ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଭାରତ ଯୁବ ସଂସଦ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି 

ବିକଶିତ ଭାରତ ଯୁବ ସଂସଦ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି 

ଭବାନୀପାଟଣା: ୨୫-୦୨-୨୦୨୬: ଆସନ୍ତା ଫେବୄଆରୀ ୨୭ ତାରିଖରେ କଳାହାଣ୍ଡି ଜିଲ୍ଲାର ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଯୁବ ସଂସ୍କାର ହଲରେ, ମେରା ଯୁବ ଭାରତ ଓ ଜାତୀୟ ସେବା ଯୋଜନା ପ୍ରଭାଗ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସଫଳ କରିବା ନିମନ୍ତେ ଓ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ବିଶ୍ୱବିଦ୍ୟାଳୟ ଓ ମେରାଯୁବା ଭାରତ ପକ୍ଷରୁ ମିଳିତ ପ୍ରୟାସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆ ଯାଇଅଛି । ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଯୁବ ଶକ୍ତି ମାନେ ପ୍ରାୟ ୨୦୦ ଜଣରୁ ଅଧିକ ଯୋଗଦାନ କରିବା ଲାଗି ଆହ୍ୱାନ କରାଯାଇଅଛି । ଏଥିରେ ୧୮ ରୁ ୨୫ ବର୍ଷର ଯୁବକ ଓ ଯୁବତୀ ମେରା ଯୁବା ଭାରତ ପୋର୍ଟାଲ୍‍ ଜରିଆରେ ପଞ୍ଜୀକରଣ କରିବାର ବ୍ୟବସ୍ଥାମାନ ଅଛି । ଏହି କାର୍ଯ୍ୟକ୍ରମରେ ତିନୋଟି ଭାଷା ଓଡିଆ, ହିନ୍ଦୀ ଏବଂ ଇଂରାଜୀ ଭାଷା ମାଧ୍ୟମରେ “୫୦ ବର୍ଷର ଜରୁରୀକାଳୀନ ପରିସ୍ଥିତି : ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା” ଶିର୍ଷକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ପାଞ୍ଚଜଣଙ୍କୁ ପ୍ରତିଯୋଗୀକୁ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଚୟନ କରାଯାଏ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଲାଗି ଚୟନ କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରାଯିବା ଲାଗି କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ, ମେରା ଯୁବା ଭାରତ, କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର, ବିଶ୍ୱବିଦ୍ୟାଳୟର ଉପ କୁଳ ସଚିବ, ମେଜର ଡକ୍ଟର ଜୟଦେବ ସାହୁ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁଚନା ଦେଇଛନ୍ତି । ( ମ ନି ସ୍ )

Related posts

ଚନ୍ଦ୍ରପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ଝରୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!