୍ତୋଷ

ସିନ୍ଧେକେଲା ଅଞ୍ଚଳରେ ବଢ଼ୁଛି ବାଲି ମାଫିଆଙ୍କ ଦୌରତ୍ମ୍ୟ, ପ୍ରଶାସନୀୟ ନିରବତାକୁ ନେଇ ଅସନ୍ତୋଷ

କଣ୍ଟାବାଞ୍ଜି : ଦିନକୁ ଦିନ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଅଞ୍ଚଳରେ ବାଲି ମାଫିଆଙ୍କ ଦୌରତ୍ମ୍ୟ ବଢ଼ି ଚାଲିଛି। ବିନା ରୋୟାଲ୍ଟିରେ ଦିନ ରାତି ବେଆଇନ ଭାବେ ବାଲି ପରିବହନ ହେଉଥିବା ଅଭିଯୋଗ ମିଳୁଛି। ଏହାକୁ ନେଇ ପ୍ରତିବାଦ କଲେ ସାଧାରଣ ଲୋକଙ୍କୁ ଧମକ ମିଳୁଥିବା ଅଭିଯୋଗ ମଧ୍ୟ ଉଠିଛି।

ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ, ପ୍ରଶାସନ ଏବଂ ବାଲି ମାଫିଆଙ୍କ ମିଳିତ ଭାବେ ବେଆଇନ ବାଲି ଚାଲାଣ ହେଉଛି। ତହସିଲ ଏବଂ ମାଇନିଂ ବିଭାଗ କେବେ କେମିତି ଲୋକଦେଖାନିଆ ଭାବେ କିଛି ଗାଡ଼ି ଧରି ଛାଡ଼ି ଦେଉଥିବା ଦେଖାଯାଉଛି, କିନ୍ତୁ ନିୟମିତ ଓ କଠୋର ପଦକ୍ଷେପ ନେଉ ନାହାନ୍ତି।

ବେଆଇନ ଭାବେ ଚାଲୁଥିବା ବାଲି ଚାଲାଣ ରୋକିବା ପାଇଁ ପ୍ରଶାସନ କୌଣସି ଦୃଢ଼ ପଦକ୍ଷେପ ନ ନେଇଥିବାରୁ ସ୍ଥାନୀୟ ଜନସାଧାରଣ ଭାରି ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ମୀନକେତନ ମିଆଲ୍ ଙ୍କ ରିପୋର୍ଟ୍ 

Related posts

ହଷ୍ଟେଲ ପଙ୍ଖାରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ 

Sunil Chandra Nayak

ସାବଧାନ! ପାରାଦ୍ୱୀପ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଲୁଟେରା 

Sunil Chandra Nayak

ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ; ପୁଲିସର ଛାନଭିନ୍

Leave a Comment

error: Content is protected !!