ସମ୍ବଳ ଶିକ୍ଷକଙ୍କୁ ନେଇ ବହୁଭାଷୀ ଶିକ୍ଷା, ଶିଶୁ କବିତା ଓ ସଂସ୍କୃତି ଆଧାରିତ କର୍ମଶାଳା ଅନୁଷ୍ଠିତ
ବନ୍ଧୁଗାଁ ତା ୧୧/୩/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାନାଗାଁ ୟୁ ଜି ହେଚ ଏସ ନୂତନ ଭାବେ ନିର୍ମାଣ ହୋଇଥିବା ସ୍ମାର୍ଟ ସ୍କୁଲ ଠାରେ ବହୁଭାଷି ଶିକ୍ଷା କର୍ମଶାଳା ହେବା ସହ ଶିଶୁ କବିତା ଓ ସଂସ୍କୃତି ଆଧାରିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦୁଇ ଗୋଟି କର୍ମଶାଳାକୁ ବନ୍ଧୁଗାଁ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମଦନ ମୋହନ ମୁଦୁଲି ଓ ଈଶ୍ୱର ଚନ୍ଦ୍ର ମୁଦୁଲି ଉଦଘାଟନ କରିଥିଲେ। କୋରାପୁଟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରଶିକ୍ଷକ ଶିକ୍ଷକ ଶ୍ରୀ
ସୁଶାନ୍ତ କୁମାର ଜେନା ସଂଯୋଜନା କରିଥିଲେ। ବ୍ଲକ ର ବିଭିନ୍ନ ସ୍କୁଲରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତିରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆନ୍ଧ୍ର ସୀମାନ୍ତରେ ବସବାସ କରୁଥିବା ଶତାଧିକ ଆଦିବାସୀ ସମ୍ପ୍ରଦାୟ ଓ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ଅନେକ ଶିକ୍ଷଣ ସାମଗ୍ରୀ ଚାର୍ଟ ପେପର୍ ମାନଙ୍କ ରେ ଚିତ୍ରଣ କରାଯାଇଥିଲା । ଶିକ୍ଷାଥି ମାନଙ୍କ ଦ୍ଵାରା ନିଜର ସଂସ୍କୃତି, ପରମ୍ପରା ଓ ଖାଦ୍ୟପେୟ ଇତ୍ୟାଦି ସହିତ ଯୋଡ଼ି ଶିକ୍ଷା ଦାନ ଦେଉଥିବା ପରି ଅତି ସୁନ୍ଦର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ଗୁରୁତ୍ଵ ଦିଆଯାଇଥିଲା। ଏହା ସହିତ ବହୁଭାଷି ଶିକ୍ଷା କାର୍ମଶାଳାରେ ଶିକ୍ଷା ନିମନ୍ତେ ଶିକ୍ଷଣ ସାମଗ୍ରୀ ସହିତ ଶିକ୍ଷାର୍ଥୀ ମାନଙ୍କୁ ପଞ୍ଚ ଇନ୍ଦ୍ରିୟାନୁଭୂତ୍ତି ଦେଇ ପାରିବା ଭଳି ଶିକ୍ଷଣ ସାମଗ୍ରୀ ଶିଶୁ କବିତା, ଗପ, ପ୍ରହେଳିକା ଆଦି ଅତି ସୁନ୍ଦର ଚିତ୍ର ସହିତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାକୁ ବିସ୍ତୃତ ଭାବେ ସୁଚନା ଦେଇଥିଲେ। ସମ୍ବଳ ଶିକ୍ଷକ ଶିକ୍ଷୟତ୍ରୀ ମାନେ ୨ ଗୋଟି କର୍ମଶାଳା ରୁ ୯୦ ଟି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଥିଲେ। ଏହି କର୍ମଶାଳାରେ ବ୍ଲକର ବିଭିନ୍ନ କ୍ଲଷ୍ଟର ସି ଆର ସି ସଞ୍ଜୟ ସିଂ, ଅଶୋକ ସାହୁ, ସଂଜିତ ମହାପାତ୍ର, କେ ପ୍ରତାପ କୁମାର,ଓ ନିରଞ୍ଜନ ସାହୁ ଉପସ୍ଥିତ ରହି ଥିଲେ। ଏହି ପ୍ରକାର ଶିକ୍ଷାଦାନ ବ୍ୟବସ୍ଥା ଯୋଗୁଁ ବନ୍ଧୁଗାଁ ବ୍ଲକ ର ସମସ୍ତ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଅର୍ପଣ କରିଛନ୍ତି।
ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍


