ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

କଟକ : କଟକ ସଦର କିଶୋରନଗର ସ୍ଥିତ ସାମାଜିକ ସଂଗଠନ ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।ସଙ୍ଗଠନର ସଭାପତି ସାମ୍ୱାଦିକ ଭୈରବ ଚନ୍ଦ୍ର ସେଠୀଙ୍କ ତତ୍ବାବଧାନରେ ବରିଷ୍ଠ ସଦସ୍ୟ ସାରସ୍ଵତ ସାଧକ ସ୍ବାମୀ ଅଦ୍ଵୈତା ନନ୍ଦ,ବରିଷ୍ଠ ସାମାଜିକ କର୍ମୀ ସୀତାରାମ ପଣ୍ଡା,ଭବେଶ ମଣ୍ଡଳ,କ୍ଷିତିନ୍ଦ୍ର ମିତ୍ର ଓ ଜଗନ୍ନାଥ ମଲ୍ଲିକ ପ୍ରମୁଖ ବାରଦା ପଞ୍ଚାୟତ ନାନକାର ଗ୍ରାମର ଅଗ୍ନି ବିପନ୍ନ କାହ୍ନୁ ଭୋଇଙ୍କ ବାସଭବନରେ ପହଞ୍ଚି ରାସନ ସାମଗ୍ରୀ,ଶୁଖିଲା ଖାଦ୍ୟ,ନୂତନ ବସ୍ତ୍ର ଓ ଆର୍ଥିକ ରାଶି ପ୍ରଦାନ କରିଥିଲେ ।ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ପ୍ରକାଶ ଥାଉକି ଗତ ବୁଧବାର ରାତିରେ କାହ୍ନୁଙ୍କ ଦୁଇ ବଖରା ଚାଳ ଛପର ଘର ସମ୍ପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍  

Related posts

ରାୟଗଡାରେ ବିଦ୍ୟାର୍ଥୀ ସଂସ୍କାର ଶିବିର ଅନୁଷ୍ଠିତ

masiha

ଇସ୍କନ ଅନୁଷ୍ଠାନ ଅଦିନିଆ ରଥଯାତ୍ରା କରି ଶ୍ରୀଜଗନ୍ନାଥ ସଂସ୍କୃତିର ଅବମାନନା

Sunil Chandra Nayak

ଗୌଡ଼ଛେଣ୍ଡିଆ ଗ୍ରାମରେ ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!