ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ଘଟଣାରେ ଛକାପଞ୍ଝା

ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ଘଟଣାରେ ଛକାପଞ୍ଝା

ନର୍ଲା(ମନିସ): ନର୍ଲା ବ୍ଳକ ଅନ୍ତର୍ଗତ ବେହେରାପାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିତା ସାହୁଙ୍କୁ ଅନ୍ୟତ୍ର ବଦଳି ବାତିଲ ଦାବିରେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ନର୍ଲା ଶିକ୍ଷା କ୍ଷେତ୍ରରେ ପ୍ରଧାନ ଭୂମିକା ନିଭାଇ ଆସିଥିବା ଏହି ବିଦ୍ୟାଳୟଟି ଅଷ୍ଟମ ଶ୍ରେଣୀ ଯାଏଁ ଚାଲିଥିବା ବେଳେ ଶିକ୍ଷକ ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବିଦ୍ୟାଳୟର ସଭାପତି ତଥା ସମାଜସେବୀ ଚନ୍ଦ୍ରକାନ୍ତ ମାହାର ଗଣମାଧ୍ୟମକୁ ଜଣାଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ନର୍ଲା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଗ୍ରାମବାସୀ ଜଣାଇଛନ୍ତି।ତେବେ ଏହି ଜଟିଳ ପରିସ୍ଥିତିରେ ଏଠାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ଘଟଣାକୁ ନେଇ ସ୍ଥାନୀୟ ଶିକ୍ଷା କମିଟି ଓ ଗ୍ରାମବାସୀ ଉଦବେଗ ପ୍ରକାଶ କରିଛନ୍ତି।ଏକ ଲିଖିତ ନିବେଦନ କ୍ରମେ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଉକ୍ତ ବିଦ୍ୟାଳୟରେ ଜଣେ କର୍ତ୍ତବ୍ୟ ନିଷ୍ଠ ଓ ଦାୟିତ୍ୱ ପରାୟଣ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ ନିର୍ବାହ କରି ଆସୁଥିବା ଦୃଷ୍ଟିରୁ ତାଙ୍କର ଅନ୍ୟତ୍ର ବଦଳିକୁ ପରିଚାଳନା କମିଟି ଓ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଏଥିପାଇଁ ବର୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କାକୁ ନେଇ ଶିକ୍ଷୟିତ୍ରୀଙ୍କ ବଦଳି ରଦ୍ଦ କରାଯାଉ ବୋଲି ଲିଖିତ ଆକାରରେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବିଦ୍ୟାଳୟ ସଭାପତି ଶ୍ରୀ ମାହାର ପ୍ରକାଶ କରିଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ସ୍ଥାନୀୟ ୱ।ର୍ଡ ସଦସ୍ୟା ଗାୟତ୍ରୀ ମାହାର ପ୍ରକାଶ କରିଛନ୍ତି ଯେ ବାର୍ଷିକ ପରୀକ୍ଷା ହେଉ ବା ସୁରଭି କାର୍ଯ୍ୟକ୍ରମ କିମ୍ବା କଳାହାଣ୍ଡି ଉତ୍ସବରେ ଶିକ୍ଷୟିତ୍ରୀଙ୍କ ପ୍ରଚେଷ୍ଟାରେ ଶିଶୁମାନେ କୃତକାର୍ଯ୍ୟ ହେଉଥିବା ଜଣାଇଛନ୍ତି। ତେବେ ପ୍ରାପ୍ତ ଖବର ଅନୁଯାୟୀ ପୁଣି ଥରେ ଶିକ୍ଷୟିତ୍ରୀଙ୍କୁ ନିଜ ବିଦ୍ୟାଳୟରେ ଶିକ୍ଷାଦାନର ସୁଯୋଗ ମିଳିଥିବା ଯୋଗୁଁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ନର୍ଲା ଶିକ୍ଷା ବିଭାଗ ଉପରେ ଖୁସି ଜାହିର କରି ସାଧୁବାଦ ଜଣାଇଛନ୍ତି।(ଦୀପକ ଠାକୁର) 

Related posts

ଶିଶୁ ସୃଜନର ଅମୃତ ସ୍ୱର ଅମ୍ନିକା ମହାନ୍ତି 

masiha

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ 

masiha

ରାମ ନାଥ ଉଚ୍ଚ ବିଦ୍ୟାପୀଠ ଚଲାନପଡା-ଗୋଇମୁଣ୍ଡି ୧୯୯୦ ପ୍ରଥମ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!