ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସାମାଜିକ କାର୍ଯ୍ୟକ୍ରମ

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ମଧ୍ୟରେ ଦେଓଗାଁ ସ୍ଥିତ ଗାନ୍ଧୀ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା, ଖରିଆବାହାଲ ବସ୍ତିରେ ପୋଷ୍ଟ ଅଫିସରେ କିପରି ଫର୍ମ ପୂରଣ ଓ ବିଭିନ୍ନ ଯୋଜନାରେ ସଂଚୟ ଓ ବରିଷ୍ଠ ନାଗରିକଙ୍କୁ ସ୍ବାବଲମ୍ବୀ ହେବାର ଉପାୟ ସମ୍ପର୍କରେ ଦିଗଦର୍ଶନ ଦିଆଯାଇଥିଲା। ଗାନ୍ଧୀ ମହାବିଦ୍ୟାଳୟରେ ବିପର୍ଯ୍ୟୟ ସମୟରେ କିପରି ନିଜକୁ ସୁରକ୍ଷିତ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା,ନିଜ କର୍ତ୍ତବ୍ୟକୁ କିପରି ସୂଚାରୁ ରୂପେ ତୁଲାଇବା ସେ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା। ସେହିପରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୋଷ୍ଟର ଓ ସ୍ଲୋଗାନ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ଚନ୍ଦ୍ରିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତା,ଉଷା ସାହୁ ଓ ରଶ୍ମିତା ଟପ୍ନୋ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ପୁନିତ ମିଶ୍ରଙ୍କ ମାର୍ଗଦର୍ଶନ ରେ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରୋଟ୍ରାକ୍ଟ କ୍ଲବର ସଭାପତି ରୋହିତ ଦେହୁରୀ, ଉପସଭାପତି କୀରଣ ପଲେଇ, ସମ୍ପାଦକ ଲକ୍ଷ୍ମୀପ୍ରିୟା କୁମ୍ଭାର ଓ ସହ ସମ୍ପାଦକ ଆରତୀ ଲୋହାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ବିଶ୍ଵଶାନ୍ତି ପୋଷ୍ଟର ପ୍ରତିଯୋଗିତାରେ ଅର୍ପିତା ବାରିକ, ଦିପିକା ତନ୍ତୀ ଓ ସୋନାଲୀ ଗୋପ ଙ୍କୁ ପୁରସ୍କୃତ କରାଯାଇଥିଲା।     

      ସେହିପରି ଖରିଆବାହାଲ ବସ୍ତି ଠାରେ ପୋଷ୍ଟ ଅଫିସ ସମ୍ପର୍କୀତ ଯଥା ଫର୍ମ ପୂରଣ, ଜୀବନ ବୀମା ଓ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ମିତାଞ୍ଜଳୀ ପରିଡା, ପୋଷ୍ଟ ମାଷ୍ଟର ସନ୍ତୋଷ ବିଶୋଇ ପ୍ରମୁଖ ଯୋଗଦେଇ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥିଲେ। ସେହିପରି ବରିଷ୍ଠ ଙ୍କ ନିମନ୍ତେ ଶିକ୍ଷାଦାନ କାର୍ଯ୍ୟକ୍ରମରେ ପ୍ରାୟ ୨୦ ଜଣ ହିତାଧିକାରୀ ଯୋଗଦେଇଥିଲେ। ଏଥିରେ ସୁଦୀପ୍ତ ମହନ୍ତ ଓ ବାସନ୍ତୀ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ଛତୁ ପ୍ରଶିକ୍ଷଣ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଷ୍ଟିଲ ସିଟିର ସଭାପତି ରୋଟାରୀଆନ ବିଣାପାଣି ରଥ, ରୋଟାରୀଆନ ରଶ୍ମି ମିଶ୍ର, ରୋଟାରୀଆନ ନିବେଦିତା ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାସନ୍ତୀ ପାଠାଗାରରେ “ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

Sunil Chandra Nayak

ଥୁଆମୁଳ ରାମପୁରରେ ବ୍ଳକ୍ ସ୍ତରୀୟ ୭୪ ତମ ସାଧାରଣ ଦିବସ ପାଳିତ

Sunil Chandra Nayak

ସନାତନ ଧର୍ମର ପୁନଃ ଉଦ୍ଧାର ପାଇଁ ଗୀତା ଗ୍ରନ୍ଥ ବଣ୍ଟନ 

masiha

Leave a Comment

error: Content is protected !!