ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁପଲଙ୍କ ପାଇଁ ବଢ଼ୁଛି ଦୁର୍ଘଟଣା

ଗୋରୁପଲଙ୍କ ପାଇଁ ବଢ଼ୁଛି ଦୁର୍ଘଟଣା

ସେମିଳିଗୁଡ଼ା ସହର ମଧ୍ୟରେ ୨୬ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବାରୁ ସବୁ ସମୟରେ ଟ୍ରାଫିକ ସମସ୍ୟା ଲାଗି ରହୁଛି । ଟ୍ରାଫିକ୍ ସମସ୍ୟା ସହ ସହରରେ ମୁଖ୍ୟ ରାସ୍ତା କଡର ବିଭିନ୍ନ ସ୍ଥାନରେ ବୁଲା ଗାଈଗୋରୁଙ୍କ ଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ସହରର ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ସ୍ଫୁଟି, ମୋଟରସାଇକଲ ସହ ଛୋଟବଡ଼ ଯାନ ଚଳାଚଳରେ ବାଧକ ସାଜୁଛନ୍ତି ବୁଲା ଗାଈଗୋରୁ ପଲ। ସମସ୍ତଙ୍କଠାରୁ ବିଶେଷ ଭୟଭୀତ ହେଉଛନ୍ତି ମହିଳାପୁରୁଷ ସ୍କୁଟି, ମୋଟରସାଇକଲ ଚାଳକ । ବୁଲା ଗାଈଗୋରୁ, ଷଣ୍ଢ ସହରର ଉଭୟ ରାସ୍ତା କଡ଼ରେ ପଡ଼ିଥିବା ବର୍ଜ୍ୟବସ୍ତୁଗୁଡ଼ିକ ଖାଇ ବୁଲୁଥିବା ସମୟରେ ନିଜ ମଧ୍ୟରେ ମାରାମାରି ହୋଇଥାନ୍ତି ସେହି ସମୟରେ ହଠାତ୍ ରାସ୍ତା ଉପରକୁ ଚାଲି ଆସି ପଥଚାରିଙ୍କ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥାଏ | ସୋମବାର ସକାଳ ୭ଟା ୩୦ ମିନିଟ୍ସମୟରେ ଜଣେ ଶିକ୍ଷୟିତ୍ରୀ ସୁନାବେଡା ପାର୍ଶ୍ୱରୁ ଜୀବନ ଜ୍ୟୋତି ବିଦ୍ୟାଳୟକୁ ଯିବା ସମୟରେ ମାଉସୀ ମା’ କଲ୍ୟାଣ ମଣ୍ଡପ ନିକଟରେ ହଠାତ୍ ଗୋଟିଏ ଗୋରୁ ରାସ୍ତା ଉପରକୁ ଚାଲି ଆସିଲା ଶିକ୍ଷୟିତ୍ରୀ ଜଣଙ୍କ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିଲେ । ବୁଲା ଗୋଷ୍ଠୀ ଦିନରେ ଏପଟେ ସେପଟେ ବୁଲୁଥିବା ବେଳେ ରାତିରେ ଗୋଷ୍ଠୀଗତ ଭାବେ ଜାତୀୟ ରାଜପଥ ଉପରେ ଶୋଇ ପଡ଼ିଥାନ୍ତି । ଯେଉଁଥ୍ ପାଇଁ ରାସ୍ତା ଅବରୋଧ ଘଟିଥାଏ । ଗାଡ଼ି ଧକ୍କାରେ ଗାଈଗୋରୁ ସହ ପଥଚାରି ଦୁର୍ଘଟଣାର ଶିକାର ହୋଇଥାନ୍ତି । ମାଲିକ୍ ଗାଈଗୋରୁଙ୍କୁ ନିଜ ହେପାଜତରେ ନରଖ୍ ଦାୟିତୃହୀନ ଭାବେ ରାସ୍ତାରେ ଛାଡି ଦେଉଥିବାରୁ ଧନଜୀବନ ନଷ୍ଟ ସହ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମିଳିଗୁଡାରେ ଗୋଟିଏ ଗୋ-ଶାଳା ରହିଛି ସେଥିରେ ଯେତେ ଗାଈଗୋରୁ ଅଛନ୍ତି । ସେମାନଙ୍କ ସେବା ଏବଂ ଖାଦ୍ୟ ଯୋଗାଣ ସମ୍ଭବ ହେଉ ନ ଥୁବା ଜଣାପଡ଼ିଛି ଗାଈଗୋରୁ ଏବଂ ସହରର ଜାତୀୟ ରାଜପଥ ଯାତାୟାତ କରୁଥିବା ପଥଚାରୀଙ୍କ ସୁରକ୍ଷା ପାଇଁ ପୌରପାଳିକା ପକ୍ଷରୁ ଗୋ-ଶାଳା ନିର୍ମାଣ କରାଯିବା କଥା ଏଥିରେ ରାସ୍ତା ଉପରେ ବୁଲୁଥିବା ଅସୁରକ୍ଷିତ ଗାଈଗୋରୁଙ୍କୁ ଜବତ କରି ବେପରୁଆ ଗୋ-ପାଳନକାରରଙ୍କଠାରୁ ଜୋରିମାନା ଆଦାୟ ସହ ଉଚିତ ଦଣ୍ଡବିଧାନ ଦେବାକୁ ସଧାରଣ ରେ ଦାବି ହେଉଛି। 

ଶ୍ୟାମ ଖିଲ ଙ୍କ ରିପୋର୍ଟ୍ 

Related posts

ଟାଟା-ବାଦାମପାହାଡ ରେଳପଥ ର ସମସ୍ତ ଷ୍ଟେଷନ ଗୁଡିକର ସୂଚନା ଫଳକରେ ଅଲଚିକି’ ରେ ଉଲ୍ଲେଖିତ କରାଯିବା ସହ ସାନ୍ତାଳୀ ଭାଷାରେ ଏନାଉନ୍ସ କରାଯିବାକୁ ଦାବିପତ୍ର ପ୍ରଦାନ

Sunil Chandra Nayak

ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର ଓ ଥଇଥାନ

masiha

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଷ୍ଟେଟବ୍ୟାଙ୍କର ରେକର୍ଡ ଓ ଆସବାବପତ୍ର

Sunil Chandra Nayak

Leave a Comment

error: Content is protected !!