ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ସାମ୍ବାଦିକ ବିଜୟ ସହିସ ସମ୍ମାନିତ

ବରିଷ୍ଠ ସାମ୍ବାଦିକ ବିଜୟ ସହିସ ସମ୍ମାନିତ

ନୂଆପଡା,(ସୁଜିତ କୁମାର ପ୍ରଧାନ )ନୂଆପଡା ଜିଲ୍ଲା ର ବରିଷ୍ଟ ସାମ୍ବାଦିକ ବିଜୟ କୁମାର ସହିସ ଙ୍କୁ ବେଷ୍ଟ ସାମ୍ବାଦିକ ଭାବ ରେ କେଥ୍ରୀ ନ୍ୟୁଜ ଚେନାଲ ତରଫ ରୁ ସମ୍ମାନୀତ କରାଯାଇଛି । ଖରିଆରରୋଡ ର ଗଣପତି ପେଲେସ ରେ ଆୟୋଜିତ ଚଳିତ ବର୍ଷ ୨୦୨୬ କେଥ୍ରୀ ନ୍ୟୁଜ ଚେନଲ ର ପଞ୍ଚମ ତମ ବାର୍ଷିକ ଉତ୍ସବ ର ଆୟୋଜନ କରାଯାଇଥିଲା ।ଏହି ବାର୍ଷୀକ ଉତ୍ସବ ରେ ମୁଖ୍ୟ ଅତିଥି ଭାବ ରେ ନୂଆପଡା ଜିଲ୍ଲାପାଳ ମଦୁସୁଦନ ଦାସ ନୂଆପଡା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂ ବିଶିଷ୍ଟ ଅତିଥି ଓ ସମ୍ମାନୀତ ଅତିଥି ଭାବ ରେ ନୂଆପଡା ବିଧାୟକ ଜୟ ଢୋଲକିଆ ଖରିଆରରୋଡ ନଗରପାଳ ସୋନିଆ ଅଗ୍ରୱାଲ ଓ ନୂଆପଡା ବ୍ଲକ ଚେୟାରମେନ ତାରେଶ୍ବରୀ ଅଗ୍ରୱାଲ ମଂଚାସିନ ଥିଲେ । ସେହିଭଳି ଖରିଆରରୋଡ ର ସ୍ଥାନୀୟ ଜନସାଧାରଣ ବୁଦ୍ଦିଜିବୀ ସମାଜସେବୀ ଓ ସାମ୍ବାଦିକ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହିଥିଲେ ।ଅତିଥି ମାନେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୃର୍ତି ରେ ଦୀପ ପ୍ରଜ୍ଜଳନ କରି ବାର୍ଷିକ ଉତ୍ସବ କାଯ୍ୟକ୍ରମ କୁ ଆରମ୍ବ କରିଥିଲେ ।ନୂଆପଡା ଜିଲ୍ଲାପାଳ ନିଜ ଭାଷଣ ପ୍ରସଗଂ ରେ କେଥ୍ରୀ ନ୍ୟୁଜ ଚେନାଲ କୁ ପ୍ରଂଶସା କରିବା ସହ ଚଳିତ ନୂଆପଡା ଉପ ନିର୍ବାଚନ ରେ ସାମ୍ବାଦିକ ମାନଙ୍କ ସଫଳ ରିପୋଟିଂ ଯୋଗୁ ତାକୁ ମହାମହିମ ରାଷ୍ଟ୍ରପତି ଜାତୀୟ ସ୍ତର ରେ ବେଷ୍ଟ ଜିଲ୍ଲାପାଳ ସମ୍ମାନ କରିଛନ୍ତି ଏହା ନୂଆପଡା ଜନତାଙ୍କ ସମ୍ମାନ ଅଟେ ବୋଲି କହିଥିଲେ ।ସେହିଭଳି ନୂଆପଡା ଏସପି ଅମ୍ରିତପାଲ ସିଂ ନୂଆପଡା ର ସାମ୍ବାଦିକଙ୍କ ରୋଲ ପଜିଟିଭ ରହିଛି ଓ ଉଚ୍ଚକୋଟୀର ସାମ୍ବାଦିକତା ହେଉଅଛି ତେଣୁ କରି ସାମ୍ବାଦିକ ମାନକୁଂ ଫୋର୍ତ ପିଲାର କୁହାଯାଏ ବୋଲି କହିଥିଲେ ।ନୂଆପଡା ବିଧାୟକ ଜୟ ଢୋଲକିଆ ଖରିଆରରୋଡ ନଗରପାଳ ସୋନିଆ ଅଗ୍ରୱାଲ କେଥ୍ରୀ ନ୍ୟୁଜ ର ଦର୍ଶକ ସଂଖ୍ୟା ଦିନ କୁ ଦିନ ବଢି ଚାଲିଛି ଆ଼ସନ୍ତା ଦିନ ରେ କେଥ୍ରୀ ନ୍ୟୁଜ ଉଚ୍ଚ ସୋପାନ କୁ ଅତିକ୍ରମ କରୁ ବୋଲି ପ୍ରଂସଶା କରିଥିଲେ ।ପରିଶେସ ରେ ଶିକ୍ଷା, କ୍ରିଡା, କବିତା, ସମାଜସେବା ଓ ସାମ୍ବାଦିକ କ୍ଷେତ୍ର ରେ ଉଚ୍ଚ କୋଟି ର କାମ କରିଥିବା ଲୋକ କୁଂ କେଥ୍ରୀ ଟିଭି ତରଫ ରୁ ଉପଢୌକନ ଓ ଟ୍ରଫି ଦେଇ ସମ୍ମାନ କରାଯାଇଥିଲା ।ନିଉଜ ୧୮ ର ଜିଲ୍ଲା ପ୍ରତିନିଧି ବିଜୟ କୁମାର ସହିସ କଂ ଦିର୍ଘ ଦିନ ର ସାମ୍ବାଦିକତା ଓ ଉଚ୍ଚ କୋଟି ସଫଳ ରିପୋଟିଂ ଯୋଗୁଁ ଅତିଥି ମାନକଂ ଦ୍ବାରା ସମ୍ମାନୀତ କରାଯାଇଥିଲା ।ଏହି ଅବସର ଛାତ୍ର ଛାତ୍ରୀ ମାନକଂ ଦ୍ବାରା ସାଂସ୍କୃତିକ କାଯ୍ୟକ୍ରମ ପରିବେଶଣ କରାଯାଇଥିଲା। । 

Related posts

ଵାମନଘାଟୀ ଓ ପାନ୍ଚପିଢ ଉପଖଣ୍ଡ କୁ ନେଇ ସ୍ବତନ୍ତ୍ର ଜିଲ୍ଲା ଗଠନ ଦାବି ୯ ଦିନ ପହଞ୍ଚିଲା ; ସଂଗ୍ରାମୀ ଯାଠା ଦଳ କଟକରେ ପହଞ୍ଚିଲେ ;କଟକରେ ଭବ୍ୟ ସମ୍ବର୍ଦ୍ଧନା

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

masiha

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ( ଆର୍ମି), ବାରାକପୁର, କୋଲକତାରେ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇଙ୍କର ଉଦବୋଧନ 

Sunil Chandra Nayak

Leave a Comment

error: Content is protected !!