ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର – ୧୯/୦୨ — ଓଡ଼ିଶା ସିମାନ୍ତ ଯାମଦା ବ୍ଳକ ଅନ୍ତର୍ଗତ ଜଟାପାଣି ଗ୍ରାମର ଜନୈକ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଜଟାପାଣି ଗ୍ରାମର ପ୍ରଭାସ ବରାଳ(୩୫) ଆଜି ସକାଳ ୫.୩୦ ଟା ପାଖାପାଖି ରେ ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିଲେ ।ଶୌଚ ସମୟରେ ପାହାଡ଼ପାଖରୁ ହଠାତ୍ ଏକ ଭାଲୁ ଆସି ଆକ୍ରମଣ କରିଥିଲା ।ପ୍ରଭାସ ଭୟ ନ କରି ସାହାସ୍ ସହିତ ନିଜ ଜୀବନକୁ ରକ୍ଷା କରିବା ପାଇଁ ଭାଲୁ ସହ ଲଢ଼ି ଗଡାପଟା ହୋଇଥିଲେ ।ଭାଲୁଟି ତାଙ୍କ ଛାତି କୁ ଆମ୍ପୁଡି ରକ୍ତାକ୍ତ କରିବା ସହ ହାତକୁ ଖଣ୍ଡିଆ ଖାବରା କରି ଦେଇଥିଲା ପ୍ରଭାସର ଚିତ୍କାର ଶୁଣି ପ୍ରଭାସ ର ଭାଇ ଓ ଗାଁ ଲୋକେ ଆସିବା ଫଳରେ ଭାଲୁଟି ସ୍ଥାନ ଛାଡି ଜଙ୍ଗଲ ଭିତରକୁ ପଳାଇଥିଲା ।ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଖବର ପାଇ ବନ ବିଭାଗ ପହଞ୍ଚି ପ୍ରଭାସର ହାଲଚାଲ ବୁଝିଥିଲେ ।ବନ ବିଭାଗ ତରଫରୁ ସମସ୍ତ ଚିକିତ୍ସା ଖର୍ଚ ଵହନ କରାଯିବ ବୋଲି କହିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଭବାନୀପାଟଣା ବ୍ଲକ ପରିସରରେ ‘ଭୀମ ଭୋଇ ସାମର୍ଥ୍ୟ ଶିବିର’ ଅନୁଷ୍ଠିତ: ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ

Sunil Chandra Nayak

ସାନଭି ଗ୍ରୁପର ଅଧ୍ୟୟନ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ୨ୟ ରାଜ୍ଯସ୍ତରୀୟ ବାର୍ଷିକ ଉତ୍ସବ ସ୍ପର୍ଶ ୨୦୨୩-୨୪ ଅନୁଷ୍ଠିତ

masiha

ଡେଙ୍ଗୁ ନିୟନ୍ତ୍ରଣ ଉପରେ ଟାସ୍କଫୋର୍ସ କର୍ମଶାଳା ବ୍ଲକ ସଭାଗୃହ ରେ ଅନୁଷ୍ଠିତ

Leave a Comment

error: Content is protected !!