ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗନୱାଡି କେନ୍ଦ୍ରରେ କିଶୋରୀ ମେଳା 

ଅଙ୍ଗନୱାଡି କେନ୍ଦ୍ରରେ କିଶୋରୀ ମେଳା 

ଡାବୁଗାଁ, ୩୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଆକାଂକ୍ଷା ଡାବୁଗାଁ ବ୍ଲକ ର ଘୋଡ଼ାଖୁଣ୍ଟା ଗ୍ରାମ ପଞ୍ଚାୟତ ଅଧୀନ ଘୋଡାଖୁଣ୍ଟା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ସେକ୍ଟର ସୁପରଭାଇଜର ସାଇରା ବାନୁଙ୍କ ଉପସ୍ଥିତିରେ କିଶୋରୀ ମେଳା ଶନିବାର ଆୟୋଜିତ ହୋଇଯାଇଛି | ଯାହାର ଉଦ୍ଦେଶ୍ୟ ୧୦–୧୯ ବର୍ଷ ବୟସର କିଶୋରୀମାନଙ୍କୁ ସଶକ୍ତ କରିବା ଥିଲା । ଏହାର ଲକ୍ଷ୍ୟ କିଶୋରୀମାନଙ୍କ ପାଇଁ ଝୁମୁକି ଓ ଅସୁରକ୍ଷା କମାଇବା, ସେମାନଙ୍କୁ ଆତ୍ମନିର୍ଭର, ସଶକ୍ତ ଓ ସ୍ଥାୟୀ କରିବା, ବାଲ୍ୟ ବିବାହ ପ୍ରତିରୋଧ କରିବା, କିଶୋରୀମାନଙ୍କ ବିରୁଦ୍ଧରେ ହିଂସା ଅବସାନ କରିବା ଏବଂ ସେମାନଙ୍କୁ ସରକାରୀ କଲ୍ୟାଣ ଯୋଜନା ସମୂହ ସହିତ କିଶୋରୀ ମାନଙ୍କୁ ସଂଯୋଗ କରିବା | ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ଅଙ୍ଗନବାଡ଼ି କର୍ମୀ ସନ୍ଧ୍ୟା ପାଢୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ର ଅଙ୍ଗନବାଡ଼ି କର୍ମୀ ମାନେ ଓ ୧୦ ରୁ ୧୯ ବର୍ଷର କିଶୋରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ବ୍ଳକ ପରିସରରେ ଅତ୍ୟାଧୁନିକ ଭିଡିଓ କନଫେରେନ୍ସ ହଲ ଉଦଘାଟିତ

ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାରେ ଏନ୍ ସି ସି ର ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ,ଯୋଗଦେଲେ ୫ ଶହ କ୍ୟାଡେଟ

masiha

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!