ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବାରର ୪ ନିଖୋଜ ଘଟଣା , ପୋଲିସ ଓ ସାଇଣ୍ଟିଫିକ ଟିମର ଖୋଡ ତାଳ 

ପରିବାରର ୪ ନିଖୋଜ ଘଟଣା , ପୋଲିସ ଓ ସାଇଣ୍ଟିଫିକ ଟିମର ଖୋଡ ତାଳ 

କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ଵର ସାବେରୀ ନଦୀରେ ପରିବାରର ଚାରି ଜଣ ନିଖୋଜ ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଚଳିତ ମାସ ୧ ତାରିଖ ଦିନ ମାଛ ଧରିବାକୁ ଯାଇ ପରିବାରର ୪ ସଦସ୍ୟ ନିଖୋଜ ହୋଇଯାଇଥିଲୋ ନିଖୋଜ ସଦସ୍ୟ ମାନେ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ଦଣ୍ଡାବାଡ଼ି ଗାଁର ଲଳିତ ପୂଜାରୀ, ସ୍ତ୍ରୀ ଗୁରୀ ପୂଜାରୀ ଓ ଦୁଇ ନାବାଳିକା ଝିଅ। ଏହି ପରିବାର ମାଛ ବିକ୍ରି କରି ପରିବାର ଭରଣପୋଷଣ କରନ୍ତି| ପ୍ରତି ଥର ଭଳି ଗତ ୧ ତାରିଖ ଦିନ ଏହି ପରିବାର ଗୁପ୍ତେଶ୍ବର ବାଦୁଡ଼ି ପାହାଡ଼ ନିକଟରେ ସାବେରୀ ନଦୀକୁ ଯାଇଥିଲେ। ହେଲେ ସେମାନେ ନ ଫେରିବାରୁ ପରିବାର ଲୋକେ ବାଦୁଡ଼ି ପାହାଡ଼ର ପାଦଦେଶରେ ସାବେରୀ ନଦୀ କୂଳରେ ଖୋଜାଖୋଜି ଆରମ୍ଭ କରିଥିଲେ ସେହି ସମୟରେ ନଦୀ କୂଳରେ ନିଖୋଜ ଚାରି ସଦସ୍ୟଙ୍କ ପୋଷାକ, ମୋବାଇଲ, ଆଧାର କାର୍ଡ, ଚପଲ ଏବଂ ମାଛ ଜାଲ ପଡିଥିବା ଦେଖୁବାକୁ ପାଇଥିଲୋ ଏନେଇ ରବିବାର ବୈପାରିଗୁଡା ଥାନାର ଦ୍ବାରସ୍ଥ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ନିଖୋଜ ସ୍ତ୍ରୀ ଗୁରି ପୂଜାରୀ ସାତ ମାସର ଗର୍ଭବତୀ ଥିବା ମଧ୍ୟ ସୂଚନା ମିଳିଛି । ନିଖୋଜ ସଦସ୍ୟଙ୍କୁ ନେଇ ପରିବାର  ଲୋକେ ଚିନ୍ତାରେ ଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।

କୋରାପୁଟଜିଲ୍ଲାରୁ ଶ୳୲ମଖିଲ ଙ୍କ ରିପୋର୍ଟ 

Related posts

ସନ୍ୟାସୀ କୁଣ୍ଡାମାଲ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ, କୁନିକଳାକାରଙ୍କ ଗହଣରେ ନାଚିଲେ ଜୁନାଗଡ଼ ବିଧାୟକ

masiha

ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ 

masiha

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦବେଗ, ପ୍ରତିକାର ଦାବିରେ ଡି ଆର୍ ଏମ୍ ଙ୍କୁ ସ୍ମାରକପତ୍ର ପ୍ରଦାନ

masiha

Leave a Comment

error: Content is protected !!