ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେରୁବନ୍ଧ ଖଣି ଖନନ ପାଇଁ ଆସିଥ‌ିବା ଅଧୂକାରୀଙ୍କୁ ବିରୋଧ

ସେରୁବନ୍ଧ ଖଣି ଖନନ ପାଇଁ ଆସିଥ‌ିବା ଅଧୂକାରୀଙ୍କୁ ବିରୋଧ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ମାଳିପୁଟ ଠାରୁ ସେରୁବନ୍ଧ ପର୍ବତ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହ ଉକ୍ତ ଅଞ୍ଚଳର ଥିବା ଜଙ୍ଗଲ କାଟିବା ନିମନ୍ତେ ନାଲ୍‌କୋର ଥିଲା ଯୋଜନା କିନ୍ତୁ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ରେ ଶହ ଶହ ଲୋକ ପହଞ୍ଚି କାର୍ଯ୍ୟକ୍ରମକୁ କଲେ ଭଣ୍ଡୁର ସୂଚନା ଅନୁଯାୟୀ, ଆଜି ନାଲ୍‌କୋର କିଛି ଅଧିକାରୀ ଏବଂ ପୋଲିସ ଓ ବ୍ଲକ ପ୍ରଶାସନ ଅଧିକାରୀ ଗଣ ମିଶି ୨୬ ନଂ ଜାତୀୟ ରାଜପଥ ମାଳିପୁଟ ଗ୍ରାମ ନିକଟରୁ ରାସ୍ତା ମରାମତି ଓ ଜଙ୍ଗଲରୁ ଗଛ କାଟିବା ନିମନ୍ତେ ଶୁଭ ଦେବାର ଯୋଜନା ନେଇ ପହଞ୍ଚିଥିଲେ | କିନ୍ତୁ ଉକ୍ତ ବିଷୟ ନେଇ ସେରୁବନ୍ଧ ସୁରକ୍ଷା ସମିତି ଓ ସ୍ଥାନୀୟ ଲୋକ ନିକଟରେ ସୂଚନା ମିଳିଥିଲା ତୁରନ୍ତ ଶହ ଶହ ଲୋକ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ କାର୍ଯ୍ୟକ୍ରମ କରିବାକୁ ଦେଇ ନଥିଲେ । ଫଳରେ ଆସିଥିବା ଅଧିକାରୀ ଗଣ ଫେରିଯାଇଥିବା ନେଇ ଜଣାପଡିଛି କାର୍ଯ୍ୟକ୍ରମ କରିବାକୁ ନ ଦେବା ନିମନ୍ତେ ଆଜି ଦିନ ତମାମ ଲୋକ ମା ମାନେ ଜଗି ରହିଥ‌ିବା ଦେଖିବାକୁ ମିଳିଛି | ଆଗାମୀ ଦିନରେ ମଧ୍ୟ ଖଣି ଖନନକୁ ତୀବ୍ର ବିରୋଧ କର ବୋଲି ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି I ଉକ୍ତ ସ୍ଥାନ ରେ ସେରୁବନ୍ଧ ସୁରକ୍ଷା ସମିତିର ସଦସ୍ୟ ଗଣ ଏବଂ ବିଭିନ୍ନ ଗ୍ରାମବାସୀ ଉପସ୍ଥିତ ରହିଥ‌ିବା ଦେଖିବାକୁ ମିଳିଛି ।

କୋରାପୁଟଜିଲ୍ଲାରୁ ଶ୳୲ମଖିଲ ଙ୍କ ରିପୋର୍ଟ  

Related posts

ରବୀନ୍ଦ୍ର ପଧାନ ଙ୍କ ପରଲୋକ, ଶୋକ ର ଛାୟା 

Sunil Chandra Nayak

ଆକାଂକ୍ଷା ବ୍ଳକ ଡାବୁଗାଁକୁ ପରିଦର୍ଶନରେ ଆସିଲେ ଯୁଗ୍ମ ସଚିବ ପ୍ରତିରକ୍ଷା ପ୍ରଯୋଜନା ବିଭାଗ, ଭାରତ ସରକାର

Sunil Chandra Nayak

କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!