ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିଟିଲାଗଡ଼ର ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିରକୁ ଜାତୀୟ ଐତିହ୍ୟ ମାନ୍ୟତା ଘୋଷଣା ପାଇଁ ଦାବି କଲେ ସାଂସଦ ଶ୍ରୀ ନିରଞ୍ଜନ ବିଶି

ଟିଟିଲାଗଡ଼ର ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିରକୁ ଜାତୀୟ ଐତିହ୍ୟ ମାନ୍ୟତା ଘୋଷଣା ପାଇଁ ଦାବି କଲେ ସାଂସଦ ଶ୍ରୀ ନିରଞ୍ଜନ ବିଶି

ବଲାଙ୍ଗୀର , ୨୨ /୨ ଓଡ଼ିଶାରାଜ୍ୟ ବଲାଙ୍ଗିର ଜିଲ୍ଲାସ୍ଥିତ ଟିଟିଲାଗଡ଼ ବିଖ୍ୟାତ ପ୍ରାକୃତିକ,ପ୍ରାଚୀନ ଓ ଆସ୍ଥାର କେନ୍ଦ୍ର ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିରକୁ ଜାତୀୟ ସାଂସ୍କୃତିକ ଐତିହ୍ୟ ସ୍ଥଳ ଭାବେ ଘୋଷଣା କରିବାକୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଦାବି କରିଛନ୍ତି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପତ୍ର ଲେଖି ମନ୍ଦିରର ଉନ୍ନୟନ ଓ ସଂରକ୍ଷଣ ପାଇଁ ₹୫ କୋଟି ଅନୁଦାନ ମଞ୍ଜୁର କରିବା ସହ ଜାତୀୟ ମର୍ଯ୍ୟାଦା ଦେବାକୁ ଅନୁରୋଧ କରିଛନ୍ତି।

କୁମୁଡ଼ା ପାହାଡ଼ର ପ୍ରାକୃତିକ ଗୁମ୍ଫା ଭିତରେ ଅବସ୍ଥିତ ଏହି ଅଦ୍ୱିତୀୟ ଶିବ ମନ୍ଦିର ତାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଧାର୍ମିକ ମହତ୍ତ୍ୱ ପାଇଁ ସୁଖ୍ୟାତି ଅର୍ଜନ କରିଛି । ମନ୍ଦିର ସାମ୍ନାରେ ଥିବା ବିଶାଳ ପବିତ୍ର ସରୋବର ଦେଓବନ୍ଧ ଏହାର ଆଧ୍ୟାତ୍ମିକ ମର୍ଯ୍ୟାଦା କୁ ଦ୍ବିଗୁଣିତ କରୁଛି । କିମ୍ବଦନ୍ତୀ ଅନୁସାରେ ଏହି ପ୍ରାଚୀନ ମନ୍ଦିର ଦ୍ୱାପର ଯୁଗ ସହ ସମ୍ପୃକ୍ତ ଓ ଏହାର ଐତିହାସିକ ପୌରାଣିକ ବିଶେଷତ୍ୱ ରହିଛି ।

ପ୍ରତିବର୍ଷ ମହାଶିବରାତ୍ରୀ ଅବସରରେ ଦଶଦିନିଆ ଉତ୍ସବରେ ଲକ୍ଷାଧିକ ଭକ୍ତ ଯୋଗ ଦେଇଥାନ୍ତି ଓ ସାରାବର୍ଷ ହଜାର ଶ୍ରଦ୍ଧାଳୁ ଦର୍ଶନ କରି ଆଶୀର୍ବାଦ ଲାଭ କରନ୍ତି। ସାଂସଦ ଶ୍ରୀ ବିଶି କହିଛନ୍ତି ଯେ ମନ୍ଦିରର ପ୍ରାଚୀନତା, ପ୍ରାକୃତିକ ବିଶିଷ୍ଟତା ଓ ଲୋକଆସ୍ଥାକୁ ଦୃଷ୍ଟିରେ ରଖି ଏହାକୁ ଜାତୀୟ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରି ସଂରକ୍ଷଣ, ସୌନ୍ଦର୍ଯ୍ୟୀକରଣ ଓ ପର୍ଯ୍ୟଟନ ଉନ୍ନୟନ ଆବଶ୍ୟକତା ଥିବାରୁ ଭାରତ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ବିଭାଗୀୟ ମନ୍ତ୍ରୀ ଙ୍କୁ ଜଣାଇଛନ୍ତି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍  

Related posts

ରାୟଗଡ଼ା ରେ ସମାଜ ସେବୀ ତଥା ସ୍ଵାଧିନତା ସଂଗ୍ରାମୀ ମା ପାର୍ବତୀ ଗିରି ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ସ୍ବତନ୍ତ୍ର ସଘନ ସଂଶୋଧନ (SIR) କାଯ୍ୟକ୍ରମରେ ଉପୁଜିଥିବା ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ସ୍ମାରକପତ୍ର

Sunil Chandra Nayak

ଫୁଲବାଣୀ ଏଜେଓ ହାଇସ୍କୁଲ ଠାରେ ଜାତୀୟ ଯୁବ ଦିବସ ୨୦୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!