ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଫୁନା ଓ ଉଫୁନା ପକ୍ଷରୁ ପଦ୍ମ ଭୂଷଣ ଡ.ରାଧାନାଥ ରଥଙ୍କ ଜୟନ୍ତୀ ଉପଲକ୍ଷେ ସ୍ବାସ୍ଥ୍ୟ ସଚେତନତା ଶିବିର-୨୦୨୫  

ଇଫୁନା ଓ ଉଫୁନା ପକ୍ଷରୁ ପଦ୍ମ ଭୂଷଣ ଡ.ରାଧାନାଥ ରଥଙ୍କ ଜୟନ୍ତୀ ଉପଲକ୍ଷେ ସ୍ବାସ୍ଥ୍ୟ ସଚେତନତା ଶିବିର-୨୦୨୫  

ଢେଙ୍କାନାଳ: ତା.୨୩.୧୧.୨୦୨୫ ରିଖ : ସ୍ଥାନୀୟ ରଥଗଡା ରେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନ୍ ସ୍ ଆସୋସିଏସନ୍(ଇଫୁନା ),ଉତ୍କଳ ଫେଡେରେସନ୍ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ (ଉଫୁନା) ଓ ଡ.ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ଜୟନ୍ତୀ ଉପଲକ୍ଷେ ସ୍ବାସ୍ଥ୍ୟ ସଚେତନତା ଶିବିର-୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଇଫୁନାର ମହାସଚିବ ତଥା ୱାର୍ଲ୍ଡ ଫେଡରେସନ ଅଫ୍ ୟୁନାଇଟେଡ୍ ନେସନସ୍ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ୍ ସୁରେଶ ଶ୍ରୀବାସ୍ତବ ଆଭାସୀ ମାଧ୍ୟମରେ ଏହାକୁ ଉଦ୍ଘାଟନ କରିଥିଲେ।ଏହି ସଭାରେ ଇଫୁନାର ଜାତୀୟ ଉପ-ସଭାପତି,ଉଫୁନାର ରାଜ୍ୟ ସଭାପତି ଡ.ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦକ ଆଡ୍ ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ଅକ୍ଷୟ କୁମାର ଶତପଥି କହିଲେ ଯେ ଡ.ରାଧାନାଥ ରଥ ଏକାଧାରରେ ଜଣେ ସମାଜସେବୀ,ରାଜନୈତିକ ନେତା , ଅର୍ଥନୀତିଜ୍ଞ ଓ ବିଂଶ ଶତାବ୍ଦୀର ଶ୍ରେଷ୍ଠ ସାମ୍ବାଦିକ ତଥା ବିଜ୍ଞ ସମ୍ପାଦକ ଥିଲେ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ବିଶିଷ୍ଟ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ପରିବେଶବିତ୍ ଉପେନ୍ଦ୍ର ରାଉତ୍ କହିଲେ ଯେ ଡ.ରଥ କୃଷି ବୈଷୟିକ ବିଶ୍ଵ ବିଦ୍ୟାଳୟ ଓ ନନ୍ଦନକାନନ ପ୍ରତିଷ୍ଠା କରିଥିଲେ।ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସମିର ସାହୁ କହିଲେ ଯେ ଡ.ରଥ ଏକ ସମୟରେ ମୂଖ୍ୟମନ୍ତ୍ରୀ ପଦକୁ ପ୍ରତ୍ୟାଖାନ କରିଥିଲେ।ସମାଜବାଦୀ ନେତା ସରୋଜ କୁମାର ଶତପଥି କହିଲେ ଯେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଦିବସ ଅବସରରେ ଓଡ଼ିଶା ନିଶା ନିବାରଣ ଅଭିଯାନକୁ ସଫଳ କରିବାକୁ ସମସ୍ତଙ୍କୁ ଦୃଢ଼ ଆହ୍ବାନ ଦେଇଥିଲେ।ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ ଡ.ରଥ ଏକାଧାରରେ ସ୍ବାଧିନତା ସଂଗ୍ରାମୀ ଓ ବହୁବିଧ ପ୍ରତିଭାର ଅଧିକାରୀ ଥିଲେ ଓ “ଝିଟିପିଟି କହେ”ମାଧ୍ୟମରେ ସରକାରଙ୍କୁ ସମାଲୋଚନା କରିବା ସହ ସୁପରାମର୍ଶ ମଧ୍ଯ ପ୍ରଦାନ କରୁଥିଲେ।ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମାଜସେବୀ ସରୋଜ ଶତପଥୀ,ଇଂ ଅବିନାଶ ଦାସ, ବରିଷ୍ଠ ସମାଜସେବୀ ବସନ୍ତ କୁମାର ବିଶ୍ଵାଙ୍କ,ଶ୍ରମିକ ନେତା ପ୍ରେମାନନ୍ଦ ଶତପଥି, ତରୁଣ କୁମାର ବିଶ୍ବାଳ,ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,କୁଳମଣି ନାୟଙ୍କ,ଚନ୍ଦନ ବେହେରା,ବରିଷ୍ଠ ଇଂ ଯୁଧିଷ୍ଠିର ସାହୁ,ବ୍ରହ୍ମାନନ୍ଦ ପ୍ରଧାନ,ପ୍ରାକ୍ତନ ଅଧ୍ୟକ୍ଷ ବିଶ୍ଵନାଥ ମହାପାତ୍ର,ବିପିନି ବିହାରୀ ବେହେରା,ବିଚିତ୍ରାନନ୍ଦ ମହାନ୍ତି ଓ ଲୋକନାଥ ବରାଳ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିବା ସଂଗେସଂଗେ କାର୍ଯ୍ୟକ୍ରମ ସୁପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ଏହି ଉପଲକ୍ଷେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ବାହାଦୂର ପାଟ୍ଟସାହାଣୀ,ଡ଼ା.ଦେବୀ ପ୍ରସାଦ ମିଶ୍ର,ଡ.ମାନସୀ କର, ଡ.ଅନୁପମା ମିଶ୍ର,କବୀ ମମତା ମିଶ୍ର,ମୈତ୍ରେୟୀ ଶୁଭଦା,ନନ୍ଦୀ କେଶରୀ ନାଥ ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ପାଠ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଇଫୁନା ଓ ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟ ମଧ୍ୟ ଯୋଗଦାନ କରି ସ୍ଵୀୟ ମନ୍ତବ୍ୟ ରଖିଥିଲେ।ଉଫୁନାର ସମସ୍ତ ଶତାଧିକ ସହଯୋଗୀ ସଦସ୍ୟା,ସଦସ୍ୟମାନଙ୍କ ସହାୟତାରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇଥିଲା।ଏହି ସଭାରେ ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ପରିଶେଷରେ ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ,ଅବୈତନିକ ସମ୍ବାଦଦାତା,ୟୁନେସ୍କୋର ଆଜୀବନ ସଦସ୍ୟ ତଥା ଉଫୁନାର ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ସମଗ୍ର କାର୍ଯ୍ୟକ୍ରମର ସୁସଂଯୋଜନା କରିବା ସଙ୍ଗେ ସଙ୍ଗେ ମିଳିତ ଜାତିସଂଘ ସମ୍ପର୍କରେ ଦୁଇଟି ଇଂରାଜୀ ଓ ଗୋଟିଏ ଓଡ଼ିଆ କବିତା ପାଠ କରିଥିଲେ।ଉଫୁନାର ସାଧାରଣ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।ଇଂ ଲଲିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ଜନ୍ମଜୟନ୍ତୀ ଅବସରରେ ଧର୍ମଗଡ କୋର୍ଟ ପରିସରରେ ସଫେଇ କାର୍ଯ୍ୟକ୍ରମ

masiha

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ବିଦ୍ୟର୍ଥୀ ସମ୍ବର୍ଦ୍ଧନା ସମାରୋହ ରେ ସାଇ ଶିବାନୀ ମହାଳିକ ପୁରଷ୍କୃତ

masiha

ଧର୍ମଗଡ଼ ରେ ନୂତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

masiha

Leave a Comment

error: Content is protected !!