ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ : ପତାକା ଦେଖେଇ ଶୁଭାରମ୍ଭ କଲେ କଳାହାଣ୍ଡି ସାଂସଦ ମାଲବିକା ଦେବୀ 

ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ : ପତାକା ଦେଖେଇ ଶୁଭାରମ୍ଭ କଲେ କଳାହାଣ୍ଡି ସାଂସଦ ମାଲବିକା ଦେବୀ 

ଜୁନାଗଡ଼,୧୯/୨ (ମନୀସ): ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ହାଓଡ଼ା–ଟିଟିଲାଗଡ଼–ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍‌କୁ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଆଜି ଜୁନାଗଡ଼ ଠାରେ ଏହାର ଉଦଘାଟନ ଅବସରରେ ଜୁନାଗଡ଼ ରୋଡ୍ ଷ୍ଟେସନରେ ଲୋକସଭା ସାଂସଦ ମାଳବିକା ଦେବୀ ପତାକା ଦେଖାଇ ଟ୍ରେନକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ସିନିଅର ଡିଭିଜନାଲ କମର୍ସିଆଲ ମ୍ୟାନେଜର ଗରିମା ତିୱାରୀ, ଡିଭିଜନାଲ ଇଞ୍ଜିନିୟର ଗୌରବ କୁମାର ଯାଦବ ଉପସ୍ଥିତ ଥିଲେ। ସଭାକୁ ଚିଫ କମର୍ସିଆଲ ଇନ୍ସପେକ୍ଟର ସୁଭ୍ରାଂଶୁ ପରିଡ଼ା ପରିଚାଳନା କରିଥିଲେ।

ରେଳ ବିଭାଗର ସୂଚନା ଅନୁଯାୟୀ, ଟ୍ରେନ ନମ୍ବର ୧୨୮୭୧ ହାଓଡ଼ା–ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍‌ ବର୍ତ୍ତମାନ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ଚାଲିବ ଆଜି ଏହାର ଶୁଭାରମ୍ଭ ହୋଇଥିବା ବେଳେ ଏହା ୨୧ ଫେବୃଆରୀ ୨୦୨୬ ରୁ ହାଓଡ଼ାରୁ ଯାତ୍ରା ଆରମ୍ଭ କରିବ। ସେହିପରି ଟ୍ରେନ ନମ୍ବର ୧୨୮୭୨ ଜୁନାଗଡ଼ ରୋଡ୍–ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ୨୨ ଫେବୃଆରୀ ୨୦୨୬ ରୁ ଜୁନାଗଡ଼ ରୋଡ୍ ଠାରୁ ଚାଲୁ ହେବ। ସମ୍ପ୍ରସାରିତ ମାର୍ଗରେ ଟିଟିଲାଗଡ଼ ଓ ଜୁନାଗଡ଼ ରୋଡ୍ ମଧ୍ୟରେ କେସିଙ୍ଗା, ଲାଞ୍ଜିଗଡ଼ ରୋଡ୍ ଓ ଭବାନୀପାଟଣା ଷ୍ଟେସନରେ ଟ୍ରେନଟି ରହଣି କରିବ।ଏହି ସେବା ଜୁନାଗଡ଼ ରୋଡ଼ ଷ୍ଟେସନ ରେ ସପ୍ତାହକୁ ସୋମବାର ,ବୁଧବାର ଓ ଶନିବାର ଦିନ ଉପଲବ୍ଧ ହେବ।

ଏହି ସମ୍ପ୍ରସାରଣ ଫଳରେ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଲୋକମାନେ ସିଧାସଳଖ ଭାବେ ହାଓଡ଼ା ସହ ଯୋଡ଼ିତ ହେବେ ଏବଂ ଯାତ୍ରୀମାନଙ୍କୁ ଅଧିକ ସୁବିଧା ମିଳିବ। ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ ଓ କାର୍ଯ୍ୟରତ ବ୍ୟକ୍ତିମାନେ ଏହାରୁ ବିଶେଷ ଲାଭାନ୍ୱିତ ହେବେ। ଏହା ସହିତ ସ୍ଥାନୀୟ ବ୍ୟାପାର, ପର୍ଯ୍ୟଟନ ଓ ସାମଗ୍ରୀ ପରିବହନକୁ ମଧ୍ୟ ବଡ଼ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।

ଏହି ଅବସରରେ ସାଂସଦ ମାଳବିକା ଦେବୀ କହିଥିଲେ ଯେ, ଇସ୍ପାତ ଏକ୍ସପ୍ରେସ୍‌ର ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଓଡ଼ିଶାର ରେଳ ଯୋଗାଯୋଗ ଓ ଅର୍ଥନୈତିକ ଉନ୍ନତିକୁ ନୂତନ ଦିଗ ଦେବ। ଏହା ଅଞ୍ଚଳର ସମଗ୍ର ଉନ୍ନତି ସହ ଲୋକମାନଙ୍କ ଦୀର୍ଘଦିନର ଆକାଙ୍କ୍ଷାକୁ ପୂରଣ କରିବ ବୋଲି ସେ ମତ ପ୍ରକାଶ କରିଥିଲେ, ବହୁ ଦିନର ଦାବୀ ପୂରଣ ହୋଇଥିବା ରୁ ଜୁନାଗଡ଼ ଅଂଚଳ ବାସି ତରଫରୁ ରେଳ ଯାତ୍ରୀ ସଙ୍ଘ ଜୁନାଗଡ଼ ସଭାପତି ସୁଧାଂଶୁ ଶେଖର ବରାଡ଼, ସମ୍ପାଦକ ସନ୍ତୋଷ ସିଂହ ଦେଓ ପ୍ରମୁଖ ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଙ୍କୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ ଜଣେଇଛନ୍ତି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ ଗଳ୍ପ = ଜହ୍ନ ପଖଳା ଚଇତି ସଞ୍ଜ

Sunil Chandra Nayak

ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରଲର /ଟ୍ରକ ମୁହାଁମୁହିଁ,ଟ୍ରକ ଚାଳକ ଗୁରୁତର 

Sunil Chandra Nayak

ଧର୍ମଗଡ ଏନଏସି ରେ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!