ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋବାଇଲକୁ ଲିଙ୍କ ଆସି ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ 

ମୋବାଇଲକୁ ଲିଙ୍କ ଆସି ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ 

ଡାବୁଗାଁ, ୨୬/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ବ୍ୟାଙ୍କ ଆକାଉଣ୍ଟ ରୁ ଲକ୍ଷାଧିକ ଟଙ୍କା ଗାଏବ ହେବା ନେଇ ଗୁରୁବାର ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ରାୟଗଡା ଜିଲା ସଦରମହକୁମାସ୍ଥିତ କସ୍ତୁରୀନଗର ସାହିର ଶ୍ରୀନିବାସ ରାଓ ଙ୍କର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ଏକ ସରକାରୀ ବିଦେଶୀ ମଦ ଦୋକାନ ରହିଛି | ଉକ୍ତ ମଦ ଦୋକାନ ନାମରେ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏକ ଖାତା ରହିଛି | ଜାନୁଆରୀ ୨୪ ତାରିଖ ଦିନ ଶ୍ରୀନିବାସ ଙ୍କ ମୋବାଇଲକୁ ସିବିଡିସି ନାମରେ ଏକ ମ୍ୟାସେଜ ଆସିଥିଲା | ଉକ୍ତ ମ୍ୟାସେଜ ତଳେ ଥିବା ଏକ ଲିଙ୍କକୁ କ୍ଲିକ କରିବା ପାଇଁ ନିର୍ଦ୍ଦେଶ ଥିଲା | ମ୍ୟାସେଜ ଦେଖିବା ପରେ ଶ୍ରୀନିବାସ ଉକ୍ତ ଲିଙ୍କ ଉପରେ କ୍ଲିକ କରିଥିଲେ | କ୍ଲିକ କରିବା ପରେ ଓଟିପି ଆସିଥିଲା ଓ ଓଟିପି ଦେବା ପରେ ୨୪ ତାରିଖ ଦିନ ୨୫ ହଜାର ଟଙ୍କା, ୨୭ ତାରିଖ ଦିନ ୨୫ ହଜାର, ୨୮ ତାରିଖ ଦିନ ୨୫ ହାଜର ଓ ୩୦ ତାରିଖ ଦିନ ୫୦ ହାଜର ଟଙ୍କା ମୋଟ ୧ଲକ୍ଷ ୨୫ ହଜାର ଟଙ୍କା ଉକ୍ତ ଏସବିଆଇ ଆକାଉଣ୍ଟରୁ କଟିଯାଇଛି | ଏହା ଜାଣିବା ପରେ ଶ୍ରୀନିବାସ ଆଜି ଗୁରୁବାର ଡାବୁଗାଁ ଆସି ବ୍ୟାଙ୍କ ଙ୍କୁ ଯାଇ ବୁଝା ବୁଝି କରି ଜାଣିଥିଲେ ଯେ ତାଙ୍କ ସହ ସାଇବର ଠକାମି ହୋଇଛନ୍ତି | ଏହାପରେ ଶ୍ରୀନିବାସ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୩୮/୨୬ ରେ ଏକ ମାମଲା ରଜୁ କରାଯାଇଛି | ଥାନା ଆଇଆଇସି ରଘୁନାଥ ମାଝି ଘଟଣାର ତଦନ୍ତ କରୁଛନ୍ତି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଖାଲିନା ଧାନ ମଣ୍ଡି ଉଦଘାଟିତ         

ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ମହିଳା ଥାନା ଅଧିକାରୀ ଙ୍କୁ କଲେ ସ୍ଵାଗତ ସମ୍ବର୍ଦ୍ଧନା 

ଲୁବେନଗଡ ଓ ବାଲିଭଟା ସେବାଶ୍ରମ ବିଦ୍ୟାଳୟ ୫ ଟି ଅନ୍ତର୍ଭୁକ୍ତ

Leave a Comment

error: Content is protected !!