ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ଅନୁଷ୍ଠିତ

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ଅନୁଷ୍ଠିତ

୧୨୧୫ ଟି ମାମଲା ଫଇସଲା….

କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୩ ମସିହାର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଦିପ୍ତି ରଞନ କାନୁନ୍‌ଗୋ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶୁଭ ଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୨ ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ.୧,୫.୨୨,୦୦୦ /- ଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୯ ଟି ଦେବାନୀ ମକଦ୍ଦମା ଫଇସଲା କରାଯାଇ ଟ. ୧୪,୪୬,୦୦୦/- ଙ୍କା ସମାଧାନ କରାଯାଇଥିଲା ,ବିଚାର ଯୋଗ୍ୟ ୩୦୬ ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇ ଟ ୪,୦୦,୦୦୦/- ଙ୍କା ଆଦାୟ କରାଯାଇଥିଲା, ଘଓ ଇମଗ୍ଧ ଉବଗ୍ଦରଗ୍ଦ (ଦଫା-୧୩୮) ୦୭ ଟି ଫଇସଲା କରାଯାଇ ଟ. ୧୨,୧୮,୩୭୬ /- ଙ୍କା ସମାଧାନ କରାଯାଇଥିଲା । ବିବାହ ଜନିତ ମକଦମା ୧୦ ଗୋଟି ଫଇସଲା କରାଜାଇଥିଲା । ରାଜସ୍ୱ ମକଦ୍ଦମା ୬୨୯ ଟି ଫଇସଲା କରାଯାଇ ଟ.୫,୩୪,୪୯୫ ଆଦାୟ କରା ଯାଇଥିଲା ଓ ୨୧୨ ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ.୪୨,୫୫,୭୯୯/- ଙ୍କା ଆଦାୟ କରାଯାଇଥିଲା।

ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍‌ ଲଲିତ କୁମାର ଦାସ, ଅତିରିକ୍ତ ଜିଲ୍ଲା ଜଜ୍ (ଭିଜିଲାନସ୍)ଶ୍ରୀକାନ୍ତ ମିଶ୍ର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସ୍ମତିଲେଖା ବାରିକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରିଜା ରାୟ,ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶୁଭ ଗୌରବ ମିଶ୍ର,ସିନିୟର ସିଭିଲ ଜଜ୍‌ ସମାପିକା ମହାନ୍ତି,(ଓମେନ୍ସ କୋର୍ଟ ) ଜର୍ଜ ରଶ୍ମିରେଖା ପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ,ପି.ସିତାଲକ୍ଷ୍ମୀ, ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । 

ଏହି ଲୋକ ଅଦାଲତରେ ଯଦୁମଣି ମିଶ୍ର, ଆଡହକ୍ ଏଡିଜେ,ସୁଭଞନ ମହାନ୍ତି ଏଡିଜେଓ ଶ୍ରୀ ଦିପ ମିଶ୍ର ରେଜିଷ୍ଟ୍ରାର ସିଭିଲ କୋର୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଅଖିଳ ଭାରତୀୟ ଆଦିବାସୀ ହଲବା ସମାଜର ସମାବେଶ ଅନୁଷ୍ଠିତ

masiha

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

Sunil Chandra Nayak

ବସ୍ତା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ 

masiha

Leave a Comment

error: Content is protected !!