ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨ ବସଷ୍ଟାଣ୍ଡରେ ଦୀର୍ଘ ଦିନରୁ ବନ୍ଦ ରହିଛି ଏଲଇଡି ଟିଭି।ମରାମତି ପାଇଁ ଚୁପ ରହିଛି ଏନଏସି କତ୍ତୃପକ୍ଷ୍ୟ

୨ ବସଷ୍ଟାଣ୍ଡରେ ଦୀର୍ଘ ଦିନରୁ ବନ୍ଦ ରହିଛି ଏଲଇଡି ଟିଭି।ମରାମତି ପାଇଁ ଚୁପ ରହିଛି ଏନଏସି କତ୍ତୃପକ୍ଷ୍ୟ

ଜୁନାଗଡ଼,୧୨/୨(ମନୀ ସ) ପୂର୍ବ ସରକାର ଲୋକଙ୍କୁ ସହର ମାନଙ୍କରେ ଲୋକେ ମୁକ୍ଷ୍ୟ ସ୍ଥାନ ମାନଙ୍କରେ ଉପସ୍ଥିତ ରହି ସଦ୍ୟ ଖବର ଓ ମନୋରଞ୍ଜନ ପାଇପାରିବା ପାଇଁ ବଡ ପର୍ଦାର ଏଲଇଡି ଟିଭି ସ୍ଥାପନ କରି ଏହାର ଦାୟିତ୍ୱ ସ୍ଥାନୀୟ ପୌର ପରିଷଦକୁ ଦାୟିତ୍ବ ଦେଇଥିଲେ।ସେହି ପରିପ୍ରେକ୍ଷୀରେ ଜୁନାଗଡ଼ ସହରରେ ନୂଆବସଷ୍ଟାଣ୍ଡ ଓ ପୁରୁଣା ବସଷ୍ଟାଣ୍ଡ ଠାରେ ଦୁଇ ଗୋଟି ଏଲଇଡି ଟିଭି ଲଗାଯାଇଥିଲା।ଫଳରେ ସହର ଓ ବାହାରୁ ଯା ଆସ କରୁଥିବା ଲୋକେ ସୁବିଧାରେ ଖବର ଓ ଖେଳ ଦେଖିବାକୁ ପାଇପାରୁଥିଲେ।ହେଲେ ଏହି ଟିଭି କିଛି ଦିନ ଚାଲିଲା ପରେ ଦୀର୍ଘ ଦିନରୁ ବନ୍ଦ ହୋଇ ପଡି ରହିଛି।ସହରବାସୀ ଏଥିନେଇ ସ୍ଥାନୀୟ ଏନଏ ସି କତ୍ତୃପକ୍ଷ୍ୟ ଙ୍କ ଠାରେ ଜଣାଇଲେ ମଧ୍ୟ କୌଣସି ସୁଫଳ ହେଉନି।ଫଳରେ ଲୋକଙ୍କ ପାଇଁ ରହିଥିବା ଏହି ସୁବିଧା ଶୀତଳ ଭଣ୍ଡାରରରେ ପଡ଼ି ରହିଛି,ଏଥିନେଇ ସହରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏସଂକ୍ରାନ୍ତରେ ଏନଏସି କତ୍ତୃପକ୍ଷ୍ୟଙ୍କ ପ୍ରତିକ୍ରିୟା ନେବାରୁ ଟେକନିକାଲ ସମସ୍ୟ ପାଇଁଏହା ବନ୍ଦ ରହିଛି ,ଅତିଶୀଘ୍ର ଏହାର ମରାମତି ପାଇଁ ପଦକ୍ଷେପ ନିଯାଉଛି ବୋଲି ପ୍ରକାଶ କରିଥିଲେ।ଏଣୁ କତ୍ତୃପକ୍ଷ୍ୟ ଏହାର ତୁରନ୍ତ ପଦକ୍ଷେପ ନେବା ପାଇଁ ସହରବସି ଦାବି କରିଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରାକ୍ତନ ଆଇପିଏସ୍ ଅଫିସରଙ୍କ ଦେହାନ୍ତରେ ରାଜ୍ୟ ଆଇ.ପି.ଏସ୍ ସଂଘ ତରଫରୁ ଶୋକସଭା ଓ ଶାନ୍ତି ପ୍ରାର୍ଥନା

masiha

ନିଆଁ ରୁ ସୁରକ୍ଷା କର୍ମଶାଳା 

Sunil Chandra Nayak

ଓ, ଏ,ଭି ପ୍ରବେଶିକା ପରୀକ୍ଷାରେ ବ୍ଲକ ରେ ସର୍ବାଧିକ ନୋ ରଖିଲେ ଅଭିପ୍ସା ମହାପାତ୍ର

Sunil Chandra Nayak

Leave a Comment

error: Content is protected !!