ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ରତ୍ନମୁଦ ମହୋତ୍ସବ: ତେରେସିଂହା ଉତ୍ସବ ମୁଖର

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ରତ୍ନମୁଦ ମହୋତ୍ସବ: ତେରେସିଂହା ଉତ୍ସବ ମୁଖର

କର୍ଲାମୁଣ୍ଡା, ୦୫/୦୨ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଶିଖରୀ ସ୍ନାନ, ଧାନଭରା, କର୍ମାରମ୍ଭ, ମନ୍ଦିର ପ୍ରତିଷ୍ଠା ପୂଜା ଓ ପଞ୍ଚ କୁଣ୍ଡିୟ ଯଜ୍ଞ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି। ପୂର୍ବ ଦିନ ଅର୍ଥାତ ବୁଧବାର ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମନ୍ଦିର ପ୍ରାଙ୍ଗଣରୁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏକ ବିରାଟ କଳସ ଶୋଭା ଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବାହାରି ନଗର ପରିକ୍ରମା ସହ ପୋଖରୀ ରୁ ଜଳ ଉଠାଇ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଆଜି ପୂର୍ବ କାର୍ଯ୍ୟସୂଚୀ ମୁତାବକ ନବ ନିର୍ମିତ ମନ୍ଦିର ରତ୍ନମୁଦ ଉତ୍ସବ ହୋଇଯାଇଛି। ଏଥିରେ ମନ୍ଦିର ପ୍ରତିଷ୍ଠା ଯଜ୍ଞ କର୍ତ୍ତା ଭାବେ ପୁନମ କେଡ଼ିଆ, ରାକେଶ କେଡ଼ିଆ, ଚନ୍ଦ୍ରମା ରଣା, କ୍ଷେତ୍ରମଣୀ ରଣା, ରେଣୁକା ରଣା, ମୋତିଲାଲ ରଣା, ବୃନ୍ଦାବତୀ ଭୋଇ, ବଳରାମ ଭୋଇ, ଲଳିତା କେଡ଼ିଆ ଓ ସଚିନ କେଡ଼ିଆ ଦାୟିତ୍ୱରେ ରହିଥିବା ବେଳେ ପୂଜକ ଦୟାନିଧି ବିଶି ଓ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବମନ୍ଦିର ପରିଚାଳନା କମିଟୀ ସଭାପତି ମଙ୍ଗଳ ମାଝୀ, ଉପସଭାପତି ରାଜ କୁମାର ରଣା, ସଂପାଦକ ବସନ୍ତ କୁମାର ସାହୁ, ସହ ସଂପାଦକ ମନୋଜ କୁମାର ରଣା, ସମସ୍ତ ସଦସ୍ୟଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ଗତ ୪ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ୪ଦିନ ବ୍ୟାପୀ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧର ରାଜ ଦରବାର ଓ ରାତ୍ରିରେ ଖୋଲା ମଞ୍ଚ ଅପେରା ମଞ୍ଚସ୍ଥ ହେଉଛି। ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଶେଷ ଆକର୍ଷଣ ମୀନାବଜାର ରେ ଶହଶହ ଭକ୍ତ ଓ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି। 

Related posts

Odisha’s Bharat 24 journalist and JCI’s Working President received the “Most prestigious and promising journalist of the year 2024” award.

masiha

ବହଳପଡା ଦ୍ଵାଦଶୀ ମେଲଣ ଅନୁଷ୍ଠିତ 

masiha

ସ୍ଵର୍ଗତ ରାମଚନ୍ଦ୍ର ମହାନ୍ତିଙ୍କ ସୃଜନ କୃତି ‘ରଚନା ସମଗ୍ର’ ଉନ୍ମୋଚିତ 

masiha

Leave a Comment

error: Content is protected !!