ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ ଏବଂ ଇନରହୁଇଲ କ୍ଲବ୍ ରିଭରସାଇଡ୍ ର ସ୍ବଦେଶୀ ଓ୍ବାକାଥନ୍

ରୋଟାରୀ ଏବଂ ଇନରହୁଇଲ କ୍ଲବ୍ ରିଭରସାଇଡ୍ ର ସ୍ବଦେଶୀ ଓ୍ବାକାଥନ୍

ରାଉରକେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଉତ୍ସାହିତ କରିବା ପାଇଁ ଓ ଜନସାଧାରଣଙ୍କୁ ଅଧିକରୁ ଅଧିକ ଭାବେ ସ୍ୱଦେଶୀ ଆପଣେଇବାକୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ରିଭରସାଇଡ୍ ଓ ଇନର ହୁଇଲ କ୍ଲବର ମିଳିତ ଆନୁକୂଲ୍ୟରେ ଛେଣ୍ଡ ଭିଏସଏସ ମାର୍କେଟ ଠାରେ ଏକ ବିଶାଳ ୱାକାଥନ ବା ଗଣପଦଯାତ୍ରାର ଆୟୋଜନ କରାଯାଇଥିଲା । ମୁଖ୍ୟଅତିଥି ଭାବେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆଲମ୍ ସିଂ ରୁପ୍ରା ଯୋଗ ଦେଇ ଏହି ଗଣ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଗଣପଦଯାତ୍ରାରେ ଉଭୟ ରୋଟାରୀ ଏବଂ ଇନରହୁଇଲ କ୍ଲବ୍ ର ସଦସ୍ୟ ସଦସ୍ୟା,ଛେଣ୍ଡ ଯୋଗ ଗ୍ରୁପ୍, ସକାଳ ୱାକରସ୍ ଗ୍ରୁପ୍, ଗୋପବନ୍ଧୁ ପାଠାଗାର ,ବୟସ୍କ ନାଗରିକ ସଂଘ, ହାଇଟେକ ମେଡିକାଲ କଲେଜ, ରି ମ୍ ସ ତଥା ଚିନ୍ମୟ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଙ୍କୁ ମିଶାଇ ଦୁଇ ଶହ ରୁ ଉର୍ଦ୍ଧ୍ବ ଉତ୍ସାହର ସହ ଅଂଶ ଗ୍ରହଣ କରିଥିଲେ। କ୍ଲବ୍ ତରଫରୁ ସମସ୍ତଙ୍କୁ ଟି ସାର୍ଟ, ଚା , ଗ୍ଲୁକୋଜ ପାନୀୟ ଓ ସ୍ୱଳ୍ପାହାର ପ୍ରଦାନ କରାଯାଇଥିଲା । ଗୋଟିଏ ଗ୍ରୁପ ତିନି କି.ମି ଓ ଅନ୍ୟ ଗ୍ରୁପ୍ ପାଞ୍ଚ କି.ମି ଦୁରତ୍ଵ ଚାଲିଥିଲେ। ଏହି ୱାକାଥନ ପ୍ରତିଯୋଗିତା ରେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ଅର୍ଥ ଆକାରରେ ପୁରସ୍କାର ଦିଆଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଇନର୍ ହୂଇଲ ସଭାପତି ସିମ୍ରରନଜିତ୍ ସେଖୋନ୍ ଓ ରୋଟାରୀ କ୍ଲବ ସଭାପତି ଶଙ୍କର ପ୍ରସାଦ ତ୍ରିପାଠୀ ଓ ସଂପାଦକ ଶରତ କୁମାର ପାଣିଗ୍ରାହୀଙ୍କ ସହ ଦିଲୀପ ବେହେରା, ଆଦିତ୍ୟ ମହାପାତ୍ର, ଅଞ୍ଜଳି ହୋତା, ଅଜିତା ମହାନ୍ତି, ଘନଶ୍ୟାମ ମିରି, ପରମେଶ୍ବର ପ୍ରଧାନ, ପ୍ରଶାନ୍ତ ରଞ୍ଜନ ପାତ୍ର, ପ୍ରମିଳା ମିଶ୍ର, ଅଜୟ ସାହୁ , ଭଗବାନ ପାଢ଼ୀ, ମୀନା ଶତପଥୀ, ଡଃ ମିନତି ପଣ୍ଡା , ଝରଣା ଦାସ, ସୌଦାମିନୀ ଶତପଥୀ, ଅର୍ଚ୍ଚନା ଦେବତା, ରଞ୍ଜିତା ପଣ୍ଡା, ସୁପ୍ରିୟା ମହାନ୍ତି, ଡ. ଖୁସବୁ ମିଶ୍ର, ଆରତୀ ଷଡ଼ଙ୍ଗୀ, ମହିମା ମହାପାତ୍ର, ପ୍ରାଚୀ ମହାପାତ୍ର, ସବିତା ମହାନ୍ତି, ମଞ୍ଜୁବାଳା ପାଢ଼ୀ, ବିଜୟଲକ୍ଷ୍ମୀ ମିଶ୍ର, ଡାକ୍ତର ଗୀତାଞ୍ଜଳି ପତ୍ରୀ ଓ ଲକ୍ଷ୍ମଣନାଥ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିବାବେଳେ କାବ୍ୟା ହୁଣ୍ଡାଇ, ଛେଣ୍ଡ ପୋଲିସ ଥାନା ଅଧିକାରୀ, ରାଉରକେଲା ସରକାରୀ ଡାକ୍ତରଖାନା, ଇଣ୍ଟରଷ୍ଟେଟ ସିଣ୍ଡିକେଟ ଓ ସିଂହବାହିନୀ ଟ୍ରାନ୍ସପୋର୍ଟ ଏହି କାର୍ଯ୍ୟକ୍ରମରେ ବିଶେଷ ସହଯୋଗ ଦେଇଥିବାରୁ ତାଙ୍କୁ ୱାକାଥନର ଆବାହକ ସୁଖଭିନ୍ଦର ସିଂ ଶେଖୋନ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଆଲମ୍ ସିଂ ରୁପ୍ରା, ସମ୍ମାନିତ ଅତିଥି ପୁଷ୍ପା ଖଇତାନ ଓ ନଳିନୀପ୍ରଭା ପଟ୍ଟନାୟକଙ୍କ ସହ ହରପାଲ ରୂପ୍ରା , ଡଃ ପି ସି ମହାପାତ୍ର, ଡଃ ସୁବୋଧ ମେହେର ପୁରସ୍କାର ବିତରଣ କରିଥଲେ। କାର୍ଯକ୍ରମକୁ ପ୍ରତିମା ମହାପାତ୍ର ସୁଚାରୁ ରୂପେ ପରିଚାଳନା କରିଥଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

କଳାହାଣ୍ଡି ଉତ୍ସବ ଅବସର ରେ ଦୃତ ସାଇକେଲ ଚାଳନା ପ୍ରତଯୋଗୀତା 

masiha

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଝାରଫଟାମୁଣ୍ଡା କର୍ଲାପଟିଆପଡା ବିଲ ହିଡ ହିଁ ପଡାବାସୀ ଙ୍କ ସାହା ଭରଷା 

masiha

Leave a Comment

error: Content is protected !!