ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ୭୭ତମ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷ ଓ ଦିବସ -୨୦୨୫ ପାଳିତ 

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ୭୭ତମ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷ ଓ ଦିବସ -୨୦୨୫ ପାଳିତ 

 ଢେଙ୍କାନାଳ: ତା.୨୩.୧୧.୨୦୨୫ ରିଖ: ( )ଆଜି ସ୍ଥାନୀୟ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପାଳନ ଅବସରରେ ଦୀର୍ଘ ପନ୍ଦର ଦିନ ଧରି ବର୍ଣ୍ଣାଢ଼୍ୟ ୭୭ତମ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷ ଓ ଦିବସ -୨୦୨୫ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ, ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନ ଓ ସଭାପତିତ୍ବରେ ବିଦ୍ୟାଳୟର ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ପ୍ରାକ୍ତନ ଚିଫ୍ ଅଫିସର ତଥା ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ସମ୍ବାଦଦାତା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟସ୍ତରୀୟ ଏନ୍.ସି.ସି.ପତାକା ଉତ୍ତୋଳନ କରି ପ୍ୟାରେଡ୍ ରେ ଅଂଶଗ୍ରହକାରୀ ଚାରି ଗୋଟି ଦଳର ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ଅଭିଭାଷଣ ପ୍ରଦାନ କରିବା ଅବସରରେ ସମର ଶିକ୍ଷାର୍ଥୀ ବାହିନୀର ଗଠନ,ଲକ୍ଷ୍ୟ, ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସୁବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସମସ୍ତେ ଦେଶ ଗଠନରେ ପ୍ରମୂଖ ଭୂମିକା ନିର୍ବାହ କରିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।ଡ଼ା.ମିଶ୍ର ସ୍ଵୀୟ ଅଭିଭାଷଣରେ ଏନ୍.ସି.ସି. ଦିବସ ପାଳନର ତାତ୍ପର୍ଯ୍ୟ,ସମର ଶିକ୍ଷାର୍ଥୀ ବାହିନୀର ଗଠନର ପୃଷ୍ଠଭୂମି,କ୍ୟାଡ଼େଟ୍ ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇ ଦେଶମାତୃକାର ସେବାରେ ନିଜକୁ ସମର୍ପିତ କରିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।ଡା.ମିଶ୍ର ସ୍ଵୀୟ ଅଭିଭାଷଣରେ ଆହୁରି ମଧ୍ୟ କହିଥିଲେ ଯେ ସ୍ଵାଧୀନତା ସ୍ବେଚ୍ଛାଚାରିତା ନୁହେଁ ଓ ଏହି କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ଯେଉଁ ସେନାବାହିନୀ ସଦା ସଜାଗ ହୋଇ ଜାଗ୍ରତ ପ୍ରହରୀ ସାଜିଛନ୍ତି,ଯେଉଁ କୃଷକ ବନ୍ଧୁମାନେ ଆମକୁ ଖାଦ୍ୟ ଯୋଗାଇ ବଞ୍ଚାଇ ରଖିଛନ୍ତି,ଯେଉଁମାନେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରି ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ଏହି କଷ୍ଟଲବ୍ଧ ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଚେଷ୍ଟିତ ହେବାକୁ ଓ ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ଆମ୍ଭେମାନେ ଦୃଢ଼ ଆହ୍ବାନ ଜଣାଇବା ଆବଶ୍ୟକ।କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାନିତ ଭାବରେ ସମର ଶିକ୍ଷାର୍ଥୀ ବାଳିକା ବାହିନୀ ସେକେଣ୍ଡ ଅଫିସର୍ ଅଫିସର ଅନୁପମା ପଣ୍ଡା ସ୍ଵୀୟ ବକ୍ତବ୍ୟରେ ଏନ୍ ସି ସି କ୍ୟାଡେଟ୍ ମାନଙ୍କୁ ଏକତା ଓ ଶୃଙ୍ଖଳାର ମନ୍ତ୍ରରେ ଦୀକ୍ଷିତ ହେବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ ସ୍ୱୀୟ ସଭାପତିଙ୍କ ହିନ୍ଦୀ ଅଭିଭାଷଣରେ ଏନ୍ ସିସି କ୍ୟାଡେଟ୍ ମାନଙ୍କୁ ଜୀବନରେ ସର୍ବାଙ୍ଗୀନ ସଫଳତା ହାସଲ ପାଇଁ ଅବିରତ ଉଦ୍ୟମ ଜାରି ରଖିବାକୁ ସୁପରାମର୍ଶ ପ୍ରଦାନ କରିଥିଲେ।ବିଦ୍ୟାଳୟ ସ୍ତରୀୟ ଏହି ବର୍ଣ୍ଣାଢ଼୍ୟ ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନରେ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ପ୍ରଥମ ସ୍ଥାନ,ସ୍ଥଳବାହିନୀ ବାଳିକା ବିଭାଗ ଦ୍ୱିତୀୟ ସ୍ଥାନ,ଆକାଶ ବାହିନୀ ବାଳକ ବିଭାଗ ଓ ନୌ – ବାହିନୀ ବାଳକ ଓ ବାଳିକା ବିଭାଗ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏହି ଅବସରରେ ଚଳିତ ବର୍ଷ ପାଇଁ ବିଭିନ୍ନ ଏନ୍.ସି.ସି କ୍ୟାମ୍ପ ଗୁଡିକରେ ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିବା,ଏ ସାର୍ଟିଫିକେଟ୍ ପରୀକ୍ଷାରେ ସର୍ବାଧିକ ସର୍ବୋତ୍ତମ ପ୍ରଦର୍ଶନ କରିଥିବା କ୍ୟାଡ଼େଟ୍ ମାନଙ୍କୁ ଓ ବର୍ଣ୍ଣାଢ଼୍ୟ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ସଫଳ ଅଂଶଗ୍ରହକାରୀ ଭାବରେ ବର୍ତ୍ତମାନର ସମର ଶିକ୍ଷାର୍ଥୀ ବାଳିକା ଓ ବାଳକମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ବିଚାରକ ଓ ଦର୍ଶକ ମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହୋଇଥିଲେ।