ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

କଟକ : କଟକ ସଦର କିଶୋରନଗର ସ୍ଥିତ ସାମାଜିକ ସଂଗଠନ ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।ସଙ୍ଗଠନର ସଭାପତି ସାମ୍ୱାଦିକ ଭୈରବ ଚନ୍ଦ୍ର ସେଠୀଙ୍କ ତତ୍ବାବଧାନରେ ବରିଷ୍ଠ ସଦସ୍ୟ ସାରସ୍ଵତ ସାଧକ ସ୍ବାମୀ ଅଦ୍ଵୈତା ନନ୍ଦ,ବରିଷ୍ଠ ସାମାଜିକ କର୍ମୀ ସୀତାରାମ ପଣ୍ଡା,ଭବେଶ ମଣ୍ଡଳ,କ୍ଷିତିନ୍ଦ୍ର ମିତ୍ର ଓ ଜଗନ୍ନାଥ ମଲ୍ଲିକ ପ୍ରମୁଖ ବାରଦା ପଞ୍ଚାୟତ ନାନକାର ଗ୍ରାମର ଅଗ୍ନି ବିପନ୍ନ କାହ୍ନୁ ଭୋଇଙ୍କ ବାସଭବନରେ ପହଞ୍ଚି ରାସନ ସାମଗ୍ରୀ,ଶୁଖିଲା ଖାଦ୍ୟ,ନୂତନ ବସ୍ତ୍ର ଓ ଆର୍ଥିକ ରାଶି ପ୍ରଦାନ କରିଥିଲେ ।ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ପ୍ରକାଶ ଥାଉକି ଗତ ବୁଧବାର ରାତିରେ କାହ୍ନୁଙ୍କ ଦୁଇ ବଖରା ଚାଳ ଛପର ଘର ସମ୍ପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍  

Related posts

ଗଞ୍ଜାମ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ  ,ଗ୍ରାମାଞ୍ଚଳ ଜଳ ସେଚନ ଓ ଅନ୍ୟାନ୍ୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ 

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ସୀମାରେ ସୁରକ୍ଷା, ସମାଜରେ ଜୀବନଦାନ: ବୀର ଯବାନଙ୍କ ମହାନତା

Leave a Comment

error: Content is protected !!