ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇପାହଡରେ ବିକାଶର ନୂଆ ପଦକ୍ଷେପ: କଫି ଚାଷ, ଘର ଓ ସଡକ ଯୋଜନା ସୀମାନ୍ତ ରାଇପାହଡ ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ , ଜୀବନଜୀବିକା ପାଇଁ କଫି ଚାରା ରୋପଣ କରାଯିବାକୁ ନିଷ୍ପତ୍ତି

ରାଇପାହଡରେ ବିକାଶର ନୂଆ ପଦକ୍ଷେପ: କଫି ଚାଷ, ଘର ଓ ସଡକ ଯୋଜନା ସୀମାନ୍ତ ରାଇପାହଡ ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ , ଜୀବନଜୀବିକା ପାଇଁ କଫି ଚାରା ରୋପଣ କରାଯିବାକୁ ନିଷ୍ପତ୍ତି

କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ରହିଥ‌ିବା ସୀମାନ୍ତ ଗାଁ ଗୁଡିକରେ ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକମାନେ ଉପକୃତ ହେଉଛନ୍ତି କି ନାହିଁ ତାହା ତଦାରଖ କରି ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଗ୍ରାମ ଗୁଡ଼ିକ ପରିଦର୍ଶନ କରିବେ ଏବଂ ଘଟଣାସ୍ଥଳରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥ‌ିବା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି ।ଆଜି ନନ୍ଦପୁର ବ୍ଲକ ଅନ୍ତର୍ଗତ ସୀମାନ୍ତ ରାଇପାହଡ ଗ୍ରାମ ପରିଦର୍ଶନ କରି ଲୋକମାନଙ୍କ ସହ ଆଲୋଚନା କରିଛନ୍ତି ।ଉକ୍ତ ଗ୍ରାମରେ ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ପେନସନ ଏବଂ ଚାଉଳ କାର୍ଡ ପାଉଛନ୍ତି କି ନାହିଁ ତାହା ପଚାରି ବୁଝିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ତହସିଲଦାର ଦେବବ୍ରତ ମହାରଣା, ବିଡିଓ ଦୁର୍ଗା ପ୍ରସାଦ ଦୋରା ପ୍ରମୁଖ ଙ୍କ ସହ ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଲୋକମାନଙ୍କ ଜୀବନଜୀବିକା ପାଇଁ କଫି ଚାରା ରୋପଣ କରାଯାଇ ହିତାଧୁକାରୀ ମାନଙ୍କୁ କଫି ପଟ୍ଟା ପ୍ରଦାନ କରାଯିବ ବୋଲି ହିଆଲ ଉପ ଜିଲ୍ଲାପାଳ ଶ୍ରୀ କହିଛନ୍ତି।ପ୍ରଶାସନ ତରଫରୁ ଜମି ଚିହ୍ନଟ କରାଯାଇ କ୍ଲଷ୍ଟର ଗୃହ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଯେଉଁମାନେ ଆଧାର କାର୍ଡ ପାଇ ନାହାଁନ୍ତି ସେମାନଙ୍କୁ ଆଧାର କାର୍ଡ ଦେବା ପାଇଁ ବନ୍ଦୋବସ୍ତ କରାଯିବ। ଡୁମୁରୀଗୁଡା ଆରଡି ରାସ୍ତା ଠାରୁ ରାଇପାହାଡ ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି । ଗ୍ରାମରେ ୮୨ ଜଣ ଲୋକ ବସବାସ କରୁଛନ୍ତି । ଯେଉଁଥରେ ପୁରୁଷ ୪୦ ଏବଂ ମହିଳା ୪୨ ରହିଥ‌ିବା ବେଳେ ସେମାନଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ଦିଆଯାଉଥ‌ିବା ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ ସମସ୍ତ ବନ୍ଦୋବସ୍ତ କରାଯାଉଛି ବୋଲି ସେ କହିଛନ୍ତି। 

କୋରାପୁଟଜିଲ୍ଲାରୁ ଶ୳୲ମଖିଲ ଙ୍କ ରିପୋର୍ଟ୍  

Related posts

ବ୍ରହ୍ମପୁରରେ ନାରୀ ଶକ୍ତି ବନ୍ଦନ, ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ଜିଲ୍ଲାର ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ 

Sunil Chandra Nayak

ତତଲା କଡେଇରେ ଶିଝୁଛନ୍ତି ଚିଲିକା ଅଞ୍ଚଳବାସୀ : ପ୍ରବଳ ଗ୍ରୀଷ୍ପ ପ୍ରବାହରେ ରାସ୍ତାଘାଟ ଜନଶୂନ୍ୟ !!!

Sunil Chandra Nayak

ନୂଆପଡ଼ାରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ l ଯୁବାବର୍ଗ ଚାକିରି ପଛରେ ନ ଗୋଡ଼ାଇ ଉଦ୍ୟୋଗୀ ହେବାକୁ ଜିଲ୍ଲାପାଳଙ୍କ ଆହ୍ବାନ 

Sunil Chandra Nayak

Leave a Comment

error: Content is protected !!