ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର – ୧୯/୦୨ — ଓଡ଼ିଶା ସିମାନ୍ତ ଯାମଦା ବ୍ଳକ ଅନ୍ତର୍ଗତ ଜଟାପାଣି ଗ୍ରାମର ଜନୈକ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଜଟାପାଣି ଗ୍ରାମର ପ୍ରଭାସ ବରାଳ(୩୫) ଆଜି ସକାଳ ୫.୩୦ ଟା ପାଖାପାଖି ରେ ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିଲେ ।ଶୌଚ ସମୟରେ ପାହାଡ଼ପାଖରୁ ହଠାତ୍ ଏକ ଭାଲୁ ଆସି ଆକ୍ରମଣ କରିଥିଲା ।ପ୍ରଭାସ ଭୟ ନ କରି ସାହାସ୍ ସହିତ ନିଜ ଜୀବନକୁ ରକ୍ଷା କରିବା ପାଇଁ ଭାଲୁ ସହ ଲଢ଼ି ଗଡାପଟା ହୋଇଥିଲେ ।ଭାଲୁଟି ତାଙ୍କ ଛାତି କୁ ଆମ୍ପୁଡି ରକ୍ତାକ୍ତ କରିବା ସହ ହାତକୁ ଖଣ୍ଡିଆ ଖାବରା କରି ଦେଇଥିଲା ପ୍ରଭାସର ଚିତ୍କାର ଶୁଣି ପ୍ରଭାସ ର ଭାଇ ଓ ଗାଁ ଲୋକେ ଆସିବା ଫଳରେ ଭାଲୁଟି ସ୍ଥାନ ଛାଡି ଜଙ୍ଗଲ ଭିତରକୁ ପଳାଇଥିଲା ।ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଖବର ପାଇ ବନ ବିଭାଗ ପହଞ୍ଚି ପ୍ରଭାସର ହାଲଚାଲ ବୁଝିଥିଲେ ।ବନ ବିଭାଗ ତରଫରୁ ସମସ୍ତ ଚିକିତ୍ସା ଖର୍ଚ ଵହନ କରାଯିବ ବୋଲି କହିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଚୁକ୍ତିଭିତିକ ଉଚ୍ଛେଦ ପାଇଁ ପୋଷ୍ଟ କାର୍ଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ

Sunil Chandra Nayak

ଉପାନ୍ତ ଅଞ୍ଚଳର ଦୁଇ ଗାଁ ପହଞ୍ଚି ଲୋକଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ବିଡ଼ିଓ

masiha

ରଗଡ଼ି ଛକରେ ଅଷ୍ଟଶମ୍ଭୁ ପରିବା ବଜାର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!