ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି କମ୍ପାନୀ ଆସୋସିଏସନ୍ମ ରେ ରହି କମିଶନ କିଏ ଖାଇ ସର୍ବେସର୍ବା ବନିଛି ସଂଘର ? ଗାଡ଼ି ମାଲିକ ହତାଶ

ଖଣି କମ୍ପାନୀ ଆସୋସିଏସନ୍ମ ରେ ରହି କମିଶନ କିଏ ଖାଇ ସର୍ବେସର୍ବା ବନିଛି ସଂଘର ? ଗାଡ଼ି ମାଲିକ ହତାଶ

ଚମ୍ପୁଆ – ଧନ୍ୟ ତୁମ ବୁଦ୍ଧିକୁ। ଘଟଣା କିଛି ଏହିପରି ଘଟିବାର ଲାଗିଛି ଯେ ଖଣି ଅଞ୍ଚଳର ପ୍ରମୁଖ ଏକ ସଂଘର ହଜାର ହଜାର ଗାଡ଼ି ମାଲିକଙ୍କ ସ୍ବାର୍ଥକୁ ଅଣଦେଖା କରି, ସହମତିରେ ମିଳିଥିବା ପଦବୀ କୁ,ସେ ତାହାର ଅପବ୍ୟବହାର କରୁଥିବାର ଘଟଣା ସହରରେ ଅନେକଙ୍କ ମଧ୍ୟରେ ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।ହେଲେ ନିଜ ନାମକୁ ଗୁପ୍ତ ରଖି ସ୍ଥାନୀୟ କେତେକ ଯୁବକ  ବିଭିନ୍ନ ଦିଗ ପ୍ରତି ଆଲୋକପାତ କରି କହିବା କଥା ଯେ,ଦୀର୍ଘ ଦିନ ଧରି ଉକ୍ତ ଯୁବକ ପଦ ପଦବୀରେ ରହି, ମିଳିଥିବା ପଦଵୀରେ ଗାଡ଼ି ମାଲିକ ହିତ ତଥା ଆସୋସିଏସନର ବିଶେଷ ପ୍ରଗତି ଚିନ୍ତା ନକରି,ଭିତରେ ଭିତରେ ଚତୁରତାର ସହ ପଦବୀର ଅପବ୍ୟବହାର କରି କେବଳ ନିଜର ସ୍ୱାର୍ଥକୁ ଶ୍ରେୟ ଦେବା ଘଟଣା ଅଞ୍ଚଳବାସୀ ତଥା ସଂଘର ଗାଡ଼ି ମାଲିକଙ୍କୁ ଦୋହlଲାଇବାରେ ଲାଗିଛି।ତେବେ ସୂଚନା ଯୋଗ୍ୟ ଗତ କିଛି ବର୍ଷ ମଧ୍ୟରେ  ସଂଘରେ  ସ୍ଥାନୀୟଙ୍କ ଅପେକ୍ଷା ବାହାରର ବିଶେଷଙ୍କ ପ୍ରଭାବ ବଢିବାର ପରିଣାମ ଗାଡ଼ି ମାଲିକଙ୍କୁ ଦୀର୍ଘ ଦିନ ହେବ ଭୋଗିବା ଆରମ୍ଭ ହେଲାଣି ବୋଲି ସୂଚନା ମିଳେ।ଯାହାର ଏବେ କୁପରିଣାମ ଗାଡ଼ି ମାଲିକ ଭୋଗୁଥିବା ବେଳେ ପଦବୀର ଲାଭ ଉଠାଇ ଯୁବ ଜଣକ କେତେକ କମ୍ପାନୀ ସହ ଭିତିରିଆ ସଲସୂତରା କରି ନିଜେ ନିଜର ପ୍ରଗତି କରି ଦାମୀ ଗାଡ଼ି,ବାହୁମୁଲ୍ୟର କୋଠା,ଅନ୍ୟାନ୍ୟ ବେପାର ତଥା ସମ୍ପତି ବଢ଼ାଇବାରେ ଲାଗିଛି ଖଣି ସହରରେ।ଯଦି ଏହିପରି ଲାଗି ରୁହେ ଆଗାମୀ କିଛି ଦିନରେ ଗାଡ଼ି ମାଲିକ କେବଳ ଋଣ ସୁଜି ସୁଜି ନୟାନ୍ତ ହେବା ଥୟ ବୋଲି ମତ ପ୍ରକାଶ ପାଇଛି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

masiha

କଟକ ରେ ଗଞ୍ଜାମ ର ଛଅ ଜଣ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ ହାତୀ ନଦୀ ରେ କୁମ୍ଭୀର ଆଶଙ୍କା

Leave a Comment

error: Content is protected !!