ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣିକ୍ୟପୁର ଉଚ୍ଚ ବିଦ୍ୟାଳୟ ର ଦଶମ ବାର୍ଷିକ ଉତ୍ସବ 

ମାଣିକ୍ୟପୁର ଉଚ୍ଚ ବିଦ୍ୟାଳୟ ର ଦଶମ ବାର୍ଷିକ ଉତ୍ସବ 

ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ମୁଁ ଦାୟିତ୍ଵ ନେବି ବିଧାୟକ ରମେଶ ଜେନା 

ଆସିକା, ୩୧/୧/୨୬ (ଶିବ ଶଙ୍କର ମିଶ୍ର )ଶିକ୍ଷା ହେଉଛି ଏକ ମୌଳିକ ଅଧିକାର। ଗରିବ ଘରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ଦାୟିତ୍ଵ ମୁଁ ନେବି, ସେମାନଙ୍କୁ ପାଠ ପଢାଇବି। ମାଣିକ୍ୟପୁର ବୀଣା ଛଟେଇ ଉଚ୍ଚ ବିଦ୍ୟାଳୟରେ ଦଶମ ବାର୍ଷିକ ଉଛବ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ବକ୍ତବ୍ୟ ରଖିଛନ୍ତି ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା । ପ୍ରଧାନ ଶିକ୍ଷକ ବାବୁଲା ପ୍ରଧାନ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଭାବେ ବ୍ଲକ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୌରୀ ଶଙ୍କର ବେହେରା , ଡାକ୍ତର ଅନୁପମା ମହାପାତ୍ର,ଏସ ଏମ ସି ସଭାପତି ଅଶୋକ କୁମାର ସୁବୁଦ୍ଧି, ପୂର୍ବତନ ସରପଂଚ ହାମ୍ବୁଲୁ ବିଷୋୟୀ, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାହୁ ନିଜ ଅଭି ଭାଷଣରେ ଏହି ବିଦ୍ୟାଳୟର ପାସ ହାର ୯୮ ପ୍ରତିଶତ ରହିଥିବା ବେଳେ ଅନେକ ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରୁଛନ୍ତି ,ଚଳିତ ବର୍ଷ ଯେଉଁ ଛାତ୍ର ଛାତ୍ରୀ ମାନେ ୯୦ ପ୍ରତିଶତ ମାର୍କ ରଖିବେ ନିଜ ତରଫରୁ ୧୦୦୦୦/- ଟଙ୍କା ଲେଖାଏଁ ପୁରସ୍କାର ଦେବେ ବୋଲି ପ୍ରକାଶ କରିଥିଲେ | ବିଧାୟକ ବୀଣା ଛଟେଇ ଉଚ୍ଚ ବିଦ୍ୟାଳୟ ମୋ ପାଇଁ ଏକ ଆଦର୍ଶ ବିଦ୍ୟାଳୟ ଏହି ବିଦ୍ୟାଳୟରେ ସଂସ୍କାର ଶିଖାଯାଏ ଓ ଏଠାରୁ ଅନେକ ଛାତ୍ର କୃତି ହାସଲ କରି ଅନେକ କର୍ମ କ୍ଷେତ୍ରରେ ନିୟୋଜିତ ହୋଇଥିବା କହିଥିବା ବେଳେ ଯେଉଁ ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ଦଶମ ଶ୍ରେଣୀ ଉତୀର୍ଣ୍ଣ ପରେ କଲେଜ ପଢିବାରେ ଅର୍ଥ ବାଧକ ସାଜୁଛି ସେହି ପିଲାଙ୍କୁ ସେ ନିଜେ ପାଠ ପଢ଼ାଇବେ ବୋଲି ପ୍ରତିଶୃତି ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସହଯୋଗ ପ୍ରଦାନ କରିଥିଲେ।ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Related posts

ଡାବୁଗାଁ ଚାରି ଛକ ନିକଟରେ ବାଇକକୁ ଘୋଷାଡି ନେଲା ଟ୍ରକ୍, ଜଣେ ଗୁରୁତର

Sunil Chandra Nayak

ପରିଷ୍କାର ଓ ସବୁଜ ପଞ୍ଚାୟତ ଗଠନ ନେଇ ତାଲିମ 

masiha

ନୃସିଂହ ଠାକୁରଙ୍କୁ ପୂଜାର୍ଚ୍ଚନା କଲେ ନୂତନ ଦେହରୀ ଓ ଉପଦେହୁରୀ

masiha

Leave a Comment

error: Content is protected !!