ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଶାନ୍ତି ଷୋହଲ ପ୍ରହର ନାମ ଯଜ୍ଞ ଉଦଯାପିତ

ବିଶ୍ଵ ଶାନ୍ତି ଷୋହଲ ପ୍ରହର ନାମ ଯଜ୍ଞ ଉଦଯାପିତ

କର୍ଲାମୁଣ୍ଡା ଯୋରାଡ଼ବରା (ରମେଶ ଚନ୍ଦ୍ର ପୁଟେଲ ) ତା.୨୫.୦୨.୨୦୨୬ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଲମ ପଞ୍ଚାୟତ ସ୍ଥିତ ରାସ୍ତାମାଲ ପଡ଼ାରେ ୨୨ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ଵ ଶାନ୍ତି ଷୋହଲ ପ୍ରହର ନାମ ଯଜ୍ଞ ଉଦଯାପିତ ହୋଇ ଯାଇଛି । ୨୨ ତାରିଖ ଦିନ ଗଙ୍ଗାବରଣ ଅଧିବାସ କଳସ ଯାତ୍ରା ୨୩ ତାରିଖ ଦିନ ପ୍ରହର ର ନାମ ଆରମ୍ଭ ୨୫ ତାରିଖ ଦିନ ପୂର୍ଣ୍ଣାହୁତି ଏବଂ ନଗର ପରିକ୍ରମା ପରେ ପ୍ରସାଦ ସେବନ ଏହି ଯଜ୍ଞରେ କର୍ତ୍ତା ଭାବରେ ଗ୍ରାମର ଭକ୍ତଚରଣ ମାଝୀ ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ମାଝୀ ରହି ଭଗବାନଙ୍କ ପାଖରେ ପୂଜା ଅର୍ଚ୍ଚନା କରିଥିଲେ। ସପ୍ତ ରୁଷି ଭାବରେ ରାଜେନ୍ଦ୍ର ମାଝୀ, ସିମାଞ୍ଚଳ ମାଝୀ, ମହିରାଜ ମାଝୀ, ବିଭୂତି ମାଝୀ, ହର ମାଝୀ, ଆଦିତ୍ୟ ମାଝୀ, ପୂର୍ଣ୍ଣଚନ୍ଦ୍ର ମାଝୀ ରହି ପ୍ରତ୍ୟେକ ପୂଜା କାର୍ଯ୍ୟକରିଥିଲେ। ପୂଜକ ଭାବେ ଭୂଲା ଶଙ୍କର ମିଶ୍ର ଏବଂ ଜପକ ଭାବେ ଉମାଶଙ୍କର ମିଶ୍ର ଓ ପାଚକ ଭାବେ ଚବିଚନ୍ଦ୍ରଗୁରୁ ରହି ପ୍ରତ୍ୟେକ ପୂଜା କାର୍ଯ୍ୟ କରିଥିଲେ । ଏହି ନାମ ଯଜ୍ଞରେ ୧୨ଗୋଟି ସଂକିତନ୍ୟ ଦଳ ଯୋଗଦାନ ଦେଇ ନାମ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଭକ୍ତମାନେ ଯୋଗଦାନ ଦେଇ ପୂଜା ସମାପନ କରିଥିଲେ । ଦେଖଣା ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା l

    ରମେଶ ଚନ୍ଦ୍ର ପୁଟେଲ   ଯୋରାଡ଼ବରା 

Related posts

କାର୍ବନ ନିରପେକ୍ଷତା ଅବଲମ୍ବନ କରି ଜଳବାୟୁ ନିୟନ୍ତ୍ରଣ ନେଇ ତାଲିମ 

masiha

ସତନାମୀ ସମାଜ ପକ୍ଷରୁ ଟେମରା ଗ୍ରାମରେ ଜୈତସ୍ତମ୍ବରେ ଧ୍ଵଜାରୋହଣ ଓ ସନ୍ଥ ସମାବେଶ ଉତ୍ସଵ ଅନୁଷ୍ଠିତ

masiha

ଧର୍ମଗଡ଼ରେ ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା  ୧୦୦ ମିଟର ତ୍ରିରଙ୍ଗା ସହ ସହର ପରିକ୍ରମା

Sunil Chandra Nayak

Leave a Comment

error: Content is protected !!