ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

କଟକ : କଟକ ସଦର କିଶୋରନଗର ସ୍ଥିତ ସାମାଜିକ ସଂଗଠନ ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।ସଙ୍ଗଠନର ସଭାପତି ସାମ୍ୱାଦିକ ଭୈରବ ଚନ୍ଦ୍ର ସେଠୀଙ୍କ ତତ୍ବାବଧାନରେ ବରିଷ୍ଠ ସଦସ୍ୟ ସାରସ୍ଵତ ସାଧକ ସ୍ବାମୀ ଅଦ୍ଵୈତା ନନ୍ଦ,ବରିଷ୍ଠ ସାମାଜିକ କର୍ମୀ ସୀତାରାମ ପଣ୍ଡା,ଭବେଶ ମଣ୍ଡଳ,କ୍ଷିତିନ୍ଦ୍ର ମିତ୍ର ଓ ଜଗନ୍ନାଥ ମଲ୍ଲିକ ପ୍ରମୁଖ ବାରଦା ପଞ୍ଚାୟତ ନାନକାର ଗ୍ରାମର ଅଗ୍ନି ବିପନ୍ନ କାହ୍ନୁ ଭୋଇଙ୍କ ବାସଭବନରେ ପହଞ୍ଚି ରାସନ ସାମଗ୍ରୀ,ଶୁଖିଲା ଖାଦ୍ୟ,ନୂତନ ବସ୍ତ୍ର ଓ ଆର୍ଥିକ ରାଶି ପ୍ରଦାନ କରିଥିଲେ ।ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ପ୍ରକାଶ ଥାଉକି ଗତ ବୁଧବାର ରାତିରେ କାହ୍ନୁଙ୍କ ଦୁଇ ବଖରା ଚାଳ ଛପର ଘର ସମ୍ପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍  

Related posts

ଆଧାର କାର୍ଡ ନଥିବାରୁ ବୈଶାଖୀ ହରିଜନ ଙ୍କୁ ମିଳୁନି ପେନସନ

masiha

କାଲୋପଲା ସରପଂଚ ଙ୍କ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ଘଟଣା :କଳାହାଣ୍ଡି ଜିଲ୍ଲାପାଳ ଓ ଜୁନାଗଡ ବିଡ଼ିଓ ଙ୍କୁ ନିର୍ବାଚନ କମିଶନ ଙ୍କ ରିପୋର୍ଟ ତଲବ

masiha

ବିଜାତଳା ଵ୍ଳକରେ ବ୍ଳକ ସ୍ତରୀୟ ‘ ସୁଭଦ୍ରା ଶୁଭାରମ୍ଭ ‘କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ 

masiha

Leave a Comment

error: Content is protected !!