ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପାଲେଶିରା ଗାଁ’ରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା 

ପାଲେଶିରା ଗାଁ’ରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା 

ବେଲପଡ଼ା ୨୭/୦୨ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ ନୁନହାଡ଼ ପଞ୍ଚାୟତର ପାଲେଶିରା ଗାଁ’ରେ ଷୋହଳ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ପାଳନ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି କଳସ ଶୋଭାଯାତ୍ରାରେ ଗାଁ’ର ଯୁବତୀ ଓ ମହିଳା ମାନେ କଳସ ବୋହି ପ୍ରହରୀ ମଣ୍ଡପ ଠାରୁ ବାହାରି ଗାଁ ନିକଟରେ ଥିବା ନଦୀକୂଳ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରିଥିଲେ । ସେଠାରେ ବିଧିବଦ୍ଧ ଭାବରେ ପୂଜାବିଧି କଲା ପରେ ପୁଣି ଧରି ପ୍ରହରୀ ମଣ୍ଡପ ଅଭିମୁଖେ ବାହାରି କଳସ ଯାତ୍ରା ସମ୍ପନ୍ନ କରାଯାଇଥିଲା । ଶନିବାର ସକାଳ ୯ଟାରୁ ନାମଯଜ୍ଞ ଶୁଭାରମ୍ଭ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି, 

      ଏହି ନାମଯଜ୍ଞରେ ବିଭିନ୍ନ ଗ୍ରାମର ସଙ୍କୀର୍ତ୍ତନ ଦଳ ସାମିଲ ହୋଇ ଭକ୍ତିକୁ ଉଜାଗର କରିବେ । ଏହି ନାମଯଜ୍ଞ ଗ୍ରାମର ସଭାପତି ତଥା ସଙ୍କୀର୍ତ୍ତନ ମଣ୍ଡଳୀର ସଭାପତି ମୋହନ ଖରସେଲଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ଖରସେଲ, ସୁଭାଷ ନିଆଁଲ, ବୁଦ୍ଧଦେବ ଖରସେଲ, ନବୀନ ଖରସେଲ, କୁନୁ ପୁଟେଲ, ଧନୁ ଧରୁଆ, ରାଜ କୁମାର ପାଣିଗ୍ରାହୀ, ରଜତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ପହଲାତ ଖରସେଲ ଓ ତାଙ୍କ ସହ ଧର୍ମପତ୍ନୀ ସମନ୍ତିନୀ ଖରସେଲ କର୍ତ୍ତା ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ମୁଖ୍ୟ ପୂଜକ ନିରଞ୍ଜନ ପାଣିଗ୍ରାହୀ ଓ ସହ ପୂଜକ ଦାୟିତ୍ଵରେ ନୀଳାଚଳ ପାଣିଗ୍ରାହୀ ନିଜର ଦାୟିତ୍ଵ ତୁଲାଉଛନ୍ତି । ଏପରି ନାମଯଜ୍ଞ ଯୋଗୁଁ ଗାଁ’ରେ ଶାନ୍ତିଶୃଙ୍ଖଳା ସହ ବାଦବିବାଦ ଦୂର ହୁଏ ଓ ଏକ ପ୍ରକାର ଗାଁ’ରେ ଖୁସିର ଏକ ବାତାବରଣ ସୃଷ୍ଟି ହୁଏ ବୋଲି ଗ୍ରାମର ବରିଷ୍ଠ ବ୍ୟକ୍ତି ବିଶେଷ ମତପ୍ରକାଶ କରିଛନ୍ତି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍  

Related posts

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

୭୨ ବର୍ଷରେ ଡ଼ଙ୍ଗାବାହାଲ ଡ଼ୁମେରଗୁଡ଼ା ଶ୍ରୀରାମ ଲୀଳା

Sunil Chandra Nayak

ଫଗୁ ଦଶମୀରେ ବହୁ ପୁରାତନ ଐତିହାସିକ ପ୍ରଭୁ ଦଧିବାମନ ଜୀଉ ଙ୍କ ପାଖରେ ପ୍ରଥମେ ଲାଗିହେଲା ଭିତିରି ଫଗୁ

masiha

Leave a Comment

error: Content is protected !!