ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

ଡାବୁଗାଁ, ୨୧/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଥିବା ନେଇ ଶନିବାର ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ମୁଣ୍ଡିଗୁଡା ଗ୍ରାମର କୃଷ୍ଣ ଭତରା (୭୦) ଶୁକ୍ରବାର ଅପରାହ୍ନରେ ମହେନ୍ଦ୍ରୀ ଛକ ନିକଟରେ ଥିବା ଧାନ ମିଲକୁ ଧାନ ବିକ୍ରି କରିବା ପାଇଁ ଆସିଥିଲେ | ଡାବୁଗାଁ-ପାପଡାହାଣ୍ଡି ରାଜ୍ୟ ରାଜପଥ-୩୯ ଉପରେ ରାତ୍ର ପ୍ରାୟ ୭ ଘ. ସମୟରେ ମିଲରୁ ବାହାରି ଚାଲି ଚାଲି ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡି ଦୃତ ଗତିରେ ଆସି ଧକ୍କା ଦେଇ ଚାଲି ଯାଇଥିଲା | ଫଳରେ କୃଷ୍ଣ ଭତରା ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିଲେ | ତାଙ୍କୁ ଛକ ପାଖରେ ଥିବା ଅନ୍ୟ ଲୋକ ମାନେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ସେଠାରେ ଚିକିତ୍ସିତ ସମୟରେ ବିଳମ୍ବିତ ରାତ୍ରିରେ କୃଷ୍ଣ ଭତରା ଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକ ଙ୍କ ଝିଅ ପାର୍ବତୀ ଭତରା ଶନିବାର ପୂର୍ବାହ୍ନରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୫/୨୬ ରେ ଏକ ମାମଲା ରୁଜୁ କରାଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ 

Related posts

ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଅଫିସ୍ ସମେତ ୪ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଚଢଉ

Sunil Chandra Nayak

ଜମି ଲିଜ କୁ କେନ୍ଦ୍ରକରି ଟାଙ୍ଗିଆ ରେ ଆକ୍ରମଣ ,୩ ଅଭିଯୁକ୍ତ କୋର୍ଟ ଚାଲାଣ 

masiha

ବେଆଇନ ଗାଈଗୋରୁ ଚାଲାଣ ; ୪ଗିରଫ

Sunil Chandra Nayak

Leave a Comment

error: Content is protected !!