ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା 

ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା 

ରାଉରକେଲା: ସହରର ଅନ୍ୟତମ ନାଟ୍ୟାନୁଷ୍ଠାନ ପ୍ରୟାସ, ରାଉରକେଲା ତରଫରୁ ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା ସେକ୍ଟର ୧୫ ସ୍ଥିତ ପ୍ରୟାସ ନାଟ୍ୟଘର ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସୈ।ଜନ୍ୟ ରୁ ଆୟୋଜିତ ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବେ ନାଟ୍ୟକାର ଡ଼ ନିବେଦିତା ଜେନା ଗଳ୍ପକଥନ ଓ ନବରସ ଯଥା ଶୃଙ୍ଗାର,ହାସ୍ୟ,କରୁଣ,ରୈ।ଦ୍ର, ବୀର,ଭୟାନକ,ବିଭତ୍ସ, ଅଦ୍ଭୁତ, ଶାନ୍ତ ସମ୍ପର୍କରେ ଶିକ୍ଷା ଦାନ କରିଥିଲେ । ନାଟକରେ କିପରି ପ୍ରଭାବଶାଳୀ ଓ ଜୀବନ୍ତ ଅଭିନୟ କରାଯାଏ ତଥା ଗଳ୍ପକୁ କିପରି କଥନ ମାଧ୍ୟମରେ ପ୍ରକାଶ କରାଯାଏ ତା ଉପରେ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି କର୍ମଶାଳାରେ ବିଶ୍ବଜିତ, ପ୍ରଦୀପ୍ତ,ଗଗନ,ସୁଜଳ, ସୈ।ମ୍ୟ,ସତ୍ୟବ୍ରତ, ବିଶ୍ବରଂଜନ,ଅଞ୍ଜଳି,ଅଜିତ,ମନିଷା, ଅଜୟ,ଅନ୍ବେଷା,ଦେବ ଶ୍ରୀ, ଶ୍ରୀକାନ୍ତ, ଆୟୁଷ, ସନ୍ଧ୍ୟାସ୍ମିତା, ଶିବାନୀ, ଆନନ୍ଦ, ସୋନାଲୀ, ଗିରିଶ, ବିଭୁତି ଭୁଷଣ,ଚନ୍ଦନ, ବିଭୁତି ନାରାୟଣ, ବିକି,ରୀନିମା,ଉମାବଲ୍ଲଭ,ଶରଣଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେହିପରି ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ଏହି କର୍ମଶାଳାରେ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ବିଜୟ କୁମାର ପାତ୍ର, ଆଲୋକ ବୋଷ,ପ୍ରଣବ ପାଣିଗ୍ରାହୀ,ଡ଼ଃ ସମର ମୁଦାଲି, ଭାସ୍କର ମହାପାତ୍ର, କୈଳାଶ ପାଣିଗ୍ରାହୀ ପ୍ରମୁଖ ନାଟ୍ୟ ନିର୍ଦ୍ଦେଶକ ଅଭିନେତା ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ। ଏହି କର୍ମଶାଳା ପରିଚାଳନାରେ ସର୍ବଶ୍ରୀ ସୁଶାନ୍ତ ଦଳେଇ, ସନ୍ତୋଷିନୀ ବାରିକ, ଦିନେଶ ନନ୍ଦ, ରମେଶ ସାହୁ, ସତ୍ୟବ୍ରତ ନାୟକ, ଚିନ୍ମୟ ତ୍ରିପାଠୀ, ପଞ୍ଚାନନ ପାତ୍ର, ବିଶ୍ବଜିତ ଦାସ ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚେନ୍ନାଇରେ ଅଟକ ୬ ଦାଦନ ଶ୍ରମିକ ଉଦ୍ଧାର

Sunil Chandra Nayak

ଜୁନାଗଡ଼ ରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!