ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତୃଭାଷା ହିଁ ଜାତିର ଉଷା

ମାତୃଭାଷା ହିଁ ଜାତିର ଉଷା

ଢେ଼ଙ୍କାନାଳ(ମ ସୀ ହା)୨୧/୦୨_ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ମିଲୁଚରଣ ଦେହୁରୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇ ଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ମଞ୍ଚାସିନ ଅତିଥିମାନଙ୍କ ପରିଚୟ ଅଚର୍ଯ୍ୟା ଅର୍ଚ୍ଚିତା ସାମଲ ପ୍ରଦାନ କରିଥିବା ବେକେ ମାତୃଭାଷା ପ୍ରମୁଖ ସ୍ଵର୍ଣ୍ଣପ୍ରଭା ସିଂହ ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କଥନ କରିଥିଲେ l ପର୍ଯ୍ୟାୟପ୍ରମୁଖ କ୍ଷୀରୋଦ କୁମାର ସାହୁ, ଜ୍ୟୋତିର୍ମୟ ପ୍ରଧାନ ମାତୃଭାଷାର ମୂଲ୍ୟଯୁକ୍ତ କଥା ରଖିଥିଲେ ଓ ଆଚାର୍ଯ୍ୟ ସୂଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କ୍ରମରେ ଶିଶୁମାନଂକ ଦ୍ୱାରା ସାମୁହିକ ସଙ୍ଗୀତ ଗାନ, ଅଭିନୟ, କବି ଲେଖକଙ୍କ ଫଟୋ ପ୍ରଦର୍ଶନୀ, ଗଳ୍ପ କଥନ, ନିବନ୍ଧ, ଶୁଦ୍ଧ ପଠନ ଇତ୍ୟାଦି ପ୍ରତିଯୋଗିତା ପରିଚାଳନାରେ ଆଚାର୍ଯ୍ୟା ରତ୍ନପ୍ରଭା ସାହୁ ସରୋଜ ସାହୁ, ରାଜଶ୍ରୀ ଆଚାର୍ଯ୍ୟ, ଜ୍ୟୋତିରାଣୀ ସ୍ୱାଇଁ, ପୁଷ୍ପାଞ୍ଜଳି ଜେନା, ବସନ୍ତ କୁମାର ନାୟକ ପ୍ରମୁଖ ଭୂମିକା ନେଇ କାର୍ଯକ୍ରମକୁ ସଫଳ ରୂପାୟନ କରିଥିଲେ l

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍,

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ

masiha

ବିଶାଳ ଆଦିବାସୀ ସମାବେଶ ଯୋଗ ଦେଲେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି

Sunil Chandra Nayak

Leave a Comment

error: Content is protected !!