ଏହିପରି ଚାରି ଗୋଟି ଦଳରେ ବିଭକ୍ତ ହୋଇ ବିଭିନ୍ନ ବିଭାଗର କ୍ୟାଡ଼େଟ୍ ମାନେ ଏହି ବିଦ୍ୟାଳୟସ୍ତରୀୟ ବର୍ଣ୍ଣାଢ଼୍ୟ ପ୍ୟାରେଡ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ଉଚ୍ଚ ପ୍ରଶଂସିତ ହୋଇ ମୁଖ୍ୟଅତିଥି ଓ ମୁଖ୍ୟ ବକ୍ତାଙ୍କଠାରୁ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ପୁରସ୍କାର ଗୁଡ଼ିକର ପ୍ରଶଂସାପତ୍ର ଓ ମୋମେଂଟୋ ଗ୍ରହଣ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ୍, ବିରଞ୍ଚି ନାଏକ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ସେକେଣ୍ଡ ଅଫିସର୍ ଆଜିର ବିଚାରକ କିଶୋର ଚନ୍ଦ୍ର ସାମଲ, କାର୍ଯ୍ୟକ୍ରମର ଅନ୍ୟତମ ସଂଯୋଜକ ତଥା ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା ଥାର୍ଡ ଅଫିସର୍ ଦିପ୍ତିଶ କୁମାର ଶତପଥୀ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,କାର୍ଯ୍ୟକ୍ରମର ଅନ୍ୟତମ ଯୁଗ୍ମ ସଂଯୋଜିକା ସମର ଶିକ୍ଷାର୍ଥୀ ନୌବାହିନୀ ବାଳକ ଓ ବାଳିକା ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର୍ ଅଫିସର୍ କିରଣମୟୀ ମହାଳିକ, ସମର ଶିକ୍ଷାର୍ଥୀ ଆକାଶ ବାହିନୀ କେୟାର ଟେକର ଅଫିସର ତଥା ସିଭିଲିଆନ ବାଳକ ଓ ବ୍ୟାଣ୍ଡ ଦଳ ଦାୟିତ୍ୱରେ ଥିବା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳିକା ବିଭାଗର ଦାୟିତ୍ବରେ ଥିବା କେୟାର ଟେକର୍ ଅଫିସର ନଳିନୀ ବେହେରା,ବରିଷ୍ଠ ଶିକ୍ଷୟିତ୍ରୀ ତ୍ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା,ଜ୍ୟୋତି ରଞ୍ଜନ ନାୟକ ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ଏଲିମେଣ୍ଟାରି ଶିକ୍ଷୟିତ୍ରୀ ସ୍ମିତା ପଟ୍ଟନାୟକ,ଅନିତା ସାହୁ,ସୁଜିତ କୁମାର ବାରା,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ଅଜିତ ବାରିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କ ଯୋଗଦାନ ଓ ମିଳିତ ମାର୍ଗଦର୍ଶନରେ ଦୀର୍ଘ ପନ୍ଦର ଦିନ ଧରି ୭୬ତମ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷ ଓ ଦିବସ -୨୦୨୫ ଉତ୍ସବ ସାଫଲ୍ୟ ମଣ୍ଡିତ ହୋଇପାରିଥିଲା।ପରେପରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ନେତୃତ୍ବରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମିଳିତ ମାର୍ଗଦର୍ଶନରେ ସହକାରୀ ଶିକ୍ଷକ ଭୂପେନ୍ଦ୍ର ସିଂହ ମାଝୀଙ୍କର ମିଳିତ ସୁନ୍ଦର ସଂଯୋଜନାରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇଥିଲା।ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓ ପରିଶେଷରେ ସୁଲଳିତ,ସୁମଧୁର କଣ୍ଠରେ ମଙ୍ଗଳାଚରଣ ଓ ଶାନ୍ତିପାଠ କରିଥିଲେ।ପରିଶେଷରେ ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପାଳନ ଅବସରରେ ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳ ବାଳକବାହିନୀ ସେକେଣ୍ଡ ଅଫିସର ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ଦୀର୍ଘ ପନ୍ଦର ଦିନ ଧରି ବର୍ଣ୍ଣାଢ଼୍ୟ ୭୭ତମ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷ ଓ ଦିବସ -୨୦୨୫ ଉତ୍ସବ ପାଳନ ଅବସରରେ ସ୍ଵାଗତଭାଷଣ,ଅତିଥି ପରିଚୟ ପ୍ରଦାନ,ଉତ୍ସବର ସଭା ପରିଚାଳନା କରିବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସମସ୍ତ ଏନସିସି କ୍ୟାଡେଟ୍,ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ,କର୍ମଚାରୀବୃନ୍ଦ ତଥା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।

ଡା. ଦେବୀ ପ୍ରସାଦ ମିଶ୍ର,
ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ, ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ସମ୍ବାଦଦାତା

Related posts

ସରକାରୀ ଅମିନଙ୍କ ଦ୍ବାରା ସୀମା ନିର୍ଦ୍ଧାରଣରେ ଅସନ୍ତୁଷ୍ଟ ଆବେଦନରକାରୀ,ପୁନଃ ଆବେଦନ

masiha

ନବରଙ୍ଗପୁର ରେ ଅନ୍ତର୍ଜାତୟ କିନ୍ନର ଦିବସ ପାଳିତ

masiha

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!