ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶରଣ ଶ୍ରୀକ୍ଷେତ୍ର ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଶରଣ ଶ୍ରୀକ୍ଷେତ୍ର ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଢେଙ୍କାନାଳ(ମସୀହା) ୧୨/୦୨_ଓଡାପଡା ବ୍ଲକ ଅନ୍ତର୍ଗତ ଏକଘରିଆ ଗ୍ରାମସ୍ଥିତ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସାଧନା ପୀଠ ଶରଣ ଶ୍ରୀକ୍ଷେତ୍ର ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଢେ଼ଙ୍କାନାଳ ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସିମାରାଣି ନାୟକ, ଓଡ଼ାପଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମହାନ୍ତି, ଉପାଧ୍ୟକ୍ଷ ଶ୍ରୀ ଅମିତାଭ ସ୍ବାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲିପ କୁମାର ଷଡଙ୍ଗୀ, ତହସିଲଦାର ମନୋଜ କୁମାର ମାଝୀ, ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟ କୁମାର ନନ୍ଦ, ମୋଟଙ୍ଗା ଥାନା ଆଇ.ଆଇ. ସି. ଦିପକ କୁମାର ଲେଙ୍କା, ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ ଅନନ୍ତ କୁମାର ରାଉଳ ଏକଘରିଆ ଗ୍ରାମ କମିଟି ସଭାପତି ଭାବଗ୍ରାହୀ ପରିଡା,ଶରଣ ଶ୍ରୀକ୍ଷେତ୍ର ବିକାଶ ପରିଷଦ ସଭାପତି ଜୟନ୍ତ କୁମାର ପରିଡ଼ା, ମନ୍ଦିର ମୂଖ୍ୟ ଚିଣ୍ଟୁବାବା, ରାମଚଣ୍ଡୀ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଦିପ କୁମାର ସାମଲଙ୍କ ସହିତ ବିଭିନ୍ନ ପଞ୍ଚାୟତ ଜନ ପ୍ରତିନିଧି, ବିଭିନ୍ନ ଗ୍ରାମର ଗ୍ରାମ ମୂଖିଆ, ସଂପୃକ୍ତ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି ପ୍ରତିଷ୍ଠା ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ରକ୍ଷା କରିବା, ଯାନ ବାହନ ନିୟନ୍ତ୍ରଣ, ପାନୀୟଜଳ ଯୋଗାଣ, ବିଦ୍ୟୁତ ଆଲୋକ, ସ୍ବାସ୍ଥ୍ୟ ସେବା ପ୍ରଦାନ ଆଦି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା। ଚଳିତ ମାସ ୨୦ ତାରିଖ ଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ୧୩ ଦିନ ଧରି ଉତ୍ସବ ଚାଲିବାକୁ ଥିବା ବିଷୟ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ଏଵଂ ସମସ୍ତଙ୍କର ସହଯୋଗ ପାଇଁ ନିବେଦନ କରାଯାଇଥିଲା। ଶେଷରେ ଦେବୋତ୍ତର ନିରୀକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍ 

Related posts

ବ୍ରିଜ ଡିଭାଇଡର ରେ ପିଟିହୋଇ ବାଇକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

masiha

ଲୁହାଶିଳା ପଞ୍ଚାୟତର ଦଲଗକି ଗ୍ରାମରେ ହାତୀ ଉପଦ୍ରବ ; ୫ ଜଣ ଚାଷୀଙ୍କ ଧାନକ୍ଷେତ ନଷ୍ଟ

Sunil Chandra Nayak

ଦକ୍ଷିଣ କାଳୀ ମନ୍ଦିର ର ପୁରୋହିତ, ଗୁରୁ ଗୋସେଇଁ ଙ୍କ ସହିତ ଅନ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ଦିର ଟ୍ରଷ୍ଟ ଓ କର୍ମକର୍ତ୍ତା ମାନେ 

Sunil Chandra Nayak

Leave a Comment

error: Content is protected !!