ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଅରବିନ୍ଦ ଯୋଗର ବିଶିଷ୍ଟ ସାଧକଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

ଶ୍ରୀଅରବିନ୍ଦ ଯୋଗର ବିଶିଷ୍ଟ ସାଧକଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

ରାଉରକେଲା: ରାଉରକେଲାରେ ଶ୍ରୀଅରବିନ୍ଦଙ୍କ ଯୋଗର ଅଦ୍ୱିତୀୟ ସାଧକ ପ୍ରୟାତ ବିଶ୍ବ ନାରାୟଣ ଘୋଷଙ୍କ ବିୟୋଗରେ ଶ୍ରୀ ଅରବିନ୍ଦ ସ୍କୁଲର ସଭା ଗୃହରେ ଏକ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ ଜଣେ ଅନନ୍ୟ ସାଧକ, ଅତୁଳନୀୟ ବ୍ୟକ୍ତିତ୍ଵ ସ୍ବର୍ଗତ ଘୋଷ ଥିଲେ ପ୍ରେମ ଓ ଶୁଭ କାମନାର ପ୍ରତିମୂର୍ତ୍ତି। ପ୍ରତ୍ୟେକ ଦିନ ପ୍ରାତଃ କାଳରେ ସହଯାତ୍ରୀ ଅନୁଜ ଅନୁଜା ମାନଙ୍କ ସହ ଶ୍ରୀଅରବିନ୍ଦଙ୍କ ସମାଧିରେ ଫୁଲ ସଜାଇବା ପରେ ସେ ପ୍ରାର୍ଥନା କକ୍ଷରେ ଘଣ୍ଟା ଘଣ୍ଟା ଧରି ଧ୍ୟାନ ମଗ୍ନ ରହୁଥିଲେ। ଯୋଗ ମନ୍ଦିରର ସମସ୍ତ ଭାଇ ଭଉଣୀ, ଆବାଳବୃଦ୍ଧବନିତାଙ୍କୁ ଭଲପାଇବା ସହ ମିଷ୍ଟ ସ୍ବରରେ ଆଶିର୍ବାଦ ପ୍ରଦାନ କରି ସେ ସମସ୍ତଙ୍କର ହୃଦୟ ଜୟ କରିଥିଲେ। ଶ୍ରୀଅରବିନ୍ଦଙ୍କ ରଚିତ ପବିତ୍ର ‘ସାବିତ୍ରୀ’ ମହାକାବ୍ୟକୁ ଘଣ୍ଟା ଘଣ୍ଟା ଧରି ଆବୃତ୍ତି କରିବା ତାଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାର ଅଂଶ ବିଶେଷ ଥିଲା। ସିଦ୍ଧ ଯୋଗୀଙ୍କ ପରି ପୂର୍ଣ୍ଣ ବିକଶିତ ଚୈତ୍ୟ ପୁରୁଷଙ୍କୁ ବହନ କରୁଥିବା ସବୁରି ପ୍ରିୟ, ନିତ୍ୟ ମୁକ୍ତ ଘୋଷ ଦାଦା ସ୍ବେଚ୍ଛାକୃତ ଭାବେ ସରସ୍ଵତୀ ପୂଜା ଦିନ ମଧ୍ୟାହ୍ନରେ ଇହଲୀଳା ସମ୍ବରଣ କଲେ। ରାଉରକେଲାର ଶ୍ରୀଅରବିନ୍ଦ ଯୋଗ ମନ୍ଦିର ନିର୍ମାଣରେ ତାଙ୍କର ଅବଦାନ ଅବିସ୍ମରଣୀୟ।

ତାଙ୍କ ବିୟୋଗରେ ଅନୁଷ୍ଠାନର ସଭାପତି ଡ. ଜ୍ୟୋସ୍ନାରାଣୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ସଚିବ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର, ଭାରତ ଭୂଷଣ ମହାନ୍ତି, ଡ. କିଶୋରୀ ଦାଶ, ଜାନକୀ ସାମଲ, ସ୍ବପ୍ନା ଦାସ, ସଙ୍ଗୀତା ପଣ୍ଡା, ରବିନାରାୟଣ କବି, ସଞ୍ଜୟ ଆଚାର୍ଯ୍ୟ, ଶ୍ରୀଧର ସାମଲ ଓ କୁବେର ନାୟକ ପ୍ରମୁଖ ପଚାଶରୁ ଊର୍ଦ୍ଧ୍ବ ସାଧକ ସାଧିକା ଯୋଗ ଦେଇ ଦିବଂଗତ ଆତ୍ମାଙ୍କ ସ୍ମୃତି ଚାରଣ କରିବା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସାଧକ ବିଶ୍ବନାଥ ଆଇଚ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

National Odissi dancer Sriyashree Pati was honored with the Ekamra Pratibha Ratna award.

masiha

Saradiya Bandhu Milan held of 42 Mouza Pratibha Bikash Pratisthan.

masiha

ମଦ ଦୋକାନ ଲାଇସେନ୍ସ ନବୀକରଣ ନକରିବା ପାଇଁ ମଦ ନିବାରଣ ଓ ଦୁର୍ନୀତି ମୁକ୍ତ ଅଭିଯାନ ସମାଜ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!