ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଗଠନ ପାଇଁ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ

ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଗଠନ ପାଇଁ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜନ ସାଧାରଣଙ୍କ ସହଯୋଗିତା ଓ ସହଭାଗିତାରେ ଆମେ ଲକ୍ଷ୍ୟ ହାସଲ ସହିତ ନୂତନ ରେକର୍ଡ ସ୍ଥାପନ କରିବା – ଜିଲ୍ଲାପାଳ 

ନୂଆପଡା,(ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ପ୍ରଶାସନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ , ବଲାଙ୍ଗୀର ଶାଖାର ମିଳିତ ଆନୁକୁଲ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଗଠନ ଅଭିଯାନ ଅନ୍ତର୍ଗତ ରାହାଗିରି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବର୍ଜନ କରିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ଶୁକ୍ରବାର ସକାଳ ୭ ଘଣ୍ଟା ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକତା ଛକ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । 

ଜିଲ୍ଲାପାଳ ମଧୁସୂଦନ ଦାଶ , ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ବନ ଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ବନ ଖଣ୍ଡ ଅଧିକାରୀ (ବନ୍ୟ ପ୍ରାଣୀ) ସମୀର ସାହୁ, ଆଞ୍ଚଳିକ ଅଧିକାରୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଲାଙ୍ଗୀର, ବବିତା ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାଶ,ସିଡିଏମଓ ଡଃ ଧନେଶ୍ୱର ସେଠୀ,ଉପଜିଲ୍ଲାପାଳ ସୂର୍ମି ସୋରେନ ପ୍ରମୁଖ ଅତିଥି ଭାବରେ ସମାରୋହରେ ଯୋଗ ଦେଇଥିଲେ l ରାହାଗିରି ନିମନ୍ତେ ଯୋଗ, ରଙ୍ଗୋଲି, ଦୌଡିଟଣା, ପୁଚି, ସ୍ଲୋ ସାଇକେଲ, ମେହେନ୍ଦୀ, ସ୍ଲୋଗାନ ଲେଖା, ଅନ୍ତାକ୍ଷରୀ ଇତ୍ୟାଦି ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ , ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଜନ ସାଧାରଣ ବହୁ ସଂଖ୍ୟାରେ ରାହାଗିରି କାର୍ଯ୍ୟକ୍ରମରେ ଉତ୍ସାହ ସହିତ ଅଂଶଗ୍ରହଣ କରିଥିଲେ।  ଏହି ଅବସରରେ ଜିଲ୍ଲାପାଳ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ନୂଆପଡ଼ା ବାସୀଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସୁପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ,ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା,ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି,ପରିମଳ ସଂଯୋଜକ ଅନିଲ କୁମାର ଲେଙ୍କା, ଏ ସି ଏଫ୍ ମହମ୍ମଦ ମୁସ୍ତାଫା ସଲିହା, ଅଜୟ ସେସ, ନୂଆପଡା ଏନ୍ ଏ ସି ଇ ଓ, ସନ୍ଦୀପ କୁମାର ଚନ୍ଦ୍ରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଶାନ୍ତ ମାଝୀ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ lସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ପ୍ରଶାସନିକ ଓ ରାଜସ୍ୱ ଅଧିକାରୀ, ଜଙ୍ଗଲ ବିଭାଗ ଅଧିକାରୀ ,ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣ ମାଧ୍ୟମର ପ୍ରତିନିଧି , ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ରାହାଗିରିରେ ଅଂଶ ଗ୍ରହଣ କରିଥିଲେ। ସମସ୍ତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ ଏବଂ ଅତିଥି ମାନେ ମାନପତ୍ର ତଥା ଟ୍ରଫି ଦେଇ ସମ୍ମାନିତ କରିଥିଲେ। ସମସ୍ତଙ୍କ ସମନ୍ୱୟ ଓ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।ରାହାଗିରି କାର୍ଯ୍ୟକ୍ରମ ପାଇଁ ଆଜି ନୂଆପଡା ସହର ସଂପୂର୍ଣ୍ଣ ଭାବରେ ଉତ୍ସବ ମୁଖର ହୋଇଉଠିଥିଲା l  

Related posts

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ = ନିଷିଦ୍ଧ ମସ୍ତିଷ୍କ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର  ଙ୍କ ଗଳ୍ପ = ଗୀତିକାର ଚିଠି

Sunil Chandra Nayak

ରାକେଶ ସାହୁଙ୍କ କାହାଣୀ “ଯୁଗେ ଯୁଗେ ନାରୀ ଦିଏ ଅଗ୍ନି ପରୀକ୍ଷା”

Leave a Comment

error: Content is protected !!